Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁବ୍ରତ ବାଗଚୀ ଶୁଭାରମ୍ଭ କଲେ ଓଡିଶା ସ୍କିଲ୍ସ-୨୦୨୩ ପୋର୍ଟାଲ
ଆଜିର ଖବର

ସୁବ୍ରତ ବାଗଚୀ ଶୁଭାରମ୍ଭ କଲେ ଓଡିଶା ସ୍କିଲ୍ସ-୨୦୨୩ ପୋର୍ଟାଲ

August 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୁବ୍ରତ ବାଗଚୀ ଶୁଭାରମ୍ଭ କଲେ ଓଡିଶା ସ୍କିଲ୍ସ-୨୦୨୩ ପୋର୍ଟାଲ

ଭୁବନେଶ୍ୱର : ୱାର୍ଲଡ ସ୍କିଲ ସେଣ୍ଟରଠାରେ ଓଡିଶା ସ୍କିଲ୍ସ-୨୦୨୩ ପୋର୍ଟାଲକୁ ଶୁଭାରମ୍ଭ କରାଯାଇଛ। ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ( ଓଏସଡିଏ) ର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡେଇ ଓଡିଶା ସ୍କିଲ୍ସ-୨୦୨୩ ପୋର୍ଟାଲକୁ ପଞ୍ଜୀକରଣ ନିମନ୍ତେ ଲୋକାର୍ପଣ କରିଛନ୍ତି ।

ଆଧୁନିକ ଦକ୍ଷତା ବିକାଶରେ ଓଡିଶାକୁ ଏକ ମହାନ ରାଜ୍ୟ ଭାବରେ ଅଭିହିତ କରି ଓଏସଡିଏର ଅଧ୍ୟକ୍ଷ ଶ୍ରୀ ବାଗଚି କହିଛନ୍ତି ଯେ ପିରାମିଡର ତଳ ଭାଗକୁ ସ୍ପର୍ଶ କରୁଥିବା ସ୍କିଲ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଆମେ ସେମାନଙ୍କ ଉପରେ ଧ୍ୟାନ ଦେବା ଉଚିତ । ଓଡିଶା ସ୍କିଲ୍ସ-୨୦୨୩ରେ ପ୍ରାୟ ୧୦,୦୦୦ ଯୁବକଯୁବତୀ ଭାଗ ନେବା ଆମର ସାମୂହିକ ଲକ୍ଷ୍ୟ ହେବା ଉଚିତ୍‌ ଏବଂ ସେମାନେ ଅଣଇଞ୍ଜିନିୟରିଂ ଟ୍ରେଡ୍‌ରେ ଯେପରି ଭାଗ ନେବେ ସେ ନେଇ ପ୍ରୋତ୍ସାହନ ଦେବା ଆବଶ୍ୟକ ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ଘଡେଇ କହିଛନ୍ତି ଯେ ଓଡ଼ିଶାର ଯୁବକଯୁବତୀମାନଙ୍କ ପାଇଁ ସମଗ୍ର ଦେଶରେ ନିଜର ଆଭ୍ୟନ୍ତରୀଣ ସାମର୍ଥ୍ୟ ପ୍ରଦର୍ଶନ କରିବା ନିମନ୍ତେ ଓଡିଶା ସ୍କିଲ୍ସ -୨୦୨୩ ଏକ ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହେବ । ସେ ଏହା ମଧ୍ୟ କହିଛନ୍ତି ଯେ ଜ୍ଞାନକୁ ଧନରେ ପରିଣତ କରିବା ହେଉଛି ସମୟର ଆହ୍ୱାନ । ସଠିକ୍‌ ଦକ୍ଷତା ତାଲିମ ସହିତ ରାଜ୍ୟର ଯୁବକଯୁବତୀମାନେ ଓଡିଶାରେ ରୂପାନ୍ତରଣର ବାର୍ତ୍ତା ପ୍ରଦାନ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ଏହି ଅବସରରେ ଡବ୍ଲìଏସସିର ସିଇଓ ଶ୍ରୀ ରେଘୁ ଜି. କହିଛନ୍ତି ଯେ ଏଥର ଓଡିଶା ସ୍କିଲ୍ସ-୨୦୨୩ରେ ଇଞ୍ଜିନିୟରିଂ ଭିତ୍ତିକ ଟ୍ରେଡ୍‌ ଛଡା ଶିକ୍ଷା ମାଧ୍ୟମରେ ସ୍ୱାସ୍ଥ୍ୟ, ଜୁଏଲରୀ ଡିଜାଇନ୍‌, କ୍ୟାବିନେଟ୍‌ ମେକିଙ୍ଗ୍‌ ପରି ଅଣ ଇଞ୍ଜିନିୟରିଂ ଟ୍ରେଡ୍‌ରେ ଓଡିଶାର ଯୁବପିଢିଙ୍କୁ ସାମିଲ ହେବାପାଇଁ ପ୍ରୋତ୍ସାହନ ଦିଆଯିବ ।

