Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାର ୫ଜି ସ୍ପେକ୍ଟ୍ରମ୍ ନିଲାମକୁ ଦେଲେ ଅନୁମତି, ଖୁବ ଶୀଘ୍ର ଆରମ୍ଭ ହେବ ସେବା
ଆଜିର ଖବର

ସରକାର ୫ଜି ସ୍ପେକ୍ଟ୍ରମ୍ ନିଲାମକୁ ଦେଲେ ଅନୁମତି, ଖୁବ ଶୀଘ୍ର ଆରମ୍ଭ ହେବ ସେବା

June 15, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇଏମଟି/୫ଜି ସ୍ପେକ୍ଟ୍ରମ ନିଲାମ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ନିଲାମ ଜରିଆରେ ସର୍ବୋଚ୍ଚ ମୂଲ୍ୟ ଦେବାକୁ ପ୍ରସ୍ତାବ ଦେଇଥିବା ସଂସ୍ଥା/ବିଡରଙ୍କୁ ୫ଜି ସେବା ଦେଶରେ ପ୍ରଦାନ କରିବାର ଅଧିକାର ମିଳିବ। ଜନସାଧାରଣ ଓ ଉଦ୍ୟୋଗ ସମୂହ ଏହି ସେବା ପାଇ ପାରିବେ।

ଭାରତ ସରକାର ତାଙ୍କର ପ୍ରମୁଖ କାର୍ଯ୍ୟକ୍ରମ ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ ଇଣ୍ଡିଆ ଓ ମେକ ଇନ ଇଣ୍ଡିଆରେ ଡିଜିଟାଲ ସଂଯୋଗକୁ ଗୁରୁତ୍ୱ ଦେଉଛନ୍ତି ଏବଂ ଏଥିପାଇଁ ଆବଶ୍ୟକ ନୀତି ଏବଂ ଯୋଜନା ପ୍ରଣୟନ କରି ତାହାକୁ କାର୍ଯ୍ୟକାରୀ କରୁଛନ୍ତି।

ବ୍ରଡବ୍ୟାଣ୍ଡ, ବିଶେଷ କରି ମୋବାଇଲ ବ୍ରଡବ୍ୟାଣ୍ଡ ଦେଶର ନାଗରିକଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇଛି। ୨ଠ୧୫ରେ ସମଗ୍ର ଦେଶରେ ୪ଜି ସେବାର ଦ୍ରୁତ ସମ୍ପ୍ରସାରଣ ହେବା ପରେ ଏହି ପ୍ରୟାସ ବିଶେଷ ତ୍ୱରାନ୍ୱିତ ହୋଇଥିଲା। ୨ଠ୧୪ରେ ଦେଶରେ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କ ସଂଖ୍ୟା ୧ଠ କୋଟି ଥିବାବେଳେ ଏବେ ଏହା ୮ଠ କୋଟିରେ ପହଂଚିଛି।

ଏହି ଐତିହାସିକ ନୀତି ଓ ଯୋଜନା ମାଧ୍ୟମରେ ସରକାର ମୋବାଇଲ ବ୍ୟାଙ୍କିଙ୍ଗ, ଅନଲାଇନ ଶିକ୍ଷା, ଟେଲିମେଡିସିନ ଓ ଅନ୍ତ୍ୟୋଦୟ ପରିବାରଙ୍କ ଇ-ରେସେନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛନ୍ତି।

ଦେଶରେ ଯେଉଁ ସଫଳ ୪ଜି ପରିବେଶ ସୃଷ୍ଟି ହୋଇଥିଲା ତାହା ୫ଜିକୁ ଯିବା ପାଇଁ ବାଟ ଖୋଲିଛି। ବଡ଼ କଥା ହେଲା ସ୍ୱଦେଶୀ କାରିଗରୀ ଜ୍ଞାନକୌଶଳ ଓ ପ୍ରଯୁକ୍ତି ଦ୍ୱାରା ଭାରତ ୪ଜିରୁ ୫ଜିକୁ ପ୍ରବେଶ କରୁଛି। ଦେଶରେ ଘରୋଇ ୫ଜି ଟେକ୍ନୋଲୋଜି ସେବା ଆରମ୍ଭ କରିବାକୁ ସରକାର ଦେଶର ଆଠଟି ଶ୍ରେଷ୍ଠ ଟେକ୍ନୋଲୋଜି ପ୍ରତିଷ୍ଠାନରେ ୫ଜି ଟେଷ୍ଟ ବେଡ ସେଟ ଅପ (ପରୀକ୍ଷାମୂଳକ ବ୍ୟବସ୍ଥା) ସ୍ଥାପନ କରିଛନ୍ତି। ସରକାର ମଧ୍ୟ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ନୀତି (ପିଏଲଆଇ) ମାଧ୍ୟମରେ ମୋବାଇଲ ଫୋନ, ଟେଲିକମ ସାମଗ୍ରୀ ଓ ସେମିକଣ୍ଡକ୍ଟର ନିର୍ମାଣକୁ ପ୍ରୋତ୍ସାହନ ଯୋଗାଉଛନ୍ତି। ଏହି ଉଦ୍ୟମ ଦେଶରେ ୫ଜି ସେବା ପ୍ରବର୍ତ୍ତନ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏ କ୍ଷେତ୍ରରେ ଚାଲିଥିବା ନିରନ୍ତର ପ୍ରୟାସ ଭାରତକୁ ଯେ ଶୀଘ୍ର ବିଶ୍ୱର ଅନ୍ୟତମ ପ୍ରମୁଖ ୫ଜି ଟେକ୍ନୋଲୋଜୀ ଓ ଆଗାମୀ ୬ଜି ଟେକ୍ନୋଲୋଜୀ ରାଷ୍ଟ୍ରର ମାନ୍ୟତା ଦେବ ଏଥିରେ ସଂଦେହ ନାହିଁ।

