Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଘରୋଇ କୋଇଲା ଭିତ୍ତିକ କାରଖାନାଗୁଡିକୁ ନିର୍ଦ୍ଦେଶ ଜାରି
ଆଜିର ଖବର

ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଘରୋଇ କୋଇଲା ଭିତ୍ତିକ କାରଖାନାଗୁଡିକୁ ନିର୍ଦ୍ଦେଶ ଜାରି

May 28, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଶକ୍ତି ମନ୍ତ୍ରଣାଳୟ ଜେନକୋ ଗୁଡିକୁ ଧାରା-୧୧ ଅଧୀନରେ ବିଦ୍ୟୁତ ଶକ୍ତିର ଅତ୍ୟଧିକ ଚାହିଦା ପରିପ୍ରେକ୍ଷୀରେ ନିର୍ଦ୍ଦେଶ ଜାରି କରିଛନ୍ତି। ବିଦ୍ୟୁତର ଅତ୍ୟଧିକ ଚାହିଦା ଓ କେତେକ ଅଞ୍ଚଳରେ ଏହା ନିଅଣ୍ଟ ଯୋଗୁଁ ଶକ୍ତି ଉତ୍ତୋଳନ  ଯଥା ସମ୍ଭବ ଅଧିକ କରିବା ପାଇଁ ମନ୍ତ୍ରଣାଳୟ କହିଛି। ଘରୋଇ କୋଇଲା ଯୋଗାଣ ଅଧିକ ବୃଦ୍ଧି କରାଯାଇଥିଲେ ମଧ୍ୟ କୋଇଲାର ଆବଶ୍ୟକତା ଓ ଯୋଗାଣ ମଧ୍ୟରେ ବ୍ୟବଧାନ ଯୋଗୁଁ ଉତ୍ପାଦନ ସ୍ଥାନରେ କୋଇଲା ମହବୁତ ସ୍ଥିତି ଭୟଙ୍କର ଭାବେ ହ୍ରାସ ପାଉଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଆହୁରି ଲକ୍ଷ୍ୟ କରାଯାଇଛି ଧାର୍ଯ୍ୟ ଶତକଡା ଦଶଭାଗ ପର୍ଯ୍ୟନ୍ତ ଆମଦାନୀ ହେଉଥିବା କୋଇଲା ମିଶ୍ରଣ ହେଉ ନ ଥିବା ଯୋଗୁଁ କୋଇଲା ଷ୍ଟକ୍ ମଧ୍ୟ ହ୍ରାସ ପାଉଛି । ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଗତ ୧୮.୫. ୨୦୨୨ରେ ସମସ୍ତ ଜେନ୍‌କୋଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ଜେନ୍‌କୋ ମିଶ୍ରଣ ପାଇଁ ଉଦ୍ଦିଷ୍ଟ ରପ୍ତାନୀ କୋଇଲା ପାଇଁ ବହିନା ୩୧.୫.୨୦୨୨ ସୁଦ୍ଧା ନ ଦେଲେ ବା ଏଥିପାଇଁ  ଆମଦାନୀ କୋଇଲା ୧୫.୬. ୨୦୨୨ ସୁଦ୍ଧା ନ ପହଞ୍ଚିଲେ ଖିଲାପକାରୀ ଜେନକୋ ମିଶ୍ରଣ ନିମନ୍ତେ ଶତକଡା ୧୫ଭାଗ ପର୍ଯ୍ୟନ୍ତ କୋଇଲା ଆମଦାନୀ କରିବେ । ମିଶ୍ରଣ ପାଇଁ ଆମଦାନୀ କୋଇଲା ପ୍ରଥମ ତିନିମାସ ଏପ୍ରିଲ-ଜୁନ ୨୦୨୨ ଓ ୩୧.୧୦.୨୦୨୨ ପର୍ଯ୍ୟନ୍ତ ଅଭାବ ପଡୁଥିବା କୋଇଲା ଆମଦାନୀ କରି ଭରଣା କରିବେ ।

