ବାୟୁସେନାର ‘ମିଶନ ଆତ୍ମନିର୍ଭରଶୀଳ’ ପାଇଁ ଏକ ବଡ଼ ସଫଳତା, ଦେଶରେ ତିଆରି ହେବ ୯୬ ଯୁଦ୍ଧ ବିମାନ

Published: Jun 12, 2022, 8:56 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭରଶୀଳ ଭାରତ ଯୋଜନା ଅଧୀନରେ ଭାରତୀୟ ବାୟୁସେନା ଏକ ବଡ ପଦକ୍ଷେପ ନେବାକୁ ଯାଉଛି। ଭାରତରେ ୧୪୪ ଟି ମଧ୍ୟରୁ ୯୬ ଟି ଯୁଦ୍ଧ ବିମାନ ତିଆରି କରିବାକୁ ବାୟୁସେନା ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ଅବଶିଷ୍ଟ ୧୮ ଟି ବିମାନ ବିଦେଶରୁ ଆମଦାନୀ ହେବ। ପଡୋଶୀ ଦେଶ ପାକିସ୍ଥାନ ଏବଂ ଚୀନ୍ କୁ କଡା ଟକ୍କର ଦେବା ପାଇଁ ବାୟୁସେନାକୁ ଏହି ୧୧୪ ଟି ଯୁଦ୍ଧ ବିମାନ ଉପରେ ଅଧିକ ନିର୍ଭର କରିବାକୁ ପଡିବ। ଏହି ବିମାନଗୁଡ଼ିକର ସଂଖ୍ୟା କମ୍, ତେଣୁ ବାୟୁସେନା ଏହାର ଚାହିଦା ଅନୁଯାୟୀ ବିମାନ ଉତ୍ପାଦନ କରିବ।

ବାୟୁସେନା ‘ବାୟ ଗ୍ଲୋବାଲ୍ ଆଣ୍ଡ୍ ମେକ୍ ଇନ୍ ଇଣ୍ଡିଆ’ ଯୋଜନା ଅନ୍ତର୍ଗତ ୧୧୪ ମଲ୍ଟିରୋଲ୍ ଫାଇଟର୍ ଏୟାରକ୍ରାଫ୍ଟ (MRFA) ହାସଲ କରିବାକୁ ଯୋଜନା ପ୍ରସ୍ତୁତ କରିଛି, ଯାହା ଅଧୀନରେ ଭାରତୀୟ କମ୍ପାନୀମାନଙ୍କୁ ବିଦେଶୀ ବିକ୍ରେତାଙ୍କ ସହ ସହଭାଗୀ ହେବାକୁ ଅନୁମତି ଦିଆଯିବ। ସରକାରୀ ସୂତ୍ର ଅନୁଯାୟୀ, ଏଥିପାଇଁ ଭାରତୀୟ ବାୟୁସେନା ବିଦେଶୀ ବିକ୍ରେତାଙ୍କ ସହ ଏକ ବୈଠକ କରି ମେକ୍ ଇନ୍ ଇଣ୍ଡିଆ ପ୍ରକଳ୍ପକୁ ଆଗକୁ ନେବା ପାଇଁ ପଚାରିଛନ୍ତି। ଯୋଜନା ଅନୁଯାୟୀ, ପ୍ରାରମ୍ଭିକ ୧୮ ବିମାନ ଆମଦାନୀ ପରେ ପରବର୍ତ୍ତୀ ୩୬ ଟି ବିମାନ ଦେଶ ମଧ୍ୟରେ ଉତ୍ପାଦିତ ହେବ ବୋଲି ସୂତ୍ରରୁ ପ୍ରକାଶ।

Related posts