ସମଗ୍ର ୫ଜି ବ୍ୟବସ୍ଥାରେ ସ୍ପେକ୍ଟ୍ରମ ବା ଧ୍ୱନିତରଙ୍ଗ ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆସନ୍ନ ୫ଜି ସେବା ଦେଶରେ ନୁ୍ୟ ଏଜ ବିଜନେସ ସୃଷ୍ଟି କରିବାର ସାମର୍ଥ୍ୟ ବହନ କରେ। ଏହା ଫଳରେ ଉଦ୍ୟୋଗଗୁଡ଼ିକ ଅଧିକ ରାଜସ୍ୱ ସୃଷ୍ଟି କରିବେ ଏବଂ ନୂଆ ଟେକ୍ନୋଲୋଜୀ ମୁତୟନ କରି ଅଧିକ ନିଯୁକ୍ତି ସୁଯୋଗ ଯୋଗାଇବେ।

ମୋଟ ୭୨୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ ୨୦ ବର୍ଷ ପାଇଁ ନିଲାମରେ ଦିଆଯିବ । ଏହି ସ୍ପେକ୍ଟ୍ରମ ନିଲାମ କାମ ୨୦୨୨ ଜୁଲାଇ ଶେଷ ସୁଦ୍ଧା ଶେଷ ହେବ । ବିଭିନ୍ନ ବର୍ଗରେ ଏହି ସ୍ପେକ୍ଟ୍ରମ ନିଲାମ କରାଯିବ। ସେଥିରେ ୬୦୦, ୭୦୦, ୮୦୦, ୯୦୦, ୧୮୦୦, ୨୧୦୦ ଓ ୨୩୦୦ ମେଗାହର୍ଜ ସ୍ୱଳ୍ପବର୍ଗ ସ୍ପେକ୍ଟ୍ରମ ଅନ୍ତର୍ଭୁକ୍ତ। ସେହିଭଳି ମଧ୍ୟମ ବର୍ଗରେ ୩୩୦୦ ମେଗାହର୍ଜ ଓ ଉଚ୍ଚ ବର୍ଗରେ ୨୬ (ଗିଗାହର୍ଜ) ଫ୍ରିକୁଏନ୍ସି ବ୍ୟାଣ୍ଡ ମଧ୍ୟ ନିଲାମ ପାଇଁ ଉପଲବ୍ଧ ହେବ।

ଆଶା କରାଯାଉଛି ଯେ ମଧ୍ୟମ ଓ ଉଚ୍ଚ ବ୍ୟାଣ୍ଡ ସ୍ପେକ୍ଟ୍ରମକୁ ଟେଲିଫୋନ ସେବା ଯୋଗାଣକାରୀ ବ୍ୟବହାର କରି ଦେଶରେ ୫ଜି ସେବା ଯୋଗାଣ ଆରମ୍ଭ କରିବେ । ଏହି ୫ଜି ସେବା ଅଧିକ ବେଗ (ସ୍ପିଡ) ଓ ଦକ୍ଷତା ପ୍ରଦାନ କରିବାକୁ ସମର୍ଥ। ବର୍ତ୍ତମାନର ୪ଜି ସେବା ଠାରୁ ଏହା ୧ଠ ଗୁଣ ଦ୍ରୁତତର ସ୍ପିଡ ପ୍ରଦାନ କରିବାକୁ ସକ୍ଷମ।