ମନ୍ତ୍ରଣାଳୟ କହିଛି ଯେ ଘରୋଇ କୋଇଲା ଭିତିକ ବିଦ୍ୟୁତ ଉତ୍ପାଦନ କାରାଖାନାଗୁଡିକ ଯେଉଁମାନଙ୍କ ଶୁଳକ୍ ଆଇନର ଧାରା ୬୩ବଳରେ ନିୟନ୍ତ୍ରିତ ହେଉଛି ସେମାନେ ଆମଦାନୀ କୋଇଲା ମିଶ୍ରଣ ବାଧ୍ୟତାମୂଳକ ହେଲେ ଶୁଳ୍‌କ ଦେଇ କୌଣସି ସମସ୍ତଙ୍କୁ ସୁହାଇବା ଭଳି ପଦ୍ଧତି ବାହାର କରିବାକୁ ଅନୁରୋଧ କରିଛନ୍ତି । ମନ୍ତ୍ରଣାଳୟ ସେମାନଙ୍କ ଅନୁରୋଧ ସମ୍ପୂର୍ଣ୍ଣ ପରୀକ୍ଷାନିରୀକ୍ଷା କରି କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷ (ସିଇଏ)ଙ୍କ ସହ ୨୦.୫.୨୦୨୨ରେ ଅନୁଷ୍ଠିତ ବୈଠକରେ ଏକ ପଦ୍ଧତି ଚୂଡାନ୍ତ କରିଛି । ଆଲୋଚନା ଭିତିରେ ପଦ୍ଧତିର ସିଇଆରସି ଦ୍ୱାରା ଗୃହୀତ ପ୍ରଚଳିତ ପଦ୍ଧତି ଅନୁସାରେ ସଂଶୋଧନ କରାଯାଇଛି ।

 ବର୍ତ୍ତମାନ ପରିସ୍ଥିତି ଓ ଧାରା-୧୧ ଅନୁସାରେ ଆମଦାନୀ କୋଇଲା ମନ୍ତ୍ରଣାଳୟ ନିମ୍ନୋକ୍ତ ନିର୍ଦ୍ଦେଶ ଦେଇଛନ୍ତି :

କ) ଅନୁଚ୍ଛେଦ-୬ ଅନୁସାରେ ପଦ୍ଧତି ଅନୁସରଣ କରି ଶକ୍ତି ଉତ୍ପାଦନ କମ୍ପାନୀମାନେ ବିଦ୍ୟୁତ ଆଇନ, ୨୦୦୩ ଧାରା ୬୩ ଅନୁସାରେ ଶକ୍ତି ଯୋଗାଣ କରିବେ ଓ ରାଜ୍ୟ ସରକାର/ଡିସକମମାନେ ଆମଦାନୀ କୋଇଲା ମିଶ୍ରଣ ବାବଦ କ୍ଷତିପୂରଣ ହିସାବ ଦେବେ ।

ଖ) ଏହି କାରଖାନାଗୁଡିକର ବିଲ୍ ଓ ଦେୟ ପଇଠ ପ୍ରକ୍ରିୟା ପିପିଏ ଅନୁସାରେ ହେବ । ତେବେ ଜେନକୋ ନଗଦ ଦେୟ ପ୍ରଦାନ କରି ବର୍ତ୍ତମାନର ଆବଶ୍ୟକତା ପାଇଁ କୋଇଲା ଆମଦାନୀ କାର୍ଯ୍ୟ ସାପ୍ତାହିକ ଭିତ୍ତିରେ କରିବେ । ବର୍ତ୍ତମାନର ଆବଶ୍ୟକତା ନିମନ୍ତେ ବିଲର୍ ଅନୂନ୍ୟ ଶତକଡା ୧୫ଭାଗ କୋଇଲା ଆମଦାନୀ କରୁଥିବା କମ୍ପାନୀ ବିଲ ପାଇବାର ସପ୍ତାହକ ମଧ୍ୟରେ ପଇଠ କରିବେ । ସାମୟିକ ଆବଶ୍ୟକତା ଜନିତ  ବିଲ୍ ଓ ଦେୟ ଚୂଡାନ୍ତ ବିଲ୍ ଓ ଦେୟ ପଇଠ ମାସିକ ଭିତରେ ପିପିଏ ଅନୁସାରେ କରାଯିବ ।

ଗ) ସାମୟିକ ଆବଶ୍ୟକତାଜନିତ ସାପ୍ତାହିକ ବିଲର ଶତକଡା ୧୫ଭାଗ ଦେୟ ପଇଠ ନିମନ୍ତେ ଉତ୍ପାଦନକାରୀ କମ୍ପାନୀ  ଶକ୍ତି ବିନିମୟ କାର୍ଯ୍ୟକ୍ରମ ଜରିଆରେ ଶତକଡା ୧୫ ଭାଗ ପର୍ଯ୍ୟନ୍ତ ବିଦ୍ୟୁତ ବିକ୍ରୀ କରିପାରିବେ । ଶକ୍ତି ଉତ୍ପାଦନକାରୀ କମ୍ପାନୀଗୁଡିକ ଆମଦାନୀ କୋଇଲା ମିଶ୍ରଣ ସୁନିଶ୍ଚିତ କରିବା ସହ  ନିୟମାନୁଯାୟୀ କୋଇଲା ଷ୍ଟକ ବଳବତ୍ତର ରଖିବେ।

