Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ରିଟେଲ ପ୍ରତିଦିନ ଖୋଲିଛି ୭ ନୂଆ ଷ୍ଟୋର, ଦେଇଛି ମୋଟ ୧.୫ ଲକ୍ଷ ନୂଆ ନିଯୁକ୍ତି 
ଆଜିର ଖବର

ରିଲାଏନ୍ସ ରିଟେଲ ପ୍ରତିଦିନ ଖୋଲିଛି ୭ ନୂଆ ଷ୍ଟୋର, ଦେଇଛି ମୋଟ ୧.୫ ଲକ୍ଷ ନୂଆ ନିଯୁକ୍ତି 

May 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରିଲାଏନ୍ସ ରିଟେଲ୍
ଭାରତର 'ଗ୍ରେଟ ପ୍ଲେସ ଟୁ ୱାର୍କ' ତାଲିକାରେ ୧୩ତମ ସ୍ଥାନ ହାସଲ କଲା ରିଲାଏନ୍ସ ରିଟେଲ୍

ନୂଆଦିଲ୍ଲୀ/ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ର ଚମତ୍କାର ପ୍ରଦର୍ଶନ ଲଗାତାର ଜାରି ରହିଛି। କମ୍ପାନି ଗତ ଆର୍ଥିକ ବର୍ଷରେ ରେକର୍ଡ ଏକ ଲକ୍ଷ ୫୦ ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଛି ଏବଂ ଏହା ସେତେବେଳେ ହୋଇଛି ଯେତେବେଳେ ସାରା ବିଶ୍ୱ କରୋନା ମହାମାରୀର ପ୍ରଭାବ ଦେଇ ଗତି କରୁଥିଲା। କମ୍ପାନି ପକ୍ଷରୁ ନିକଟରେ ଘୋଷିତ ଆର୍ଥିକ ଫଳାଫଳ ଅନୁଯାୟୀ, ରିଲାଏନ୍ସ ରିଟେଲ ର କର୍ମଚାରୀ ସଂଖ୍ୟା ୭୦ ପ୍ରତିଶତ ବଢ଼ି ୩ ଲକ୍ଷ ୬୧ ହଜାର ହୋଇଛି। ରିଟେଲ ଓ ଅନ୍ୟ ବ୍ୟବସାୟକୁ ମିଶାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨ ଲକ୍ଷ ୧୦ ହଜାର ନୂଆ ନିଯୁକ୍ତି ଦେଇଛି। କମ୍ପାନିର ଆର୍ଥିକ ଫଳାଫଳରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ଉଲ୍ଲେଖନୀୟ ବିଷୟ ଏହା ଯେ ରିଲାଏନ୍ସ ରିଟେଲ ଯେଉଁ ଏକ ଲକ୍ଷ ୫୦ ହଜାର ନୂଆ ନିଯୁକ୍ତି ଦେଇଛି ସେଥିରୁ ଏକ ଲକ୍ଷ ନିଯୁକ୍ତି ଛୋଟ ଏବଂ ମଧ୍ୟମ ଧରଣର ସହରରେ ଦିଆଯାଇଛି। କମ୍ପାନିର ସୂଚନା ଅନୁଯାୟୀ, ଛୋଟ ଏବଂ ମଧ୍ୟମ ଧରଣର ସହରରେ ରିଟେଲ ନେଟୱାର୍କ ଦ୍ରୁତଗତିରେ ବଢ଼ିଥିବାରୁୁ ଏହି ନିଯୁକ୍ତି ଦିଆଯାଇପାରିଛି। ଷ୍ଟୋର ସମେତ ଏସବୁ ସହରରେ ଡିଜିଟାଲ ଏବଂ ନ୍ୟୁ କମର୍ସ ପ୍ଲାଟଫର୍ମର ଦ୍ରୁତ ସଂପ୍ରସାରଣ ହୋଇଛି।

