Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପାରାଦ୍ୱୀପର ପ୍ଲାଷ୍ଟିକ୍‌ ପାର୍କ ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ୍‌
ବିଶେଷ ଖବର

ପାରାଦ୍ୱୀପର ପ୍ଲାଷ୍ଟିକ୍‌ ପାର୍କ ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ୍‌

October 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପାରାଦ୍ୱୀପର ପ୍ଲାଷ୍ଟିକ୍‌ ପାର୍କ କଲେ ପରିଦର୍ଶନ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ୍‌

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍‌ ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ପାରାଦ୍ୱୀପ ଯାଇ ଆଜି ସିଜୁଠାରେ ଇଡ଼୍‌କୋ ଲ୍ୟାଣ୍ଡ ଏବଂ ପ୍ଲାଷ୍ଟିକ୍‌ ପାର୍କ ପରିଦର୍ଶନ କରିଥିଲେ ।

ଏହି ଟିମ୍‌ ପାରାଦ୍ୱୀପର ଅଫିସର୍ସ କ୍ଲବ୍‌ଠାରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଇଡ୍‌କୋ ଦ୍ୱାରା ଶିଳ୍ପ ସଂସ୍ଥା କର୍ମକର୍ତ୍ତା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଉଦ୍ୟୋଗୀମାନଙ୍କ ସହିତ ଆୟୋଜିତ ବୈଠକରେ ଯୋଗଦେଇଥିଲେ । ପାରାଦ୍ୱୀପ ତଥା ଜଗତସିଂହପୁର ଜିଲ୍ଲାରେ ଥିବା ବୃହତ୍‌ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ ସଂସ୍ଥାରେ ଥିବା ବିଭିନ୍ନ ମୌଳିକ ସମସ୍ୟା ଓ ଏହାର ସମାଧାନ ନିମନ୍ତେ ଶିଳ୍ପସଂସ୍ଥା କର୍ମକର୍ତ୍ତା, ସରକାରୀ ବିଭାଗୀୟ ଅଧିକାରୀମାନଙ୍କ ସହିତ ବ୍ୟାପକ ଆଲୋଚନା କରାଯାଇ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏଥିରେ ବୃହତ୍‌ ଶିଳ୍ପ ସଂସ୍ଥାମାନଙ୍କରେ ଥିବା ବିଭିନ୍ନ ସମସ୍ୟା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଏହି ଗସ୍ତର ଆଭିମୁଖ୍ୟ ସଂପର୍କରେ କହିଥିଲେ । ପରେ ଜିଲ୍ଲାସ୍ତରୀୟ କୃଷି ଅଧିକାରୀ, ମତ୍ସ୍ୟ ଓ ପ୍ରାଣୀସଂପଦ ଅଧିକାରୀ ଓ ପର୍ଯ୍ୟଟନ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା । ଅପରାହ@ରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଶିଳ୍ପୋଦ୍ୟୋଗୀମାନଙ୍କ ସହିତ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସଂପର୍କରେ ପାରସ୍ପରିକ ଆଲୋଚନା ହୋଇଥିଲା ।

ବୈଠକରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରେ ଆୟୋଜିତ ସମ୍ବାଦଦାତା ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ତି୍ରପାଠୀ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ଶିଳ୍ପ କ୍ଷେତ୍ରର ବିକାଶ ପାଇଁ ତାଙ୍କ ଅଧ୍ୟକ୍ଷତାରେ ପ୍ରମୁଖ ଶାସନ ସଚିବ, ଏମ୍‌ଏସ୍‌ଏମ୍‌ଇ, ପ୍ରମୁଖ ଶାସନ ସଚିବ ଶିଳ୍ପ ବିଭାଗ, ଶିଳ୍ପ ନିର୍ଦ୍ଦେଶକ, ଏମ୍‌ଡି ଇପିକଲ୍‌, ଏମ୍‌ଡି ଇଡ୍‌କୋଙ୍କକୁ ନେଇ ଗଠିତ ଟିମ୍‌ ସହିତ ବୃହତ୍‌, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କର୍ମକର୍ତ୍ତାଙ୍କ ସହ ପାରସ୍ପରିକ ଆଲୋଚନା ହୋଇଛି ।