ଘ) ଏହି ନିର୍ଦ୍ଦେଶ ଆମଦାନୀ କୋଇଲା ମିଶ୍ରଣ ଘରୋଇ କମ୍ପାନୀ ଗୁଡିକ ନିମନ୍ତେ ୩୧.୩.୨୦୨୩ ପର୍ଯ୍ୟନ୍ତ ବଳବତ୍ତର ରହିବ।

ପୃଷ୍ଠଭୂମି

ଅସ୍ୱାଭାବିକ କୋଇଲା ଚାହିଦା ବୃଦ୍ଧି ସହ ନିଅଣ୍ଟିଆ ଘରୋଇ କୋଇଲା ଯୋଗାଣ ଦୃଷ୍ଟିରୁ ସବୁ ରାଜ୍ୟ ଓ ଜେନକୋଙ୍କୁ ଏପ୍ରିଲ ୨୮, ୨୦୨୨ (ପରିଶିଷ୍ଟ-୧ରେ ନକଲ ସଂଯୁକ୍ତ) ପତ୍ର ଅନୁସାରେ ମିଶ୍ରଣ ନିମନ୍ତେ ଅନୂନ୍ୟ ଶତକଡା ୧୦ଭାଗ କୋଇଲା ଆମଦାନୀ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ରାଜ୍ୟଗୁଡିକୁ ସମୟପଯୋଗୀ ଅନୁମତି ଆଇପିପିକୁ ଆବଶ୍ୟକସ୍ଥଳେ ଦେବାକୁ କୁହାଯାଇଥିଲା । ନିଶ୍ଚିତଭାବେ ପ୍ରତିଯୋଗିତା ଦର ଭିତ୍ତିରେ ତଥା ସ୍ୱଚ୍ଛତା ରକ୍ଷା କରି କୋଇଲା ଆହରଣ କରିବାକୁ ପତ୍ରରେ ଦର୍ଶାଯାଇଥିଲା ।

ମାତ୍ର କୋଇଲା ଆମଦାନୀ ଆବଶ୍ୟକତା ଅନୁଯାୟୀ କରା ନ ଯିବା ଲକ୍ଷ୍ୟ କରାଗଲା । ଆମଦାନୀ କୋଇଲା ମିଶ୍ରଣ ନେଇ କ୍ଷତିପୂରଣ ବାବଦ ସ୍ପଷ୍ଟୀକରଣ  ନ ଥିବାରୁ ଅନେକ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନୀ କୋଇଲା ଆମଦାନୀ ନିମନ୍ତେ ଅନିଚ୍ଛା ପ୍ରକାଶ କଲେ  । ମେ ୩, ୨୦୨୨  ପତ୍ର (ନକଲ ପରିଶିଷ୍ଟ-୨ରେ ଉପଲବ୍ଧ) ଜରିଆରେ ରାଜ୍ୟ ସରକାର ଓ ଏସଇଆରସିମାନଙ୍କୁ ବିଦ୍ୟୁତ ଉତ୍ପାଦନକାରୀ କେନ୍ଦ୍ରମାନ ତୁରନ୍ତ ମିଶ୍ରଣ ପାଇଁ କୋଇଲା ଆମଦାନୀ କରିବାକୁ କୁହାଗଲା ।

ଶକ୍ତି ମନ୍ତ୍ରଣାଳୟ ମଧ୍ୟ ବିଦ୍ୟୁତ ଆଇନ, ୨୦୦୩ର ଧାରା ୧୦୭ ଅଧୀନରେ ୧୮.୫.୨୦୨୨ଦିନ ଆମଦାନୀ କୋଇଲାର ଅଧିକ ମିଶ୍ରଣ ନିମନ୍ତେ ସିଇଆରସିକୁ ନିର୍ଦ୍ଦେଶ ଜାରି କଲେ । ଏହି ନିର୍ଦ୍ଦେଶର ନକଲ ସମସ୍ତ ରାଜ୍ୟ ସରକାର ଓ ଏସଇଆରସିଏସ/ଜେଇଆରସିଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପଠାଯାଇଛି ।

କୋଇଲା ଶକ୍ତି ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଦୟାପଲୀ ଗ୍ରାମର ହତ୍ୟାକାଣ୍ଡ ମାମଲା: ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

February 21, 2026

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026
Latest News

ଦୟାପଲୀ ଗ୍ରାମର ହତ୍ୟାକାଣ୍ଡ ମାମଲା: ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

February 21, 2026

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.