ଜିଓର ୫ଜି ସମାଧାନକୁ ଲଣ୍ଡନରେ ପ୍ରତିଷ୍ଠିତ “କ୍ଲାଉଡ୍ ନେଟିଭ୍ ଆୱାର୍ଡ’ ପ୍ରଦାନ

Published: Nov 4, 2022, 7:48 am IST

ଭୁବନେଶ୍ୱର: ଲଣ୍ଡନରେ ଆୟୋଜିତ ୱାର୍ଲଡ୍ କମ୍ୟୁନିକେସନ ଆୱାର୍ଡର ୨୪ତମ ସଂସ୍କରଣରେ ଜିଓ ପ୍ଲାଟଫର୍ମ୍‌ସକୁ କ୍ଲାଉଡ୍ ନେଟିଭ୍ ଆୱାର୍ଡ ପ୍ରଦାନ କରାଯାଇଛି। ଟେଲିକମ୍ ଶିଳ୍ପରେ କାର୍ଯ୍ୟ କରୁଥିବା ଦେଶବିଦେଶର ପ୍ରତିଷ୍ଠିତ କଂପାନି ଏବଂ ବରିଷ୍ଠ ଅଧିକାରୀମାନେ ଏହି ପୁରସ୍କାର ବିତରଣ ସମାରୋହରେ ଭାଗ ନେଇଥିଲେ।

ଜିଓ ପ୍ଲାଟଫର୍ମସ୍‌କୁ ଏହାର କମ୍ବୋ ୫ଜି/ ୪ଜି କୋର୍ ନେଟ୍‌ୱର୍କ ସଲ୍ୟୁସନ୍ସ ପାଇଁ କ୍ଲାଉଡ୍ ନେଟିଭ୍ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ବିଜୟୀ ସମାଧାନକୁ ବ୍ୟବହାର କରି ରିଲାଏନ୍ସ ଜିଓ ଭାରତରେ ୫ଜି ସେବାର ଶୁଭାରମ୍ଭ କରୁଛି। ଜିଓ ପକ୍ଷରୁ ବିଭିନ୍ନ ସହରରେ ବ୍ୟବହାରକାରୀମାନଙ୍କୁ ନେଇ ୫ଜିର ବିଟା ପରୀକ୍ଷଣ ଆରମ୍ଭ କରାଯାଇଛି।

ଗ୍ରାହକମାନଙ୍କ ଚାହିଦାକୁ ଦ୍ରୁତ ଗତିରେ ପୂରଣ କରିବା ଲାଗି ଟେଲିକମ୍ କଂପାନିଗୁଡ଼ିକ ନିମନ୍ତେ ଏଭଳି ଏକ ସମାଧାନର ଆବଶ୍ୟକତା ରହିଛି ଯାହାକୁ ଅତ୍ୟଧିକ ବ୍ୟାପକ କରାଯାଇପାରିବ ଏବଂ ତାହା ଆକର୍ଷଣୀୟ ହେବା ସହ ଶୀଘ୍ର ଅପ୍‌ଡେଟ୍ କରାଯାଇପାରୁଥିବ। ଏହା କରିବା ଲାଗି କଂପାନିଗୁଡ଼ିକୁ କ୍ଲାଉଡ୍ ଭିତିଭୂମିରେ ପରିଚାଳିତ ହେଉଥିବା ଆଧୁନିକ ପ୍ରଯୁକ୍ତି ବ୍ୟବହାର କରିବାକୁ ପଡ଼ିଥାଏ। କ୍ଲାଉଡ୍ କମ୍ପ୍ୟୁଟିଂ ପରିବେଶରେ ଆଧୁନିକ ଆପ୍ଲିକେସନକୁ ତିଆରି କରିବା, ତାହାକୁ ପ୍ରସ୍ତୁତ କରିବା ଏବଂ ପରିଚାଳନା କରିବା ପାଇଁ ସମ୍ପୂର୍ଣ୍ଣ ସଫ୍ଟଓୟାର ଭିତିକ କାର୍ଯ୍ୟକୁ କ୍ଲାଉଡ୍ ନେଟିଭ୍ କୁହାଯାଉଛି। ଏଭଳି ଆକର୍ଷଣୀୟ ସମାଧାନ ପ୍ରସ୍ତୁତ କରିଥିବାରୁ ଜିଓକୁ “କ୍ଲାଉଡ୍ ନେଟିଭ୍ ପୁରସ୍କାର’ ପ୍ରଦାନ କରାଯାଇଛି।

Related posts