୨୦୨୧ ସେପ୍ଟେମ୍ବରରେ ସରକାରଙ୍କ ଦ୍ୱାରା ଘୋଷିତ ଟେଲିକମ କ୍ଷେତ୍ର ସଂସ୍କାର ଏହି ସ୍ପେକ୍ଟ୍ରମ ନିଲାମ ଦ୍ୱାରା ତ୍ୱରାନିତ ହେବ। ଏହି ସଂସ୍କାର ଅନୁସାରେ ଆଗାମୀ ନିଲାମରେ ସ୍ପେକ୍ଟ୍ରମ ବ୍ୟବହାର ଦେୟ (ଏସୟୁସି)କୁ ଶୂନ୍ୟ କରାଯିବ । ଅର୍ଥାତ ସ୍ପେକ୍ଟ୍ରମ ବ୍ୟବହାର ବାବଦ ଦେୟ ବ୍ୟବସ୍ଥା ଆଉ ରହିବ ନାହିଁ। ତେଣୁ ଏହାଦ୍ୱାରା ନିଲାମଧାରୀ ସେବା ପ୍ରଦାନକାରୀମାନଙ୍କଠୁ ପରିଚାଳନା ଖର୍ଚ୍ଚ ହ୍ରାସ ପାଇବ। ସେମାନେ ମଧ୍ୟ ଏହାର ସୁଯୋଗ ନେଇ ନିଜର ନେଟୱର୍କ ଯଥେଷ୍ଟ ବଢ଼ାଇ ପାରିବେ। ଆହୁରି ମଧ୍ୟ ନିଲାମ ପାଇଁ ବିଡରଙ୍କୁ ଯେଉଁ ଆର୍ଥିକ ବ୍ୟାଙ୍କ ଗ୍ୟାରେଣ୍ଟି ଆଉ ଦେବାକୁ ପଡୁଥିଲା ତାହା ଆଉ ଦେବାକୁ ହେବ ନାହିଁ। ଆଗରୁ ଏ ବାବଦରେ ନିଲାମଧାରୀଙ୍କୁ ନିଲାମର ବାର୍ଷିକ କିସ୍ତି ସହିତ ସମାନ ପରିମାଣର ଅର୍ଥ ରାଶି ଜମା କରିବାକୁ ପଡୁଥିଲା।

କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଟେଲିକମ କ୍ଷେତ୍ରର ସଂସ୍କାର ପ୍ରକ୍ରିୟା ଚାଲୁ ରହିବ। ଆଗାମୀ ସ୍ପେକ୍ଟ୍ରମ ନିଲାମ ଠାରୁ ବ୍ୟବସାୟିକ ସୁଗମତା ବଢ଼ାଇବା ପାଇଁ ଆଉ କେତେକ, ପ୍ରଗତିମୂଳକ ପଦକ୍ଷେପକୁ କାର୍ଯ୍ୟକାରୀ କରାଯିବ। ଯେଉଁମାନେ ନିଲାମ ନେବେ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଓ ପ୍ରୋତ୍ସାହନ ମିଳିବ। ପ୍ରଥମ ଥର ପାଇଁ ସଫଳ ବିଡରଙ୍କୁ ସିଧାସଳଖ ସବୁ ଅର୍ଥ ଜମା ଦେବାକୁ ପଡ଼ିବ ନାହିଁ। ସେମାନେ ସମାନ ୨ଠ କିସ୍ତିରେ ପ୍ରତିବର୍ଷ ଆରମ୍ଭରେ ଅଗ୍ରିମ ଏହି ଅର୍ଥ ଦାଖଲ କରିବେ। ଏହା ଫଳରେ ସଂଯୁକ୍ତ ଉଦ୍ୟୋଗର ନଗଦ ପ୍ରସାରଣ ବଢ଼ିବ ଏବଂ ସଂଯୁକ୍ତ ଉଦ୍ୟୋଗୀ ବଳକା ଅର୍ଥ ହାତରେ ରଖି ସୁରୁଖୁରୁରେ ଓ ଅଳ୍ପ ପୁଞ୍ଜିରେ ବ୍ୟବସାୟ କରିପାରିବେ। ଯଦି କେହି ନିଲାମଧାରୀ ୧ଠ ବର୍ଷ ପରେ ସ୍ପେକ୍ଟ୍ରମ ଫେରାଇବାକୁ ଚାହାନ୍ତି ସେଥିପାଇଁ ତାଙ୍କୁ ସୁଯୋଗ ମିଳିବ। ସ୍ପେକ୍ଟ୍ରମ ଫେରାଇବା ପୂର୍ବରୁ ସଂଯୁକ୍ତ ନିଲାମଧାରୀଙ୍କୁ ପରିଶୋଧ ହୋଇ ନ ଥିବା ସମସ୍ତ ଦେୟ ପୈଠ କରିବାକୁ ହେବ। ତେବେ ଅବଶିଷ୍ଟ ୧ଠ ବର୍ଷ ପାଇଁ ତାଙ୍କୁ ଆଉ କିସ୍ତି ଦେବାକୁ ପଡ଼ିବ ନାହିଁ।