ଗତ ଆର୍ଥିକ ବର୍ଷରେ ଆଶ୍ଚର୍ଯ୍ୟ କଲାଭଳି ଗତିରେ ରିଲାଏନ୍ସ ରିଟେଲ ଷ୍ଟୋର ସଂଖ୍ୟା ଖୋଲିଛି । କମ୍ପାନି ପ୍ରତିଦିନ ହାରାହାରି ୭ ନୂଆ ଷ୍ଟୋର ହିସାବରେ ମୋଟ ୨୫୦୦ରୁ ଅଧିକ ଷ୍ଟୋର ଖୋଲିଛି। କେବଳ ଗତ ତ୍ରୟମାସରେ କମ୍ପାନି ୭୯୩ ନୂଆ ଷ୍ଟୋର ଯୋଡ଼ିଛି। ଏଥିସହିତ କମ୍ପାନିର ମୋଟ ଷ୍ଟୋର ସଂଖ୍ୟା ୧୫ ହଜାର ଟପିଯାଇଛି। ଷ୍ଟୋର ଏବଂ ଡିଜିଟାଲ ପ୍ଲାଟଫର୍ମରେ ରିଲାଏନ୍ସ ରିଟେଲର ପଞ୍ଜୀକୃତ ଗ୍ରାହକଙ୍କ ସଂଖ୍ୟା ୧୯ କୋଟି ୩୦ ଲକ୍ଷରୁ ଅଧିକରେ ପହଂଚିଛି।

ରିଲାଏନ୍ସ ଷ୍ଟୋର ସଂଖ୍ୟା ୧୫ ହଜାରରେ ପହଂଚିିବା ଏବଂ ନୂଆ ନିଯୁକ୍ତି ନେଇ ଖୁସି ବ୍ୟକ୍ତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ଚଳିତବର୍ଷ ମଧ୍ୟ ରିଲାଏନ୍ସ ଦେଶର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସଫଳ ହୋଇଛି ଏବଂ ଭାରତରେ ସବୁଠୁ ଅଧିକ ନିଯୁକ୍ତି ପ୍ରଦାନ କରୁଥିବା କମ୍ପାନି ମଧ୍ୟରେ ଅନ୍ୟତମ ହୋଇପାରିଛି। ଗତ ଏକ ବର୍ଷ ମଧ୍ୟରେ ଆମେ ୨ ଲକ୍ଷ ୧୦ ହଜାରରୁ ଅଧିକ କର୍ମଚାରୀଙ୍କୁ ଯୋଡ଼ି ପାରିଛୁ। ନୂଆ ନିଯୁକ୍ତି ସୃଷ୍ଟି କରିବାରେ ରିଟେଲ ଏବଂ ଟେକ୍ନୋଲୋଜି ବ୍ୟବସାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ନୂଆ ଷ୍ଟୋର ଖୋଲିବା ଏବଂ ନୂଆ ନିଯୁକ୍ତି ଦେବା ସହିତ ରିଲାଏନ୍ସ ରିଟେଲ ଚଳିତ ଆର୍ଥିକ ବର୍ଷରେ ଭଲ ଉପାର୍ଜନ ମଧ୍ୟ କରିଛି। ରିଟେଲ ବ୍ୟବସାୟରେ ମୋଟ ବାର୍ଷିକ ରାଜସ୍ୱ ପ୍ରାୟ ୨୦୦,୦୦୦ କୋଟି ଟଙ୍କା ରହିଛି। କମ୍ପାନିର ଆୟରେ ମଧ୍ୟ ବୃଦ୍ଧି ଘଟିଛି। ତ୍ରୟମାସିକ ଆଧାରରେ ୨୦୨୨ ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୟମାସରେ ରିଲାଏନ୍ସ ରିଟେଲର ଆୟ ବୃଦ୍ଧିପାଇ ୫୮,୦୧୯ କୋଟି ଟଙ୍କାରେ ପହଂଚିଛି। ଏହାର ପୂର୍ବ ତ୍ରୟମାସ ଅର୍ଥାତ୍ ୨୦୨୧ ଡିସେମ୍ବର ତ୍ରୟମାସରେ କମ୍ପାନିର ଆୟ ୫୭,୭୧୭ କୋଟି ଟଙ୍କା ରହିଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲର ନେଟ୍ ଲାଭ ୭୦୫୫ କୋଟି ଟଙ୍କା ଏବଂ ଚତୁର୍ଥ ତ୍ରୟମାସର ନେଟ୍ ଲାଭ ୨୧୩୯ କୋଟି ଟଙ୍କା ରହିଛି।

ଆର୍ଥିକ ବର୍ଷ ଚମତ୍କାର ପ୍ରଦର୍ଶନ ରିଲାଏନ୍ସ ରିଟେଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.