Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ: ବର୍ଷକ ମଧ୍ୟରେ ଗୁଜରାଟରେ ୩୫ ହଜାର ପଦବୀ ପୂରଣ ପ୍ରତିଶୃତି
ଜାତୀୟ ଖବର

ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ: ବର୍ଷକ ମଧ୍ୟରେ ଗୁଜରାଟରେ ୩୫ ହଜାର ପଦବୀ ପୂରଣ ପ୍ରତିଶୃତି

October 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ: ବର୍ଷକ ମଧ୍ୟରେ ଗୁଜରାଟରେ ୩୫ ହଜାର ପଦବୀ ପୂରଣ ପ୍ରତିଶୃତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ଗୁଜରାଟ ରୋଜଗାର ମେଳାରେ ଅଭିଭାଷଣ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ବିଭିନ୍ନ ଶ୍ରେଣୀରେ ନିଯୁକ୍ତି ପତ୍ର ହାସଲ କରିଥିବା ହଜାର ହଜାର ଯୁବ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଧନତେରାସ ଭଳି ପବିତ୍ର ଦିବସରେ କିପରି ଜାତୀୟ ସ୍ତରରେ ୭୫ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ ତାହାର ସ୍ମୃତିଚାରଣ କରିଥିଲେ।

ଧନତେରାସ ଦିନ ହିଁ ପ୍ରଧାନମନ୍ତ୍ରୀ ଏପରି ରୋଜଗାର ମେଳା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆୟୋଜିତ ହେବ ବୋଲି କହିଥିଲେ। ଗୁଜରାଟ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ଯୋଗୁଁ ଆଜି ୫୦୦୦ ପ୍ରାର୍ଥୀ ଗୁଜରାଟ ପଞ୍ଚାୟତ ସେବା ବୋର୍ଡରୁ ନିଯୁକ୍ତି ପତ୍ର ଗ୍ରହଣ କରୁଥିବାବେଳେ, ଗୁଜରାଟ ସବ୍ଇନ୍ସିପେକ୍ଟର ନିଯୁକ୍ତି ବୋର୍ଡ ଓ ଲୋକରକ୍ଷକ ନିଯୁକ୍ତି ବୋର୍ଡରୁ ଆଠହଜାର ପ୍ରାର୍ଥୀ ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି।

ଏହିପରି ଦ୍ରୁତ ପଦକ୍ଷେପ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳର ସଦସ୍ୟଙ୍କୁ ସାଧୁବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଜଣାଇଥିଲେ ନିକଟରେ ଗୁଜରାଟରେ ହଜାର ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି ଓ ବର୍ଷକ ମଧ୍ୟରେ ୩୫ହଜାର ପଦବୀ ପୂରଣ କରିବା ଲକ୍ଷ୍ୟ ଦିଗରେ କାର‌୍ୟ୍ୟ ଆରମ୍ଭ ହୋଇଯାଇଛି।

ଗୁଜରାଟରେ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବା ଶ୍ରେୟ ପ୍ରଧାନମନ୍ତ୍ରୀ ରାଜ୍ୟର ନୂତନ ଶିଳ୍ପ ନୀତିକୁ ଦେଇଥିଲେ। ସେ ଡିଜିଟାଲ ପ୍ଲାଟଫର୍ମ ଓଜା ଓ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ ପଦବୀ ନିମନ୍ତେ ସାକ୍ଷାତକାର ବ୍ୟବସ୍ଥା ଉଚ୍ଛେଦ ନୀତିରେ ପ୍ରଶଂସା କରିଥିଲେ।
ସେ କହିଥିଲେ ଯେ ଅନୁସନ୍ଧାନ ମୋବାଇଲ ଆପ୍ ଓ ନିଯୁକ୍ତି ୱେବ ପୋର୍ଟାଲ ଯୋଗୁ କର୍ମନିଯୁକ୍ତି ଅନୁସନ୍ଧାନକାରୀଙ୍କ ପାଇଁ ଅନେକ ସୁବିଧା ହୋଇଛି । ଏହି ଆପ୍ ବଳରେ ନିଯୁକ୍ତି ପ୍ରଦାନ କାରୀ ଓ ନିଯୁକ୍ତି ଅପେକ୍ଷାରେ ପ୍ରାର୍ଥୀଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ ହୋଇପାରୁଛି। ସେହିଭଳି ଗୁଜରାଟ ଲୋକସେବା ଆୟୋଗଙ୍କ ଦ୍ୱାରା ତ୍ୱରିତ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଜାତୀୟସ୍ତରରେ ପ୍ରଶଂସା ଭାଜନ ହୋଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏ ପ୍ରକାର ରୋଜଗାର ମେଳା ଆଗାମୀ ଦିନରେ ଉଭୟ ଜାତୀୟ ଓ ରାଜ୍ୟସ୍ତରରେ ଆୟୋଜିତ ହେବ। କେନ୍ଦ୍ର ସରକାର ୧୦ଲକ୍ଷ ନିଯୁକ୍ତି ଦେବା ନେଇ କାର‌୍ୟ୍ୟ କରୁଥିବାବେଳେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ଏହି ଅଭିଯାନରେ ସାମିଲ ହେଉଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ । “ଏହା ବ୍ୟାପକ ଭାବେ ଅଭିଯାନକୁ ତ୍ୱରାନ୍ୱିତ କରି ସରକାରୀ ଯୋଜନାର ପୂର୍ଣ୍ଣତା ଦିଗରେ ସହାୟକ ହେବ’ ବୋଲି ସେ କହିଥିଲେ ।

