Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ତୋଷାଳି ମେଳାରେ ଭାଗ ନେଇଛନ୍ତି ଦେଶର ୨୫ ଜଣ ପୁରସ୍କାର ପ୍ରାପ୍ତ ବୁଣାକାର
ବିଶେଷ ଖବର

ତୋଷାଳି ମେଳାରେ ଭାଗ ନେଇଛନ୍ତି ଦେଶର ୨୫ ଜଣ ପୁରସ୍କାର ପ୍ରାପ୍ତ ବୁଣାକାର

April 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ତୋଷାଳି ମେଳାରେ ଭାଗ ନେଇଛନ୍ତି ଦେଶର ୨୫ ଜଣ ପୁରସ୍କାର ପ୍ରାପ୍ତ ବୁଣାକାର

ଭୁବନେଶ୍ବର:  ରାଜଧାନୀର ଜନତା ମଇଦାନରେ ଚାଲିଥିବା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ଓଡ଼ିଶା ଓ ଅନ୍ୟ ରାଜ୍ୟର କୃତି ବୁଣାକାରମାନଙ୍କର ଅପୂର୍ବ ମେଳଣ ଦେଖିବାକୁ ମିଳୁଛି। ପଂଜାବ ରାଜ୍ୟର ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କ ‘ଫୁଲକରି’ ହସ୍ତତନ୍ତ ଏହି ମେଳାରେ ଦେଖିବାକୁ ମିଳୁଛି।

ଦେଶର ଛଅଜଣ ସନ୍ଥକବି ପୁରସ୍କାର ବିଜେତା, ୧୫ ଜଣ ଜାତୀୟ ପୁରସ୍କାର ଓ ତିନିଜଣ ରାଜ୍ୟ ପୁରସ୍କୃତ ବୁଣାକାର ମେଳାରେ ଅଂଶଗ୍ରହଣ କରିଛନ୍ତି। ସନ୍ଥକବି ପୁରସ୍କାର ପାଇଥିବା ବୁଣାକାରମାନଙ୍କ ମଧ୍ୟରେ ଓଡ଼ିଶାରୁ ଦୁଇଜଣ ଓ ଅନ୍ୟ ରାଜ୍ୟ ଜାମ୍ମୁ ଓ କାଶ୍ମୀର, ତେଲେଙ୍ଗାନା ଓ ଉତ୍ତରପ୍ରଦେଶର ୪ ଜଣ ଏହି ମେଳାରେ ଅଂଶଗ୍ରହଣ କରିଛନ୍ତି।

ଓଡ଼ିଶାରୁ ପୁରସ୍କୃତ ବୁଣାକାରମାନଙ୍କ ‘ଇକତ୍‌’ ଡିଜାଇନ୍‌ର ହସ୍ତତନ୍ତ ଏଠାରେ ସ୍ଥାନିତ ହୋଇଥିବାବେଳେ ଅନ୍ୟ ରାଜ୍ୟର ପୁରସ୍କୃତ ବୁଣାକାରମାନଙ୍କର ଉଲ୍‌, ସିଲ୍‌କ ଓ ସୂତାଶାଢ଼ି, ପୋଷାକ, ଷ୍ଟୋଲ, ସାଲ୍‌ ଇତ୍ୟାଦି ମେଳାରେ ପ୍ରଦର୍ଶନ ଓ ବିକ୍ରୟ ପାଇଁ ରଖାଯାଇଛି।
ଓଡ଼ିଶାର ଜାତୀୟ ପୁରସ୍କାରପ୍ରାପ୍ତ ୬ ଜଣ ଓ ଅନ୍ୟ ରାଜ୍ୟ ଜାମ୍ମୁ ଓ କାଶ୍ମୀର, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶର ୯ ଜଣ ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ତୋଷାଳି ମେଳାରେ ସେମାନଙ୍କର ଉଲ୍‌, ସିଲ୍‌କ, ସୂତାଶାଢ଼ି, ପୋଷାକ, ଷ୍ଟୋଲ, ସାଲ୍‌ ଆଦି ଉତ୍ପାଦ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି।