୫ଜି ସେବା ଆରମ୍ଭ ପାଇଁ ଯଥେଷ୍ଟ ବ୍ୟାକହଲ ସ୍ପେକ୍ଟ୍ରମର ଆବଶ୍ୟକତା ରହିଛି। ଏହି ବ୍ୟାକହଲ ଚାହିଦା ପୂରଣ କରିବା ପାଇଁ ଟେଲିକମ ସେବା ଯୋଗାଣକାରୀଙ୍କୁ ସାମୟିକ ଭାବେ ୨ଟି ୨୫ଠ ମେଗାହର୍ଜ କ୍ଷମତା ବିଶିଷ୍ଟ ଇ-ବ୍ୟାଣ୍ଡ କ୍ୟାରିୟର ଯୋଗାଇ ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏହାଛଡ଼ା ବର୍ତ୍ତମାନ ୧୩, ୧୫, ୧୮, ଓ ୨୧ ଗିଗାହର୍ଜ ବ୍ୟାଣ୍ଡ ଫ୍ରିକୁଏନ୍ସରେ ଉପଲବ୍ଧ ହେଉଥିବା ପାରମ୍ପରିକ ମାଇକ୍ରୋୱେଭ ବ୍ୟାକହଲ କ୍ୟାରିୟର ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଆହୁରି ମଧ୍ୟ ଇଣ୍ଡଷ୍ଟ୍ରି ୪.ଠର ଉପଯୋଗ ପାଇଁ ନୂଆ ଇନୋଭେସନ ୱେଭ ଯୋଗାବାକୁ ନିଜସ୍ୱ ସଂଯୋଗ ବ୍ୟବସ୍ଥା (କ୍ୟାଣ୍ଡିଭ ନେଟୱର୍କ) ସ୍ଥାପନକୁ କ୍ୟାବିନେଟ ସବୁଜ ସଂକେତ ଦେଇଛି। ଏହା ଫଳରେ ମେସିନ ଟୁ ମେସିନ କମୁନିକେସନ, ଇଣ୍ଟରନେଟ ଅଫ୍ ଥିଙ୍ଗସ, ଆର୍ଟିଫିସିଆଲ ଇଣ୍ଟରନେଟ ଆଦି ନୂଆ ଅତ୍ୟାଧୁନିକ ଟେକ୍ନୋଲୋଜୀକୁ ଅଟୋମୋଟିଭ, ସ୍ୱାସ୍ଥ୍ୟସେବା, କୃଷି, ଊର୍ଜା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଜରେ ବ୍ୟବହାର କରାଯାଇ ପାରିବ।

କେନ୍ଦ୍ର କ୍ୟାବିନେଟ୍ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ ପଢିଛନ୍ତି କି?: ଲିଖିତ ପରୀକ୍ଷା ବିନା ଡାକ ବିଭାଗରେ ହେବ ୨୫,୦୦୦ ରୁ ଅଧିକ ନିଯୁକ୍ତି

August 28, 2026

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୩୮୯ କୁ ବୃଦ୍ଧି, ଏବେ ବି ନିଖୋଜ ୧୪୦୦

August 28, 2026

୧୨ ବର୍ଷ ପୂରଣ କଲା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା: ଜମା ରାଶି ୩.୧୭ ଲକ୍ଷ କୋଟି

August 28, 2026

‘ଫୁଟ ଓଭର ବ୍ରିଜ’ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ: ଭୁବନେଶ୍ଵର ସାଂସଦଙ୍କୁ ଟାର୍ଗେଟ କଲା କଂଗ୍ରେସ

August 28, 2026
Latest News

ଦଶମ ପଢିଛନ୍ତି କି?: ଲିଖିତ ପରୀକ୍ଷା ବିନା ଡାକ ବିଭାଗରେ ହେବ ୨୫,୦୦୦ ରୁ ଅଧିକ ନିଯୁକ୍ତି

August 28, 2026

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୩୮୯ କୁ ବୃଦ୍ଧି, ଏବେ ବି ନିଖୋଜ ୧୪୦୦

August 28, 2026

୧୨ ବର୍ଷ ପୂରଣ କଲା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା: ଜମା ରାଶି ୩.୧୭ ଲକ୍ଷ କୋଟି

August 28, 2026

‘ଫୁଟ ଓଭର ବ୍ରିଜ’ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ: ଭୁବନେଶ୍ଵର ସାଂସଦଙ୍କୁ ଟାର୍ଗେଟ କଲା କଂଗ୍ରେସ

August 28, 2026

ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ: ସମ୍ମାନିତ ହେଲେ ନିୟମ ମାନୁଥିବା ଗାଡ଼ି ଚାଳକ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.