Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଶ୍ବ ବଜାରରେ ଓଡିଶାର ବିଭିନ୍ନ ଦ୍ରବ୍ୟର ଚାହିଦା ସୃଷ୍ଟି କରିବା ପାଇଁ ହେବ ପଦକ୍ଷେପ: ଅସୀତ ତ୍ରିପାଠୀ
ଜାତୀୟ ଖବର

ବିଶ୍ବ ବଜାରରେ ଓଡିଶାର ବିଭିନ୍ନ ଦ୍ରବ୍ୟର ଚାହିଦା ସୃଷ୍ଟି କରିବା ପାଇଁ ହେବ ପଦକ୍ଷେପ: ଅସୀତ ତ୍ରିପାଠୀ

September 29, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଶ୍ବ ବଜାରରେ ଓଡିଶାର ବିଭିନ୍ନ ଦ୍ରବ୍ୟର ଚାହିଦା ସୃଷ୍ଟି କରିବା ପାଇଁ ହେବ ପଦକ୍ଷେପ: ଅସୀତ ତ୍ରିପାଠୀ

ଭୁବନେଶ୍ୱର : ଓଡ଼ିଶାର ସବୁ ଜିଲ୍ଲାର ଉତ୍ପାଦମାନ ସ୍ୱତନ୍ତ୍ର, ଅନନ୍ୟ ଓ ଚମତ୍କାର। ବିଶ୍ୱ ଓ ଦେଶର ବଜାରରେ ଏସବୁ ଉତ୍ପାଦଗୁଡ଼ିକର ସମୁଚିତ ମାର୍କେଟିଂ ହୋଇପାରିଲେ ବହୁ ଉଦ୍ୟୋଗୀ ସଫଳ ହେବେ ଓ ଆମ ରାଜ୍ୟ ଦେଶର ଅନ୍ୟତମ ବିକଶିତ ରାଜ୍ୟ ରୂପେ ପରିଗଣିତ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ମତ ପ୍ରକାଶ କରିଛନ୍ତି।

ଆଜି ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ଶିଳ୍ପ ଓ ଆଭ୍ୟନ୍ତରୀଣ ବ୍ୟାପାର ସଂବର୍ଦ୍ଧନ ବିଭାଗ ଓ ଇନଭେଷ୍ଟ ଇଣ୍ଡିଆ ଆନୁକୂଲ୍ୟରେ ଅନୁଷ୍ଠିତ ଓଡ଼ିଶା କ୍ରେତା-ବିକ୍ରେତା ସମ୍ମିଳନୀକୁ ଉଦ୍‌ଘାଟନ କରି ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ କହିଲେ ଯେ ଆମ ରାଜ୍ୟର ଉତ୍ପାଦଗୁଡ଼ିକର ମାନ ଉଚ୍ଚକୋଟୀର। ତେବେ ସେଗୁଡ଼ିକର ପ୍ରକି୍ରୟାକରଣ କରାଗଲେ ଉତ୍ପାଦକମାନଙ୍କ ପାଇଁ ଏହା ଅଧିକ ଲାଭପ୍ରଦ ହେବ। ଉଦ୍ୟୋଗୀ ହେବା ପାଇଁ ସଂପ୍ରତି ଆଗ୍ରହ ସୃଷ୍ଟି ହେଲାଣି।

ବାସ୍ତବ କ୍ଷେତ୍ରରେ ପହଞ୍ଚି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆଗ୍ରହୀ ଯୁବକଯୁବତୀମାନଙ୍କ ସମସ୍ୟା ସମାଧାନ କରିବାକୁ ପଡ଼ିବ। ଋଣ ଓ ଜମିର ସମସ୍ୟା ସମାଧାନ କରି ଅଞ୍ଚଳଭିତ୍ତିକ କଞ୍ଚାମାଲ ଉତ୍ପାଦନରେ ଆଶାନୁରୂପ ବୃଦ୍ଧି କରିବାକୁ ପ୍ରୋତ୍ସାହନ ଦେବାକୁ ପଡ଼ିବ। ଆଧୁନିକ ଡିଜାଇନରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରାଗଲେ ଏହା ବିଶ୍ୱବାସୀଙ୍କୁ ଆକର୍ଷିତ କରିବ।

