Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶର କିରାନା ଦୋକାନଗୁଡ଼ିକୁ ଡିଜିଟାଲ୍ ଷ୍ଟୋର୍‌ରେ ରୂପାନ୍ତରିତ କରିବା ଆବଶ୍ୟକ: ଇଶା ଓ ଆକାଶ ଅମ୍ବାନି
ଆଜିର ଖବର

ଦେଶର କିରାନା ଦୋକାନଗୁଡ଼ିକୁ ଡିଜିଟାଲ୍ ଷ୍ଟୋର୍‌ରେ ରୂପାନ୍ତରିତ କରିବା ଆବଶ୍ୟକ: ଇଶା ଓ ଆକାଶ ଅମ୍ବାନି

December 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍‌ର ନିର୍ଦ୍ଦେଶିକା ଇଶା ଅମ୍ବାନି ଓ ନିର୍ଦ୍ଦେଶକ ଆକାଶ ଅମ୍ବାନି ଛୋଟ ବ୍ୟବସାୟୀମାନଙ୍କୁ ଦେଶର ମୂଳଦୁଆ ଭାବେ ବର୍ଣ୍ଣନା କରିଛନ୍ତି। ଇଶା କହିଛନ୍ତି ଯେ ମହାମାରୀ ବ୍ୟବସାୟ କରିବାର ଉପାୟକୁ ବଦଳାଇ ଦେଇଛି। ଗଳିକନ୍ଦିରେ ଥିବା କିରାନା ବା ତେଜରାତି ଦୋକାନଗୁଡ଼ିକୁ ଏବେ ଡିଜିଟାଲ୍ ଷ୍ଟୋର୍‌ରେ ରୂପାନ୍ତରିତ କରିବାର ଓ ସଶକ୍ତ କରିବାର ସମୟ ଆସିଛି। ରିଲାଏନ୍ସ ସହ ଯୋଡ଼ି ହୋଇଥିବା ପ୍ରାୟ ପାଂଚ ଲକ୍ଷ ରିଟେଲ୍ ବିକ୍ରେତାମାନଙ୍କ ବିଷୟରେ ପ୍ରକାଶ କରି ଆକାଶ ଅମ୍ବାନି କହିଛନ୍ତି ଯେ, ରିଟେଲ୍ କ୍ଷେତ୍ରରେ ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍ ଷ୍ଟୋର୍ ପାଇଁ ସ୍ଥାନ ରହିଛି। ଫେସବୁକ୍‌ର କାର୍ଯ୍ୟକ୍ରମ ଫ୍ୟୁଏଲ୍ ଫର୍ ଇଣ୍ଡିଆ ୨୦୨୧ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମାଧ୍ୟମରେ ଉଭୟ ଇଶା ଅମ୍ବାନି ଓ ଆକାଶ ଅମ୍ବାନି ଯୋଗ ଦେଇଥିଲେ।

ମେଟା (ଫେସବୁକ୍‌)ର ଚିଫ୍ ବିଜନେସ୍ ଅଫିସର ମାର୍ଣ୍ଣେ ଲେଭିନ୍ ଙ୍କ ଏକ ପ୍ରଶ୍ନର ଉତରରେ ଇଶା ଅମ୍ବାନି କହିଛନ୍ତି ଯେ, “ଲକ୍ଷାଧିକ ଖୁଚୁରା ବିକ୍ରେତାମାନଙ୍କୁ ଜିଓ ଓ ଜିଓମାର୍ଟ ମାଧ୍ୟମରେ ଡିଜିଟାଲ୍ ସକ୍ଷମ କରିବା ଲାଗି ମୁକେଶ ଅମ୍ବାନିଙ୍କ ଲକ୍ଷ୍ୟ ରହିଛି। ତାଙ୍କର ସେହି ସ୍ୱପ୍ନକୁ ପୂରଣ କରିବା ଦିଗରେ ଆମେ ଆଉ ଟିକେ ନିକଟତର ହୋଇଛୁ ଏବଂ ଆକାଶ ଓ ମୋ ପାଇଁ ବ୍ୟକ୍ତିଗତ ଭାବେ ଏହା ବହୁତ ମହତ୍ୱପୂର୍ଣ୍ଣ।’’