ପାରାଦ୍ୱୀପ ଭାରତବର୍ଷର ପୁରାତନ ଦ୍ୱିତୀୟ ବୃହତ୍ତମ ବନ୍ଦର ଏବଂ ଦେଶର ପ୍ରଗତିର ମୁଖଶାଳା । ପାରାଦ୍ୱୀପଠାରେ ଇଫ୍‌କୋ, ପିପିଏଲ୍‌ ଭଳି ବୃହତ୍‌ ଶିଳ୍ପସଂସ୍ଥାର ବ୍ୟାପକ ପ୍ରସାରଣ ହେବାକୁ ଯାଉଛି । ଆଗକୁ ଜେ.ଏସ୍‌.ଡବ୍ଲୁ୍ୟର ଷ୍ଟିଲ୍‌ ପ୍ଲାଣ୍ଟ, ଏସାର ଭଳି ବୃହତ୍‌ ପ୍ରକଳ୍ପ ସହିତ ଆର୍ସେଲ ମିତଲ୍‌ର ମେଗା ପ୍ରକଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି । ଓଡ଼ିଶା ସରକାରଙ୍କ ତରଫରୁ ପ୍ରମୁଖ ଶିଳ୍ପ ସଂସ୍ଥାମାନଙ୍କ ପାଇଁ ଜମି ଓ ବିଦୁ୍ୟତ ଯୋଗାଣ, ଜଳଯୋଗାଣ, ଗମନାଗମନ କ୍ଷେତ୍ରରେ ବ୍ୟାପକ ଉନ୍ନତି କରାଯିବ । ଶିଳ୍ପସଂସ୍ଥାମାନଙ୍କ ଦ୍ୱାରା ରାଜ୍ୟ ଓ ଦେଶର ଅର୍ଥନୀତିରେ ବିକାଶ ହେବ ।

ଏହି ବୈଠକରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ୍‌, ଇପିକଲ୍‌ ଏମ୍‌ଡି ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ, ଜଗତସିଂହପୁର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଗତକାଲି ସନ୍ଧ୍ୟାରେ ଶ୍ରୀ ତି୍ରପାଠୀ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଅଧ୍ୟକ୍ଷ ଓ ଭାରତୀୟ ତୈଳ ନିଗମ କର୍ତ୍ତୃପକ୍ଷଙ୍କ ସହ ବୈଠକରେ ଯୋଗଦେଇଥିଲେ ।

ଅସିତ କୁମାର ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦ ପାରାଦ୍ୱୀପ ହେମନ୍ତ କୁମାର ଶର୍ମା
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ କେନ୍ଦ୍ରର ବଡ଼ ପଦକ୍ଷେପ: ମୁମ୍ବାଇରୁ ହାଓଡ଼ାକୁ ଚାଲିବ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍

April 12, 2026

BSNL ମାରିଲା ବାଜି!: Jio ଏବଂ Airtelକୁ ପଛରେ ପକାଇ ଏହି କ୍ଷେତ୍ରରେ ହେଲା ନମ୍ବର ୱାନ୍

April 12, 2026

କମିଲା ନା ବଢିଲା, ଜାଣନ୍ତୁ ଆଜି ଭୁବନେଶ୍ଵରରେ ସୁନା ଏବଂ ରୂପାର ମୂଲ୍ୟ କେତେ?

April 12, 2026

ବଙ୍ଗଳା ନିର୍ବାଚନ ପୂର୍ବରୁ ୪୩ ଟିଏମସି ନେତାଙ୍କୁ ନୋଟିସ ଜାରି କଲା NIA

April 12, 2026
Latest News

ରାଜ୍ୟରେ ବଢୁଛି ତାତି: ୪୦ ଡିଗ୍ରୀ ଉପରେ ୬ଟି ସହର

April 12, 2026

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ କେନ୍ଦ୍ରର ବଡ଼ ପଦକ୍ଷେପ: ମୁମ୍ବାଇରୁ ହାଓଡ଼ାକୁ ଚାଲିବ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍

April 12, 2026

ଶିବରାଜଙ୍କୁ ବିହାର ପର୍ଯ୍ୟବେକ୍ଷକ ଦାୟିତ୍ୱ

April 12, 2026

ବିଦ୍ୟୁତ୍ ଆଘାତରେ ଚାଷୀଙ୍କ ମୃତ୍ୟୁ

April 12, 2026

ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍: ୮ ମୋଟରସାଇକେଲ ସହିତ ୧୦ ଅଭିଯୁକ୍ତ ଗିରଫ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.