ଅଧିକରୁ ଅଧିକ ବିକ୍ରେତାଙ୍କ ଧ୍ୟାନ ଓଡ଼ିଶାର ଉତ୍ପାଦ ଉପରେ କେନ୍ଦ୍ରୀଭୂତ ହେବ। ଅନ୍‌ଲାଇନ ଇ-ବାଣିଜ୍ୟ ସହ ରାଜ୍ୟର ଉତ୍ପାଦକମାନେ ଯୋଡ଼ି ହେଲେ ସେମାନେ ବେଶ୍‌ ଲାଭ ପାଇବେ ଓ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଓଡ଼ିଶାକୁ ଦେଶର ସର୍ବୋତ୍କୃଷ୍ଟ ରାଜ୍ୟ ରୂପେ ଗଢ଼ିତୋଳିବାର ସ୍ୱପ୍ନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ ତ୍ରିପାଠୀ ମତବ୍ୟକ୍ତ କରିଥିଲେ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଆଜି ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ୬୫ ଜଣ ଉତ୍ପାଦକ ବା ବିକ୍ରେତା ଏବଂ ୨୦ ଜଣ କ୍ରେତା ଏହି ସମ୍ମିଳନୀରେ ଯୋଗଦେବା ଅତ୍ୟନ୍ତ ଖୁସିର ବିଷୟ। ରାଜ୍ୟର ସ୍ୱତନ୍ତ୍ର ଉତ୍ପାଦଗୁଡ଼ିକୁ ଜି.ଆଇ. ଟ୍ୟାଗ୍‌ ଦେବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଆଜିର ସମ୍ମିଳନୀ ଯୋଗୁଁ କୃଷିଜାତ ଦ୍ରବ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ ଉତ୍ପାଦ, ତାରକସି କାମ, ପଟ୍ଟଚିତ୍ର ଆଦିର କ୍ରେତା ମିଳିବା ସମ୍ଭବ ହେବ। ଓଡ଼ିଶା ବାହାରେ ଓ ବିଶ୍ୱର ବିଭିନ୍ନ ଦେଶରେ ରାଜ୍ୟର ଉତ୍ପାଦ ପହଞ୍ଚି ପାରିଲେ ବିଭାଗର ଉଦ୍ୟମ ସଫଳ ହେବ ବୋଲି ସଚିବ ଶ୍ରୀମତୀ ଚୋପ୍ରା ପ୍ରକାଶ କରିଥିଲେ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ବିଭୂତି ଭୂଷଣ ଦାଶ ଅନ୍ୟତମ ଅତିଥି ଭାବେ ଯୋଗଦେଇ ପାୱାର ପଏଣ୍ଟ ପ୍ରଦର୍ଶନ କରି କହିଲେ ଯେ କୋଭିଡ-୧୯ ପରବର୍ତ୍ତୀ ସମୟରେ ଆମ ରାଜ୍ୟର ଅର୍ଥନୀତିରେ ଦ୍ରୁତ ସୁଧାର ଘଟିଛି। ୨୦୨୧-୨୨ରେ ଜାତୀୟ ଜିଏସ୍‌ଡିପି ବୃଦ୍ଧି ହାର ୮.୮ ପ୍ରତିଶତ ଥିବାବେଳେ ଓଡ଼ିଶର ଜିଏସ୍‌ଡିପି ବୃଦ୍ଧି ହାର ୧୦.୧ ପ୍ରତିଶତ ହୋଇପାରିଛି। ୨୦୨୫ ସୁଦ୍ଧା ଓଡ଼ିଶା ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜିନିବେଶ ଆକର୍ଷିତ କରିବ ଓ ୩ ନିୟୁତ ଚାକିରି ସୁଯୋଗ ସୃଷ୍ଟି
ହେବ।

୨୦୧୫ରୁ ୨୨ ମଧ୍ୟରେ ମୁଣ୍ଡ ପିଛା ଆୟ ବୃଦ୍ଧି ଜାତୀୟ ସ୍ତରରେ ୮ ପ୍ରତିଶତ ଥିବାବେଳେ ରାଜ୍ୟ ସ୍ତରରେ ଏହା ୧୧.୬ ପ୍ରତିଶତ ହୋଇପାରିଛି। ଆମ ରାଜ୍ୟର ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗଗୁଡ଼ିକରେ ଜାତୀୟ ହାରଠାରୁ ଅଧିକ ନିୟୋଜନ ମିଳିପାରିଛି। ନଡ଼ାଛତୁ, କନ୍ଦମୂଳ ଉତ୍ପାଦନରେ ପ୍ରଥମ, ପଣସ ଉତ୍ପାଦନରେ ଦ୍ୱିତୀୟ, କାଜୁ ଉତ୍ପାଦନରେ ତୃତୀୟ, ମାଛ, ଚିଙ୍ଗୁଡ଼ି ଉତ୍ପାଦନରେ ଚତୁର୍ଥ, ନଡ଼ିଆ ଉତ୍ପାଦନରେ ଷଷ୍ଠ, ପନିପରିବା ଉତ୍ପାଦନରେ ଏକାଦଶ, ଦେଶର ସମୁଦାୟ ମସଲା ଉତ୍ପାଦନର ୫ ପ୍ରତିଶତ, ସମୁଦାୟ ଫୁଲ ଉତ୍ପାଦନର ୩ ପ୍ରତିଶତ ହାସଲ କରିବାରେ ଓଡ଼ିଶା ସମର୍ଥ ହୋଇପାରିଛି। ବିଶ୍ୱ ଓ ଦେଶର ଅନ୍ୟ ରାଜ୍ୟରେ ଆମେ ଆମର ଉତ୍ପାଦମାନ ସଠିକ୍‌ ମୂଲ୍ୟରେ ପହଞ୍ଚାଇ ପାରିଲେ ରାଜ୍ୟର ଉତ୍ପାଦକମାନଙ୍କ ବେଶ୍‌ ହିତ ସାଧନ ହେବ ବୋଲି ଶ୍ରୀ ଦାଶ ପ୍ରକାଶ କରିଥିଲେ।

