Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପରିଦର୍ଶନ
ଜାତୀୟ ଖବର

ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପରିଦର୍ଶନ

June 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପରିଦର୍ଶନ

ଭୁବନେଶ୍ୱର : ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ତାଙ୍କୁ ବିଭାଗ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଶର୍ମା ମନ୍ତ୍ରୀଙ୍କ ସହ ଅଧିକାରୀମାନଙ୍କ ପରିଚୟ କରାଇଥିଲେ।

ମନ୍ତ୍ରୀ କହିଥିଲେ ଯେ ଆଜିର ପିଢି ନୂତନ ଯୁଗର ପ୍ରଯୁକ୍ତିବିଦ୍ୟାର ସମ୍ମୁଖୀନ ହେଉଛନ୍ତି। ସଂପ୍ରତି ଫିନ୍‌ଟେକ୍‌, ଏଜୁଟେକ୍‌ ଓ ଫୁଡ୍‌ଟେକ୍‌ କ୍ଷେତ୍ରରେ ଅଧିକ ନିଯୁକ୍ତିର ସୁଯୋଗ ରହିଛି। ଆମ ରାଜ୍ୟରେ ମଧ୍ୟ ଏହି ସବୁ କ୍ଷେତ୍ରରେ ସ୍କିଲିଂ ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଦକ୍ଷେପ ନେବାକୁ ହେବ। ସ୍କିଲ ହେଉଛି ଆଜିର ଆବଶ୍ୟକତା। ସ୍କିଲ ହିଁ କର୍ମନିଯୁକ୍ତି ଆଡକୁ ପଥ ପ୍ରସ୍ତୁତ କରିଥାଏ। ତେଣୁ ସ୍କିଲ ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ଜଣେ ଜଣେ ଉଦ୍ୟୋଗୀ ସୃଷ୍ଟି କରିପାରିଲେ ତାହା ହିଁ ସବୁଠାରୁ ବଡ ସଫଳତା ହେବ ବୋଲି ମନ୍ତ୍ରୀ ଇଂ ଘଡାଇ କହିଥିଲେ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା, ବିଭାଗ ଅଧୀନସ୍ଥ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ, କର୍ମନିଯୁକ୍ତି ନିର୍ଦ୍ଦେଶାଳୟ, ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, ବିପିୟୁଟି, ଭିସୁଟ୍‌ ଓ ଓୟୁଟିଆର ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସେହିପରି ବିଭାଗ ଦ୍ୱାରା ପରିଚାଳିତ ଦୀର୍ଘମିଆଦୀ ଏବଂ ସ୍ୱଳ୍ପମିଆଦୀ ପ୍ରଶିକ୍ଷଣ ସହ ସୁଦକ୍ଷା ଯୋଜନା ବିଷୟରେ ମଧ୍ୟ ସମ୍ୟକ ସୂଚନା ଦେଇଥିଲେ।

ୱାର୍ଲ୍ଡ ସ୍କିଲ ସେଣ୍ଟର(ଡବ୍ଲଏସସି) ବିଷୟରେ ସୂଚନା ଦେଇ ଶ୍ରୀ ଶର୍ମା କହିଥିଲେ ଯେ ଆଇଟିଆଇ ଏବଂ ପଲିଟେକନିକରୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଶିକ୍ଷାର୍ଥୀଙ୍କ ପାଇଁ ଏହା ଏକ ଫିନିସିଙ୍ଗ ସ୍କୁଲ ଭାବରେ କାର୍ଯ୍ୟ କରୁଛି । ଭାରତ ସରକାର ଡବ୍ଲìଏସସିକୁ ମଡେଲ ହିସାବରେ ନେଇଛନ୍ତି। ଯାହାଫଳରେ ସମାନ ଢାଞ୍ଚାର ସ୍କିଲ ଅନୁଷ୍ଠାନ ଗଢିତୋଳିବାକୁ ଅନ୍ୟ ରାଜ୍ୟମାନେ ଏହାର ପରିଦର୍ଶନରେ ଆସୁଛନ୍ତି।

ଶ୍ରୀ ଶର୍ମା ଆହୁରି ମଧ୍ୟ ସୂଚନା ପ୍ରଦାନ କରିଛନ୍ତି ଯେ ଜାତୀୟ ସ୍କିଲ ପ୍ରତିଯୋଗିତାରେ ଆମ ରାଜ୍ୟ ସର୍ବଶେଷ୍ଠ ପ୍ରଦର୍ଶନ କରିଛି ଏବଂ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାରତର ଏକମାତ୍ର ସ୍ୱ୍‌ର୍ଣ୍ଣ ଓଡିଶା ଆଣିଥିଲା। ଓଡିଶାର ସ୍କିଲ ଗୁଣବତ୍ତା ସବୁଠାରୁ ଶ୍ରେଷ୍ଠ ବୋଲି ପ୍ରମାଣିତ କରିବା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।

ନିକଟ ଅତୀତରେ ରାଜ୍ୟ ସରକାର ସରକାରୀ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସରକାରୀ ଇଞ୍ଜିନିୟରିଂ ଏବଂ ମେଡିକାଲ ମହାବିଦ୍ୟାଳୟରେ ପଢିବା ପାଇଁ ୧୫% ସ୍ଥାନ ସଂରକ୍ଷଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀ ତପନ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ସୁନାବେଶରେ ଦର୍ଶନ ଦେଉଛନ୍ତି ମା’ ମଝିଘରିଆଣୀ

October 11, 2026

ଡ୍ରୋନ୍ ଆଧାରିତ ନିରୀକ୍ଷଣରେ ଭାରତୀୟ ରେଳପଥରେ ଅଗ୍ରଣୀ ପୂର୍ବତଟ ରେଳପଥ

October 11, 2026

RBI ର ବଡ଼ ପଦକ୍ଷେପ: ଡଲାର ତୁଳନାରେ ମଜବୁତ ହେବ କି ଟଙ୍କା?

October 11, 2026

ASSOCHAM’s O-LEAD 2026: କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ଶିକ୍ଷା, ଶିଳ୍ପ ଓ ଷ୍ଟାର୍ଟଅପ୍ ଉପରେ ଗୁରୁତ୍ବ

October 11, 2026
Latest News

ସୁନାବେଶରେ ଦର୍ଶନ ଦେଉଛନ୍ତି ମା’ ମଝିଘରିଆଣୀ

October 11, 2026

ଡ୍ରୋନ୍ ଆଧାରିତ ନିରୀକ୍ଷଣରେ ଭାରତୀୟ ରେଳପଥରେ ଅଗ୍ରଣୀ ପୂର୍ବତଟ ରେଳପଥ

October 11, 2026

RBI ର ବଡ଼ ପଦକ୍ଷେପ: ଡଲାର ତୁଳନାରେ ମଜବୁତ ହେବ କି ଟଙ୍କା?

October 11, 2026

ASSOCHAM’s O-LEAD 2026: କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ଶିକ୍ଷା, ଶିଳ୍ପ ଓ ଷ୍ଟାର୍ଟଅପ୍ ଉପରେ ଗୁରୁତ୍ବ

October 11, 2026

ଶସ୍ତା ହେବ କି ଡିଜେଲ?: ଅନ୍ତର୍ଜାତୀୟ ବଜାରରେ ହଇଚଇ ସୃଷ୍ଟି ରୁଷର ନୂତନ ନିଷ୍ପତ୍ତି

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.