ଜିଓମାର୍ଟ ଓ ହ୍ୱାଟସ୍‌ଆପ୍‌ର ସହଯୋଗିତା ସମ୍ପର୍କରେ ମନ୍ତବ୍ୟ ଦେଇ ଆକାଶ ଅମ୍ବାନି କହିଛନ୍ତି ଯେ “ହ୍ୱାଟସ୍‌ଆପ୍ ମାଧ୍ୟମରେ ଜିଓମାର୍ଟରେ ଡିଜିଟାଲ୍ କିଣାକିଣି ଏବେ ଏକ ବାର୍ତା ପଠାଇବା ସଦୃଶ ସହଜ ଓ ସରଳ ହୋଇଛି। ବାସ୍ତବରେ ଉପଭୋକ୍ତମାନଙ୍କ ପାଇଁ ଡିଜିଟାଲ କିଣାକିଣିରେ ଏକ ବିପ୍ଳବ ଭଳି।

ଜିଓର ଦୃଢ଼ ଗ୍ରାହକ ସଂଖ୍ୟା ଓ ସୁଲଭ ସେବାକୁ ପ୍ରଶଂସା କରି ହ୍ୱାଟସ୍‌ଆପ୍ ଜରିଆରେ ଜିଓ ମୋବାଇଲ୍ ରିଚାର୍ଜ କିଭଳି କାମ କରିବ ବୋଲି ମାର୍ଣ୍ଣେ ପ୍ରଶ୍ନ କରିଥିଲେ। ଏହାର ଉତରରେ ଆକାଶ ଅମ୍ବାନି କହିଥିଲେ ଯେ ହ୍ୱାଟସ୍‌ଆପ୍ ଜରିଆରେ ଜିଓର ପ୍ରିପେଡ୍ ରିଚାର୍ଜ କରିବା ଖୁବ୍ ଶୀଘ୍ର ଉପଲବ୍ଧ ହେବ। ୨୦୨୨ରେ ଆରମ୍ଭ ହେବାକୁ ଥିବା ଏହି ସୁବିଧା ବହୁତ ସରଳ ହେବ ଏବଂ ମାତ୍ର ଗୋଟିଏ କିମ୍ବା ଦୁଇଟି ପର୍ଯ୍ୟାୟରେ କରାଯାଇପାରିବ, ଯାହା ଜିଓ ଉପଭୋକ୍ତାଙ୍କ ଜୀବନକୁ ଆହୁରି ସହଜ କରିପାରିବ। ବୟସ୍କ ନାଗରିକମାନଙ୍କ ସୁବିଧା ବିଷୟରେ ଆଲୋଚନା କରି ଇଶା କହିଥିଲେ ଯେ ବେଳେ ବେଳେ ବୟସ୍କ ନାଗରିକମାନେ ବାହାରକୁ ଯିବା ସମ୍ଭବ ହୁଏ ନାହିଁ, ସେଭଳି କ୍ଷେତ୍ରରେ ହ୍ୱାଟସ୍‌ଆପ୍ ଜରିଆରେ ଜିଓ ରିଚାର୍ଜ ବହୁତ ସୁବିଧାଜନକ ହେବ ବୋଲି ଇଶା କହିଛନ୍ତି। ଏଥିସହିତ ହ୍ୱାଟ୍ସଆପ୍ ଜରିଆରେ ରିଚାର୍ଜ ସାଙ୍ଗକୁ ଦେୟ ପ୍ରଦାନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ପ୍ରକ୍ରିୟା ହୋଇପାରିବା କୋଟି କୋଟି ଜିଓ ଗ୍ରାହକଙ୍କୁ ଅନନ୍ୟ ସହଜତାର ଅନୁଭୁତି ଆଣିଦେବ ବୋଲି ସେ କହିଥିଲେ।

ଫ୍ୟୁଏଲ୍ ଫର ଇଣ୍ଡିଆ ୨୦୨୧ ହେଉଛି ଏକ ସାକ୍ଷାତକାରର ଶୃଙ୍ଖଳା ଯେଉଁଥିରେ ଫେସବୁକ୍‌ର ଅଧିକାରୀମାନେ ଦେଶର ଜଣାଶୁଣା ବ୍ୟକ୍ତିବିଶେଷଙ୍କ ସାକ୍ଷାତକାର ନେଉଛନ୍ତି।

ଆକାଶ ଅମ୍ବାନି ଇଶା ଅମ୍ବାନି ଜିଓ ପ୍ଲାଟଫର୍ମସ୍
Share. Facebook Twitter LinkedIn Email WhatsApp Copy Link

Related Posts

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026
Latest News

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.