ଖୋର୍ଦ୍ଧା ଜିଲ୍ଲାର ସାମୁଦ୍ରିକ ଉତ୍ପାଦ ଓ ପ୍ରସ୍ତର ଶିଳ୍ପ, କଟକ ଜିଲ୍ଲାର ମାଣିଆବନ୍ଧ ଶାଢ଼ି ଓ ରୂପା ତାରକସି, ବାଲେଶ୍ୱର ଜିଲ୍ଲାର ସାମୁଦ୍ରିକ ଉତ୍ପାଦ ଓ ପ୍ରସ୍ତର ଶିଳ୍ପ ବିଦେଶକୁ ରପ୍ତାନୀ ପାଇଁ ସ୍ଥିର କରାଯାଇଛି। ‘ଗୋଟିଏ ଜିଲ୍ଲା-ଗୋଟିଏ ଉତ୍ପାଦ’ ଯୋଜନାରେ କୃଷିଜାତ ଦ୍ରବ୍ୟ ମଧ୍ୟରେ ଧାନ, କାଜୁ, ତରଭୁଜ, ଲଙ୍କା, ଅଦା, ହଳଦୀ, ମାଣ୍ଡିଆ, ମକା, ତେନ୍ତୁଳି ସମେତ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ମଧ୍ୟରେ ସମ୍ବଲପୁରୀ ହସ୍ତତନ୍ତ, ମାଣିଆବନ୍ଧ ହସ୍ତତନ୍ତ, ପ୍ରସ୍ତର ଶିଳ୍ପ, କାଷ୍ଠ ଖୋଦେଇ ଉତ୍ପାଦ, ପଟ୍ଟଚିତ୍ର, ରୂପା ତାରକସୀକୁ ଅନ୍ତର୍ଭୁକ୍ତ କରାଯାଇଛି।

ଅସୀତ ତ୍ରିପାଠୀ
Share. Facebook Twitter LinkedIn Email WhatsApp Copy Link

Related Posts

ମେସିଙ୍କ ଚମତ୍କାର: ଶେଷ ମିନିଟ୍‌ରେ ଓଲଟିଲା ମ୍ୟାଚ୍‌, କ୍ୱାର୍ଟରଫାଇନାଲ ପହଞ୍ଚିଲା ଆର୍ଜେଣ୍ଟିନା

July 7, 2026

କେରଳର ୱାୟନାଡରେ ଭୟଙ୍କର ଭୂସ୍ଖଳନ: ୧୦ ଜଣ ମାଟି ତଳେ ଫସିଲେ

July 7, 2026

‘ଭାରତ ଠାରୁ ଜିତିବା ଭଲ ଲାଗେ’: ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ମଧ୍ୟ ବଡ଼ ବିବୃତ୍ତି ଦେଲେ ବେଥେଲ୍

July 7, 2026

ପରିସୀମନ ବିଲ୍ ଉପରେ ନିଜର ମତ ବଦଳାଇଲେ ଅଖିଳେଶ ଯାଦବ?: ରଖିଲେ ଏହି ତିନୋଟି ସର୍ତ୍ତ

July 7, 2026
Latest News

ଇଣ୍ଡୋନେସିଆ ସଂସଦରେ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣ କଲେ ମୋଦୀ

July 8, 2026

ମେସିଙ୍କ ଚମତ୍କାର: ଶେଷ ମିନିଟ୍‌ରେ ଓଲଟିଲା ମ୍ୟାଚ୍‌, କ୍ୱାର୍ଟରଫାଇନାଲ ପହଞ୍ଚିଲା ଆର୍ଜେଣ୍ଟିନା

July 7, 2026

ଓଡ଼ିଶାରେ ସଡ଼କ ସୁରକ୍ଷା ପାଇଁ STAର କଡ଼ା ପଦକ୍ଷେପ, ଫିଟ୍‌ନେସ୍‌, ପରମିଟ୍‌ କିମ୍ବା ରେଜିଷ୍ଟ୍ରେସନ୍‌ ନଥିଲେ ଗାଡ଼ି ହେବ ଜବତ

July 7, 2026

କେନାଲରେ ପଡି ନାବାଳକ ମୃତ

July 7, 2026

କେରଳର ୱାୟନାଡରେ ଭୟଙ୍କର ଭୂସ୍ଖଳନ: ୧୦ ଜଣ ମାଟି ତଳେ ଫସିଲେ

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.