Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»BREAKING: ଓଡିଶା ସରକାର ମଧ୍ୟ ପେଟ୍ରୋଲ ଓ ଡିଜେଲରୁ ହ୍ରାସ କଲେ ଭାଟ
ବିଶେଷ ଖବର

BREAKING: ଓଡିଶା ସରକାର ମଧ୍ୟ ପେଟ୍ରୋଲ ଓ ଡିଜେଲରୁ ହ୍ରାସ କଲେ ଭାଟ

November 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
BREAKING: ଓଡିଶା ସରକାର ମଧ୍ୟ ପେଟ୍ରୋଲ ଓ ଡିଜେଲରୁ ହ୍ରାସ କଲେ ଭାଟ

ଭୁବନେଶ୍ବର: ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରୁ ଟାକ୍ସ ହ୍ରାସ କରିବା ପରେ ଆଜି ଓଡିଶା ମଧ୍ୟ ସେ ଦିଗରେ ପଦକ୍ଷେପ ନେଇଛି। ଓଡିଶାରେ ମଧ୍ୟ ପେଟ୍ରୋଲ ଓ ଡିଜେଲରେ 3 ଟଙ୍କା ଲେଖାଏଁ ଭାଟ ହ୍ରାସ କରାଯାଇଛି। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ହ୍ରାସ ମୂଲ୍ୟ 5 ତାରିଖ ମଧ୍ୟ ରାତ୍ରୀରୁ ଲାଗୁ ହେବ ବୋଲି ଘୋଷଣା କରାଯାଇଛି।

ଗତକାଲି କେନ୍ଦ୍ର ସରକାର ପେଟ୍ରୋଲରେ 5 ଟଙ୍କା ଏବଂ ଡିଜେଲରେ 10 ଟଙ୍କ ଟାକ୍ସ ଛାଡ କରିଥିଲେ। ଏହାପରେ ପରେ ଆଜି ବିଭିନ୍ନ ରାଜ୍ୟ ସରକାର ମଧ୍ୟ ସେମାନଙ୍କର ଟାକ୍ସ ହ୍ରାସ ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ। ବିଶେଷ କରି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ଟାକ୍ସ ହ୍ରାସ କରିଥିଲେ। ଏହାପରେ ଆଜି ନବୀନ ମଧ୍ୟ ଏ ଦିଗରେ ପଦକ୍ଷେପ ନେଇଛନ୍ତି।

ରାଜ୍ୟରେ ଏହି ଭାଟ ହ୍ରାସ ହେଲେ ପ୍ରତିବର୍ଷ ରାଜସ୍ୱର କ୍ଷତି 1400 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ସହିତ ଭ୍ୟାଟ୍ ସଂଗ୍ରହରେ କ୍ଷତି ହେଉଛି ଲିଟର ପିଛା 1 ଟଙ୍କା 6 ପଇସା ପେଟ୍ରୋଲ ଉପରେ ଏବଂ  ଲିଟର ପିଛା 2 ଟଙ୍କା 8 ପଇସା ଡିଜେଲ ଉପରେ ରହିଛି। ସେହିପରି ଭାରତ ସରକାରଏକ୍ସାଇଜ୍ ଡ୍ୟୁଟି ହ୍ରାସ କଲେ ରାଜ୍ୟ ସମୁଦାୟ 700 କୋଟି ଟଙ୍କା କ୍ଷତି ସହିବ। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରାୟ 2000 କୋଟି ଟଙ୍କା ବହନ କରିବାର ସମ୍ଭାବନା ରହିଛି। ଏହି ହ୍ରାସ ସହିତ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଦେଶରେ ସର୍ବନିମ୍ନତମ ହେବାର ସମ୍ଭାବନା ରହିଛି।

ଅର୍ଥବ୍ୟବସ୍ଥାକୁ ଆହୁରି ପ୍ରୋତ୍ସାହନ ଦେବା ଲାଗି ଭାରତ ସରକାର ଗତକାଲି ଡିଜେଲ ଏବଂ ପେଟ୍ରୋଲ ଉପରୁ ଉତ୍ପାଦ ଶୁଳ୍କରେ ଜରୁରି ହ୍ରାସ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ପାଇବା ଫଳରେ ତୈଳ ଇନ୍ଧନର ଉପଯୋଗ ବୃଦ୍ଧି ପାଇବ ଏବଂ ମୁଦ୍ରାସ୍ଫିତୀ ଚାପ ହ୍ରାସ ପାଇବ।

ଏହାଦ୍ବାରା ଗରିବ ଏବଂ ମଧ୍ୟବିତ୍ତ ବର୍ଗ ଲାଭବାନ ହେବେ। ଆଜିର ନିଷ୍ପତ୍ତି ଦେଶର ସାମଗ୍ରିକ ଆର୍ଥିକ ଚକ୍ରକୁ ଆହୁରି ଗତିଶୀଳ କରିବ ବୋଲି ଆଶା କରାଯାଉଛି। ଉପଭୋକ୍ତାମାନଙ୍କୁ ଆଶ୍ବସ୍ତି ପ୍ରଦାନ ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ହ୍ରାସ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ନିବେଦନ କରାଯାଇଛି।

ଡିଜେଲ ଦର ନବୀନ ପଟ୍ଟନାୟକ ପେଟ୍ରୋଲ ଓ ଡିଜେଲ ଦର
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା, ଚାରିଦିନ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କ ଛୁଟି ବାତିଲ

July 30, 2026

ଲୋକସଭାରେ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନ ସମ୍ପର୍କରେ ସୂଚନା ଦେଲେ ରେଳ ମନ୍ତ୍ରୀ

July 30, 2026

ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବେ ଟ୍ରମ୍ଫ?: ଚିନ୍ତା ବଢାଇଲା ଆମେରିକାର ନୂତନ ବିଲ୍

July 29, 2026

ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଦ୍ଵାରା “ଆମ ରାଷ୍ଟ୍ରପତି: ଆମ ଗୌରବ” ପୁସ୍ତକ ଲୋକାର୍ପିତ

July 29, 2026
Latest News

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା, ଚାରିଦିନ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କ ଛୁଟି ବାତିଲ

July 30, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ CCS ବୈଠକ: NSA ଡୋଭାଲ ମଧ୍ୟ ସାମିଲ

July 30, 2026

ଟିମ୍ ଇଣ୍ଡିଆର ନୂଆ ଜର୍ସି ଉପରେ ବିବାଦ: ରଙ୍ଗକୁ ନେଇ ସମାଲୋଚନା କଲେ ପୂର୍ବତନ ଅଧିନାୟକ

July 30, 2026

AIDMK ପରେ DMK କୁ ଝଟକା!: TVKରେ ଯୋଗଦେବେ ପନ୍ନିରସେଲଭମ?

July 30, 2026

ଆସାମ ବନ୍ୟାରେ ୭୮ ଜଣଙ୍କର ମୃତ୍ୟୁ: ସଙ୍କଟରେ ୩ ଲକ୍ଷ ଲୋକ 

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.