୨୦୪୭ ସୁଦ୍ଧା ଦେଶକୁ ଉନ୍ନତ ରାଷ୍ଟ୍ରର ମାନ୍ୟତା ଦେବାକୁ ଏହି ଯୁବପିଢି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଏହା ସହ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଦେଶ ତଥା ସମାଜ ପ୍ରତି ସେମାନଙ୍କ କର୍ତ୍ତବ୍ୟ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ସେ ସେମାନଙ୍କୁ ଅଧିକ ଶିଖିବା ଓ କୌଶଳ ବିକାଶ ପାଇଁ କାର‌୍ୟ୍ୟ କରିବାକୁ ପରାମର୍ଶ ଦେବା ସହ ଚାକିରି ପାଇବା ପରେ ସେମାନଙ୍କ ଅଭିବୃଦ୍ଧି ଶେଷ ହୋଇଗଲା ବୋଲି ଭାବିବା ଅନୁଚିତ ବୋଲି କହିଥିଲେ । “ଏହା ଆପଣ ମାନଙ୍କ ପାଇଁ ଅନେକ ଦ୍ୱାରା ଖୋଲିବ । ଉତ୍ସର୍ଗୀକୃତ ମନୋଭାବ ନେଇ କର୍ତ୍ତବ୍ୟ ସମ୍ପାଦନ କଲେ ଏହା ଆପଣମାନଙ୍କୁ ପ୍ରବଳ ଆତ୍ମସନ୍ତୋଷ ପ୍ରଦାନ କରିବା ସହ ପ୍ରଗତିର ଦ୍ୱାର ମଧ୍ୟ ଉନ୍ମୁକ୍ତ କରିବ କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ସମାପନ କରିଥିଲେ ।

narendra modi ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026

ଡିଜିଟାଲ୍ ଯୁଗରେ ନୂଆ ରୂପରେ ରାଜସ୍ୱ ପର୍ଷଦ, ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ

September 11, 2026
Latest News

ସାହେବୀରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଜୀବନ କୌଶଳ ଉପରେ ସଚେତନତା କାର୍ଯ୍ୟକ୍ରମ

September 12, 2026

ମୋଦୀଙ୍କ ଜନ୍ମଦିନରେ ପ୍ରତ୍ୟେକ ଘରେ ‘ଆଶୀର୍ବାଦର ଦୀପ’ ଜଳାଇବାକୁ ଆହ୍ୱାନ କଲେ ଉପମୁଖ୍ୟମନ୍ତ୍ରୀ

September 12, 2026

ଭିଜିଲାନ୍ସ ନଜରରେ ଅବକାରୀ ଅଧୀକ୍ଷକ, ସ୍କର୍ପିଓରୁ ମିଳିଲା ୫ ଲକ୍ଷ

September 12, 2026

ସେବା ସଂକଳ୍ପ ଅଭିଯାନ ପାଇଁ ପ୍ରସ୍ତୁତି ଜୋରଦାର କଲା ପଞ୍ଚାୟତିରାଜ ବିଭାଗ

September 12, 2026

ଓଏସ୍ଏସ୍ଏଫ୍ ଯବାନଙ୍କ ପାଇଁ ଏସବିଆଇ ସହ ଓଡ଼ିଶା ପୋଲିସର ଏମ୍ଓୟୁ ସ୍ୱାକ୍ଷର

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.