ଓଡ଼ିଶାର ଜାତୀୟ ପୁରସ୍କାରପ୍ରାପ୍ତ ୬ ଜଣ ବୁଣାକାରମାନଙ୍କ ଷ୍ଟଲ୍‌ରେ ପ୍ରାକୃତିକ ରଙ୍ଗ ଓ ଫେବ୍ରିକ୍‌ ହସ୍ତତନ୍ତ ଉପଲବ୍ଧ ହେଉଛି। ସେହିପରି ଓଡ଼ିଶାର ରାଜ୍ୟ ପୁରସ୍କାରପ୍ରାପ୍ତ ବୁଣାକାରଙ୍କ ଷ୍ଟଲ୍‌ରେ ‘ଇକତ୍‌’ ଉତ୍ପାଦ ପ୍ରଦର୍ଶନ ଓ ବିକ୍ରୟ ପାଇଁ ରଖାଯାଇଛି। ଛତିଶଗଡ଼ ଓ ରାଜସ୍ଥାନର ରାଜ୍ୟ ପୁରସ୍କାରପ୍ରାପ୍ତ ବୁଣାକାରମାନଙ୍କ ଷ୍ଟଲରେ ସୂତା ଶାଢ଼ି, ପୋଷାକ, ଷ୍ଟୋଲ ଆଦି ପ୍ରଦର୍ଶନ ଓ ବିକ୍ରୟ ହେଉଛି।

କୃତୀ ବୁଣାକାର ଓ ସେମାନଙ୍କ ଉତ୍ପାଦ ଷୋଡ଼ଶ ତୋଷାଳି ମେଳାର ଗରିମାକୁ ବଢ଼ାଇବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛି।ସ୍ଥାନୀୟ ଜନତା ମଇଦାନଠାରେ ଚାଲିଥିବା ତୋଷାଳି ଜାତୀୟ ହସ୍ତତନ୍ତ ମେଳାରେ ଦିନକୁ ଦିନ ଭିଡ଼ ଜମିବାରେ ଲାଗିଛି। ୩୦ଟି ଖାଦ୍ୟ ଷ୍ଟଲ ଲୋକଙ୍କୁ ସୁସ୍ୱାଦୁ ଖାଦ୍ୟ ଆଡ଼କୁ ଟାଣି ନେଉଛି। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବା ସହିତ ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ କ୍ରୟ କରିବା ନିମନ୍ତେ ଲୋକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି।

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଅପ୍ରେଲ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟହ ଦିବା ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ମେଳା ଖୋଲା ରହୁଛି।

ତୋଷାଳି ଜାତୀୟ ମେଳା ତୋଷାଳି ମେଳା ହସ୍ତତନ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁରେ ପ୍ରଥମ ଥର ହେବ ‘ଚିଲିକା ପୁସ୍ତକ ମେଳା’, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ

April 16, 2026

କୁଟନୈତିକ ସମ୍ପର୍କ ଜାରି: ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଏବଂ ଉନ୍ମୁକ୍ତ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ

April 16, 2026

ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍ ପାଇଁ କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ଉଦ୍ୟମ ଓ ଇଚ୍ଛାଶକ୍ତି ଥିଲେ ମହିଳାମାନେ କୌଣସି କ୍ଷେତ୍ରରେ ଅଟକିବେ ନାହିଁ: ମୁଖ୍ୟମନ୍ତ୍ରୀ

April 15, 2026
Latest News

ଆଜି ଏପ୍ରିଲ ୧୭ ତାରିଖ ଶୁକ୍ରବାର ଦିନ ସାତୋଟି ରାଶିର ଭାଗ୍ୟ ହେବ ଉଜ୍ଜ୍ଵଳ

April 17, 2026

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.