Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କଲେ ୫-‘ଟି’ ସଚିବ ଭି. କେ. ପାଣ୍ଡିଆନ
ଜାତୀୟ ଖବର

ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କଲେ ୫-‘ଟି’ ସଚିବ ଭି. କେ. ପାଣ୍ଡିଆନ

October 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କଲେ ୫-‘ଟି’ ସଚିବ ଭି. କେ. ପାଣ୍ଡିଆନ

ଭୁବନେଶ୍ୱର : ଓଡିଶାର ଯୁବଗୋଷ୍ଠୀଙ୍କୁ ବିଶ୍ୱସ୍ତରୀୟ କୌଶଳ ତାଲିମ ପ୍ରଦାନ କରି ରାଜ୍ୟକୁ ଆଗେଇ ନେବାକୁ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-‘ଟି’ ସଚିବ ଶ୍ରୀ ଭି. କେ. ପାଣ୍ଡିଆନ କହିଛନ୍ତି। ଆଜି ଶ୍ରୀ ପାଣ୍ଡିଆନ ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନରେ ଆସି ଏହାର ପରିଚାଳନା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ବିଶ୍ୱସ୍ତରୀୟ ନିଯୁକ୍ତି ନିମନ୍ତେ ୱାର୍ଲ୍ଡ ସ୍କିଲ ସେଣ୍ଟରରେ ଏକ ବର୍ଷିଆ ଅତ୍ୟାଧୁନିକ କୌଶଳ ତାଲିମ ଦିଆଯାଉଛି। ଆଗାମୀ ଦିନରେ ଏହା ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବେ ଉଭା ହେବ ବୋଲି ସେ କହିଛନ୍ତି। ଏଠାରୁ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀମାନେ ବିଶ୍ୱସ୍ତରର ପ୍ରମୁଖ ସଂସ୍ଥାମାନଙ୍କରେ ନିଯୁକ୍ତି ପାଇବେ। ଆଗାମୀ ଦିନରେ ରାଜ୍ୟର ସରକାରୀ ଆଇଟିଆଇରେ ମଧ୍ୟ ଏହି ଭଳି ଉନ୍ନତ ମାନର ଭିତ୍ତିଭୂମି ତିଆରି କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ପ୍ରଶିକ୍ଷାର୍ଥୀଙ୍କ ଆତ୍ମବିଶ୍ୱାସ ଦେଖି ସେ ଖୁସି ବ୍ୟକ୍ତ କରିବା ସହ ସେମାନଙ୍କର ଆକାଂକ୍ଷା ସ୍ତର ଅଧିକ ରହିଛି ବୋଲି ମତବ୍ୟକ୍ତ କରିଛନ୍ତି। ୱାର୍ଲ୍ଡ ସ୍କିଲ ସେଣ୍ଟରର ପାଠ୍ୟକ୍ରମ ଆଇଟିଇଇଏସ୍‌, ସିଙ୍ଗାପୁର ଶୈଳୀରେ ପରିଚାଳିତ ହେଉଛି। ତେଣୁ ଶ୍ରୀ ପାଣ୍ଡିଆନ ଏଠାରେ ମୁତୟନ ହୋଇଥିବା ଆଇଟିଇଇଏସ୍‌, ସିଙ୍ଗାପୁରର ଅଧିକାରୀମାନଙ୍କ ସହ ସେମାନଙ୍କର ଅଭିଜ୍ଞତା ବିଷୟରେ ପଚାରି ବୁଝିଥିଲେ।

ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା କହିଛନ୍ତି ଯେ ୱାର୍ଲ୍ଡ ସ୍କିଲ ସେଣ୍ଟରରୁ ଉତ୍ତୀର୍ଣ୍ଣ ହେଉଥିବା ପ୍ରଶିକ୍ଷାର୍ଥୀଙ୍କ ନିଯୁକ୍ତି ନିମନ୍ତେ ବିଭିନ୍ନ ଏଜେନ୍ସି ଓ ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକର ସହଭାଗିତା ଉପରେ ଗୁରୁତ୍ୱ ଦିଆଯାଉଛି।

୫-‘ଟି’ ସଚିବ ଶ୍ରୀ ପାଣ୍ଡିଆନ ବିୟୁଟି ୱେଲ୍‌ନେସ୍‌ ସ୍ପା, ଫେସିଆଲ ଓ ବଡି ଥେରାପି ଷ୍ଟୁଡିଓ, ହେୟାର ଫେସନ ଡିଜାଇନ, କଟିଙ୍ଗ ଓ ଷ୍ଟାଇଲିଙ୍ଗ ଷ୍ଟୁଡିଓ, ମେକାଟ୍ରନିକ୍ସ, ନିଉମାଟିକ, ଅଟୋମେସନ ଓ ବେସିକ ରୋବୋଟିକ୍ସ, ମେକାନିକାଲ ଓ ଇଲେକ୍‌ଟି୍ରକାଲ ସର୍ଭିସେସ, ଫାୟାର ଡିଟେକ୍ସନ ଓ ପ୍ରୋଟେକ୍ସନ, ପାଇପିଂ ଓ ପ୍ଲମ୍ବିଂ, ଏୟାରକଣ୍ଡିସନିଙ୍ଗ ଓ ରେଫ୍ରିଜେରେସନ ଲ୍ୟାବ ପରିଦର୍ଶନ କରି ପ୍ରଶିକ୍ଷକ ଏବଂ ପ୍ରଶିକ୍ଷାର୍ଥୀମାନଙ୍କ ସହ ଆଲୋଚନା କରିଥିଲେ।

୨୦୨୩ ସୁଦ୍ଧା ୱାର୍ଲ୍ଡ ସ୍କିଲ ସେଣ୍ଟରରେ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ଏବଂ ୨୦୨୪ ମସିହା ଭିତରେ ପ୍ରେସିସନ ଇଞ୍ଜିନିୟରିଂ ବ୍ୟବସ୍ଥା କରାଯିବ। ଏତଦ୍‌ବ୍ୟତୀତ ଏଠାରେ ଡିଜିଟାଲ ସ୍କିଲିଂ ହବ୍‌ ପ୍ରତିଷ୍ଠା ହେବ ଏବଂ ଏହା ସ୍କିଲ ପ୍ରତିଯୋଗିତାର ହବ୍‌ ରୂପେ କାର୍ଯ୍ୟ କରିବ। ଅନ୍ୟମାନଙ୍କ ମଧ୍ୟରେ ୱାର୍ଲ୍ଡ ସ୍କିଲ ସେଣ୍ଟରର ସିଇଓ ଶ୍ରୀ ରେଘୁ ଜି ଓ ୱାର୍ଲ୍ଡ ସ୍କିଲ ସେଣ୍ଟରର ଅଧିକାରୀମାନେ ଉପସ୍ଥିତ ଥିଲେ।

ଭି.କେ ପାଣ୍ଡିଆନ ୱାର୍ଲ୍ଡ ସ୍କିଲ ସେଣ୍ଟର ହେମନ୍ତ ଶର୍ମା
Share. Facebook Twitter LinkedIn Email WhatsApp Copy Link

Related Posts

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026

ପୁରୁଣାଗଡ଼ରେ ପ୍ରତ୍ନତାତ୍ୱିକ ଗବେଷଣା କାର୍ଯ୍ୟ ଆରମ୍ଭ

May 14, 2026
Latest News

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.