Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗତ ୨୦ ବର୍ଷରେ ରାଜ୍ୟ ସରକାର ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଋଣ କରିଛନ୍ତି, ଅର୍ଥମନ୍ତ୍ରୀ ପୂଜାରୀ
ଜାତୀୟ ଖବର

ଗତ ୨୦ ବର୍ଷରେ ରାଜ୍ୟ ସରକାର ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଋଣ କରିଛନ୍ତି, ଅର୍ଥମନ୍ତ୍ରୀ ପୂଜାରୀ

August 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗତ ୨୦ ବର୍ଷରେ ରାଜ୍ୟ ସରକାର ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଋଣ କରିଛନ୍ତି, ଅର୍ଥମନ୍ତ୍ରୀ ପୂଜାରୀ

ଭୁବନେଶ୍ବର: କୋଡିଏ ବର୍ଷ ଭିତରେ ଓଡ଼ିଶା ସରକାର ୧,୫୦,୧୩୬ କୋଟି ଟଙ୍କାର ଋଣ କରିଛନ୍ତି। ଅର୍ଥାତ ଗତ ଆର୍ଥିକ ବର୍ଷ ୨୦୦୧-୦୨ ରୁ  ଚଳିତ ୨୦୨୨-୨୩ ବର୍ଷ ଅବଧି ମଧ୍ୟରେ ଏହି ଋଣ ହୋଇଛି। ସୁଧ ବାବଦକୁ ପଇଠ ହୋଇଛି ୭୯,୨୬୧ କୋଟି ଟଙ୍କା। ଗୃହରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ସେ କହିଛନ୍ତି ଯେ, ଏହି ଋଣ ଆଣିବାର ମୁଖ୍ୟ କାରଣ ହେଲା ରାଜ୍ୟର ଭିତ୍ତିଭୂମି ବିକାଶ ତଥା ବିଭିନ୍ନ ଉନ୍ନୟନ କାର୍ଯ୍ୟ।  ସେଥିପାଇଁ ସରକାର ଖୋଲା ବଜାରରୁ ଋଣ କରିଥାନ୍ତି। ସେ କହିଛନ୍ତି ଯେ, ଗତ ବର୍ଷ ଠାରୁ ଏ ପର୍ଯ୍ୟନ୍ତ ସରକାର ଖୋଲା ବଜାରରୁ କୌଣସି ଋଣ କରି ନାହାନ୍ତି।

ହେଲେ ଖୁସିର କଥା ବର୍ଷ ଶେଷରେ ଖୋଲା ବଜାରରୁ ଋଣ ସଂଗ୍ରହ ପରିମାଣ ଆକଳନ ଠାରୁ କମ ରହିଛି । ଖଣିରୁ ଯଥେଷ୍ଟ ପରିମାଣରେ ରାଜସ୍ୱ ମିଳିଥିବାରୁ ଏପରି ସମ୍ଭବ ହୋଇଛି। ସେଥିପାଇଁ ଖୋଲା ବଜାରରୁ ୨୦୨୨-୨୩ ବର୍ଷରେ ୨,୨୫୯ କୋଟି ଟଙ୍କା ଋଣ କରାଯିବ। ଗୃହକୁ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ମୁଣ୍ଡପିଛା ଋଣ ଭାର ପରିମାଣ ୨୨,୦୪୨ ଟଙ୍କା ରହିଛି । ୨୦୦୧-୦୨ ଆର୍ଥିକ ବର୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ସଂଗ୍ରହ କରାଯାଇଥିବା ଋଣ ଏବଂ ସୁଧ ଦେୟର ଆନୁପାତିକ ହାର ପରିମାଣ ପ୍ରାୟ ୫୩ ପ୍ରତିଶତ ରହିଛି।

କୋଡ଼ିଏ ବର୍ଷ ଭିତରେ ସରକାର ସୁଧ ବାବଦକୁ ୭୯,୨୬୧ କୋଟି ବ୍ୟୟ କରିଛନ୍ତି । ପ୍ରତି ପାଞ୍ଚ ବର୍ଷରେ ଅର୍ଥାତ ୨୦୦୧-୦୨ ରୁ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଖାଯାଇଛି ଯେ, ରାଜ୍ୟ ସରକାରଙ୍କ ଋଣ ସଂଗ୍ରହ ପରିମାଣ ଯେଉଁ ପରିମାଣରେ ବଢ଼ିଛି, ସୁଧ ପରିଶୋଧ ପରିମାଣ ବି ସମପରିମାଣରେ ବଢ଼ିଛି । ହିସାବରୁ ଜଣାପଡିଛି ଯେ,

୨୦୦୧-୦୨ ଆର୍ଥିକ ବର୍ଷରେ ମୋଟ ୩୯୫୨.୫୬ କୋଟି ଋଣ ସଂଗ୍ରହ କରାଯାଇଥିବା ବେଳେ ସୁଧ ଦେୟ ପରିମାଣ ୨୮୩୪.୯୫ କୋଟି।

୨୦୦୫-୦୬ରେ ଋଣ ସଂଗ୍ରହ ୩୪୯୦.୪୬ କୋଟି ଥିବାବେଳେ ସୁଧ ଦେୟ ପରିମାଣ ୩୬୯୭.୦୯ କୋଟି ରହିଛି ।

୨୦୧୦-୧୧ରେ ଋଣ ସଂଗ୍ରହ ୩୪୯୦.୪୬ କୋଟି ଥିବାବେଳେ ସୁଧ ଦେୟ ପରିମାଣ ୩୦୬୧.୪୫ କୋଟି।

୨୦୧୫-୧୬ରେ ଋଣ ସଂଗ୍ରହ ୧୧,୬୨୫.୩୨ କୋଟି ଟଙ୍କା ଥିବାବେଳେ ସୁଧ ଦେୟ ପରିମାଣ ୩୩୪୩.୨୯ କୋଟି।

୨୦୨୦-୨୧ରେ ୨୦୯୨୯.୧୭ ଋଣ ସଂଗ୍ରହ ଥିବାବେଳେ ସୁଧ ଦେୟ ପରିମାଣ ୬୬୪୨.୭୯ କୋଟି।

୨୦୨୧-୨୨ରେ ଋଣ ସଂଗ୍ରହ ୧୨,୫୫୫୧.୦୩ କୋଟି ଟଙ୍କା ଥିବାବେଳେ ସୁଧ ଦେୟ ପରିମାଣ ୬୩୪୨.୪୫ କୋଟି ରହିଛି

ଗତକାଲି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଅର୍ଥମନ୍ତ୍ରୀ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭା ରାଜ୍ୟ ବଜେଟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026
Latest News

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.