ଓଡିଶା ସ୍କିଲ୍ସ -୨୦୨୩ ପାଇଁ ଅନଲାଇନ୍‌ ପଞ୍ଜୀକରଣ ଆଜି ଆରମ୍ଭ ହୋଇଛି ଏବଂ ପଞ୍ଜୀକରଣର ଶେଷ ତାରିଖ ହେଉଛି ୩୧ ଅଗଷ୍ଟ ୨୦୨୨ । ୫୨ ଟି ସ୍କିଲ କୁ ନେଇ ଏହି ପ୍ରତିଯୋଗିତା ଆୟୋଜନ ହେବାର ଯୋଜନା ରହିଛି । ଚଳିତ ଥର ରାଜ୍ୟର ଚାରିଟି ଜୋନ୍‌ରେ ଏହାକୁ ଆୟୋଜନ କରାଯିବ । ଏହି ପ୍ରତିଯୋଗିତାର ବିଜେତାମାନେ ଆଞ୍ଚଳିକ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦିତା କରିବେ, ଯେଉଁଠାରେ ସେମାନେ ଅନ୍ୟ ରାଜ୍ୟର ବିଜେତାମାନଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବେ ଏବଂ ଆଞ୍ଚଳିକ ସ୍ତରର ବିଜେତାମାନେ ଜାତୀୟ ପ୍ରତିଯୋଗିତାରେ ଭାଗ ନେବେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ସଚିବ, ଶ୍ରୀମତି ରେଣୁପ୍ରଭା ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଡେପୁଟି ପ୍ରିନ୍ସିପାଲ ଶ୍ରୀ ଏସ୍‌ କେ ଦାସ୍‌ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସଚିବ ଶ୍ରୀ ପିନାକୀ ପଟ୍ଟନାୟକ, ପ୍ରିନ୍ସିପାଲ ଶ୍ରୀ ସଙ୍ଗରନ ଗୋପାଲ ଏବଂ ବିଭିନ୍ନ ଅନୁଷ୍ଠାନର ୭୪ ଜଣ ନୋଡାଲ ଅଧିକାରୀ ଉପସ୍ଥିତ ଥିଲେ ।

ସୁବ୍ରତ ବାଗଚୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସମୀକ୍ଷା ବୈଠକରେ ଯୋଗଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

August 24, 2026

ଚମ୍ପୁଆରେ ଭୟାବହ ଭୂସ୍ଖଳନ: NH-520ର ବାରବାଙ୍କ ଘାଟିରେ ରାସ୍ତା ଅବରୋଧ

August 24, 2026

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: କେରଳର କାଜିଆ ଲିଜ୍ ମେଜୋଙ୍କ ମୁଣ୍ଡରେ ବିଜୟ ମୁକୁଟ

August 24, 2026

ଅମରାବତୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ: ୩ ନବଜାତ ଶିଶୁ ମୃତ, ୬ ଗୁରୁତର

August 24, 2026
Latest News

ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସମୀକ୍ଷା ବୈଠକରେ ଯୋଗଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

August 24, 2026

ଚମ୍ପୁଆରେ ଭୟାବହ ଭୂସ୍ଖଳନ: NH-520ର ବାରବାଙ୍କ ଘାଟିରେ ରାସ୍ତା ଅବରୋଧ

August 24, 2026

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: କେରଳର କାଜିଆ ଲିଜ୍ ମେଜୋଙ୍କ ମୁଣ୍ଡରେ ବିଜୟ ମୁକୁଟ

August 24, 2026

ଅମରାବତୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ: ୩ ନବଜାତ ଶିଶୁ ମୃତ, ୬ ଗୁରୁତର

August 24, 2026

କାହାକୁ ଅଧିକ କାମୁଡ଼େ ମଶା? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.