Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବ୍ରଏଲର କୁକୁଡ଼ା ଚାଷର ବିକାଶ ପାଇଁ ବସିଲା ବୈଠକ, ନିଆଗଲା ନିଷ୍ପତି
ଜାତୀୟ ଖବର

ବ୍ରଏଲର କୁକୁଡ଼ା ଚାଷର ବିକାଶ ପାଇଁ ବସିଲା ବୈଠକ, ନିଆଗଲା ନିଷ୍ପତି

October 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ରଏଲର କୁକୁଡ଼ା ଚାଷର ବିକାଶ ପାଇଁ ବସିଲା ବୈଠକ, ନିଆଗଲା ନିଷ୍ପତି

ଭୁବନେଶ୍ୱର: ରାଜ୍ୟରେ ବ୍ରଏଲର କୁକୁଡ଼ା ଚାଷର ବିକାଶ ନିମନ୍ତେ କୁକୁଡ଼ା ଚାଷୀ ଏବଂ ଇଣ୍ଟିଗ୍ରେଟରମାନଙ୍କ ମଧ୍ୟରେ ଉତ୍ତମ ବାତାବରଣ ବଜାୟ ରଖିବା ଆବଶ୍ୟକ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି ଏହି ପରିପ୍ରେକ୍ଷୀରେ କୃଷି ଭବନଠାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଇଣ୍ଟିଗ୍ରେଟର ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା କୁକୁଡ଼ା ଚାଷୀମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇ କୁକୁଡ଼ା ଚାଷୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ବିଶଦ ଭାବରେ ଆଲୋଚନା ହୋଇଥିଲା।

ଆୟୋଜିତ ବୈଠକରେ କୁକୁଡ଼ା ଚିଆଁର ଦରବୃଦ୍ଧି ଠିକ୍‌ ସମୟରେ ବିକି୍ରଯୋଗ୍ୟ କୁକୁଡ଼ା ଇଣ୍ଟିଗ୍ରେଟରମାନଙ୍କ ଦ୍ୱାରା ଉଠାଣ, ଇଣ୍ଟିଗ୍ରେଟରମାନଙ୍କ ଦ୍ୱାରା ଉନ୍ନତ ମାନର ଓ ସଠିକ୍‌ ଓଜନର କୁକୁଡ଼ା ଚିଆଁ ଓ କୁକୁଡ଼ା ଖାଦ୍ୟ ଯୋଗାଣ, ଇଣ୍ଟିଗ୍ରେଟରମାନଙ୍କ ଦ୍ୱାରା କୁକୁଡ଼ାର ବୀମାକରଣ, କୁକୁଡ଼ା ବିକି୍ରରେ ଚାଷୀଙ୍କୁ ପ୍ରୋତ୍ସାହନ, ଇଣ୍ଟିଗ୍ରେଟର ଓ ଚାଷୀମାନଙ୍କ ମଧ୍ୟରେ ହେଉଥିବା ଚୁକ୍ତିନାମାକୁ ଓଡ଼ିଆ ଭାଷାରେ କରିବା ଆଦି ବିଷୟରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା।

ଇଣ୍ଟିଗ୍ରେଟରମାନେ ସେମାନଙ୍କ ଚାଷୀମାନଙ୍କ ସହିତ ନିୟମିତ ଆଲୋଚନା ଜାରି ରଖି ଉପୁଜୁଥିବା ସମସ୍ୟାର ସମାଧାନ ପନ୍ଥା ବାହାର କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିବାବେଳେ ପରବର୍ତ୍ତୀ ସମୟରେ ଏ ଦିଗରେ କୁକୁଡ଼ା ଚାଷୀମାନଙ୍କ ପ୍ରତିନିଧି ଓ ଇଣ୍ଟିଗ୍ରେଟରମାନଙ୍କ ସହିତ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ବୈଠକ ଆୟୋଜନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଏଥି ସହିତ ଚୁକ୍ତିଭିତ୍ତିକ ବ୍ରଏଲର କୁକୁଡ଼ା ଚାଷ ସଂପର୍କରେ ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଚିଠା ମାର୍ଗଦର୍ଶିକା ସଂପର୍କରେ ଆପତ୍ତି ଓ ପରାବର୍ଶ ଦେବା ପାଇଁ ବୈଠକରେ କୁହାଯାଇଥିଲା।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ୟେଦୁଲ୍ଲା ବିଜୟ ଏବଂ ବିିଭାଗର ବରିଷ୍ଠ ଅଧିକାରୀମାନଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ବ୍ରଏଲର କୁକୁଡ଼ା ଚାଷୀଭାଇ ଓ ଇଣ୍ଟିଗ୍ରେଟରମାନେ ଯୋଗଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଅଷ୍ଟ୍ରେଲିଆ ଗସ୍ତରେ ବଡ଼ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି!: କ୍ରିକେଟ ପ୍ରଶଂସକଙ୍କୁ ମିଳିବ ଉପହାର

June 10, 2026

ପ୍ରଧାନମନ୍ତ୍ରୀ ମୋଦୀ ଶାସନ କ୍ଷମତାରେ ରହିବାର ଏକ ରେକର୍ଡ କରିଥିବାରୁ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026
Latest News

ଅଷ୍ଟ୍ରେଲିଆ ଗସ୍ତରେ ବଡ଼ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି!: କ୍ରିକେଟ ପ୍ରଶଂସକଙ୍କୁ ମିଳିବ ଉପହାର

June 10, 2026

ପ୍ରଧାନମନ୍ତ୍ରୀ ମୋଦୀ ଶାସନ କ୍ଷମତାରେ ରହିବାର ଏକ ରେକର୍ଡ କରିଥିବାରୁ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

June 10, 2026

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.