Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଉଦଘାଟିତ ହେବ ‘ମେକ ଇନ ଓଡିଶା କନକ୍ଲେଭ ୨୨’, ଏହି ଶିଳ୍ପପତିମାନେ ଦେବେ ଯୋଗ
ଅନ୍ତରାଷ୍ଟ୍ରୀୟ

ଉଦଘାଟିତ ହେବ ‘ମେକ ଇନ ଓଡିଶା କନକ୍ଲେଭ ୨୨’, ଏହି ଶିଳ୍ପପତିମାନେ ଦେବେ ଯୋଗ

November 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉଦଘାଟିତ ହେବ 'ମେକ ଇନ ଓଡିଶା କନକ୍ଲେଭ ୨୨', ଏହି ଶିଳ୍ପପତିମାନେ ଦେବେ ଯୋଗ

ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ବର ଜନତା ମଇଦାନରେ ହେବ ବହୁ ପ୍ରତୀକ୍ଷିତ ‘ମେକ ଇନ ଓଡିଶା କନକ୍ଲେଭ ୨୦୨୨ ‘। ବୁଧବାର ସଂଧ୍ୟାରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନତା ମଇଦାନରେ ଏହି  ସମ୍ମିଳନୀ ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ସମ୍ମିଳନୀର ବିଭିନ୍ନ ଦିନରେ ଭିନ୍ନ ଭିନ୍ନ ଶିଳ୍ପପତି ଯୋଗ ଦେଇ ସେମାନଙ୍କର ପୁଂଜିନିବେଶ କଥା ଘୋଷଣା କରିବେ। ଏଥିସହିତ ଓଡିଶା ଶିଳ୍ପ ପାଇଁ କିପରି ଠିକ ବାତାବରଣ ରହିଛି ସେ ନେଇ ବିଭିନ୍ନ ସମୟରେ ଆଲୋଚନା ଚକ୍ର ମଧ୍ୟ କରାଯାଇଛି। ଏଥିରେ ଦେଶର ପ୍ରମୁଖ ଶିଳ୍ପପତିମାନେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି।

ଏହି ମେଗା ଶିଳ୍ପ ସମ୍ମିଳନୀରେ ଆରସଲ ମିତ୍ତଲର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପର କୁମାର ମଙ୍ଗଳମ ବିର୍ଲା, ବେଦାନ୍ତ କଂପାନୀର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲା, ଜେଏସଡବ୍ଲୁ ର ସଜ୍ଜନ ଜିନ୍ଦଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରତିଷ୍ଠିତ ଶିଳ୍ପପତିମାନେ ବର୍ତ୍ତମାନ ଓଡିଶାରେ ପହଁଚିଥିବାର ଜଣାପଡିଛି।

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ଉଦ୍ୟମ କରିଛନ୍ତି। ସେ ବହୁ ପୂର୍ବରୁ ଏହି ସମ୍ମିଳନୀରେ ଶିଳ୍ପପତିମାନେ ଯୋଗଦେବା ପାଇଁ ବିଦେଶ ତଥା ଦେଶର ବିଭିନ୍ନ ସ୍ଥାନ ଭ୍ରମଣ କରି ଆଲୋଚନା କରିଛନ୍ତି। ପ୍ରଥମେ ନବୀନ ବିଶ୍ବର ବ୍ୟବସାୟିକ କେନ୍ଦ୍ର ଦୁବାଇରେ ସମ୍ମିଳନୀ କରି ବିଶ୍ବ ଶିଳ୍ପପତିଙ୍କୁ ଆହ୍ବାନ କରିଥିଲେ।

ଏହାପରେ ସେ ମୁମ୍ବାଇ, ନୂଆଦିଲ୍ଲୀ, ବାଙ୍ଗାଲୋର ଏବଂ ହାଇଦ୍ରାବାଦ ପ୍ରଭୃତି ସ୍ଥାନକୁ ଯାଇ ଶିଳ୍ପପତିମାନଙ୍କ ସହିତ ସିଧା କଥାବାର୍ତ୍ତା କରିଛନ୍ତି। ସେଠାରେ ଥିବା ଶିଳ୍ପପତିମାନେ ଓଡିଶାରେ ପୁଂଜିନିବେଶ ପାଇଁ ମଧ୍ୟ ବେଶ ଆଗ୍ରହ ପ୍ରକାଶ କରିବେ ବୋଲି ଜଣାପଡିଛି। ଫଳରେ ମେକ ଇନ ଓଡିଶା କନକ୍ଲେଭ ୨୦୨୨ ସଫଳତା ହାସ କରିବ ବୋଲି ଆଶା କରାଯାଉଛି।

ପ୍ରଥମେ ରାଜ୍ୟରେ ଶିଳ୍ପାୟନ ପାଇଁ ମେକ ଇନ ଓଡିଶା କନକ୍ଲେଭ ୨୦୧୬ ମସିହାରେ ଆରମ୍ଭ କରାଯାଇଥିଲା। ସେତେବେଳେ ଏହି ସମ୍ମିଳନୀରେ ୨,୦୩,୨୩୫ କୋଟି ଟଙ୍କାର ୮୪ଟି ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ବେଳେ ୨,୨୯,୯୪୭ କୋଟି ଟଙ୍କାର ୫୮ଟି ପ୍ରସ୍ତାବ ପାରିତ ହୋଇଛି।

ସେହିପରି ୨୦୧୮ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭରେ ୪,୨୩,୧୧୫ କୋଟି ଟଙ୍କାର ୨୦୨ଟି ପୁଞ୍ଜନିବେଶ ପ୍ରସ୍ତାବ ଆସିଥିଲା। ସେଥିରୁ ୧୦୮ଟି ପ୍ରସ୍ତାବ ମଞ୍ଜୁରୀ ପାଇଛି। ଏଥର ମଧ୍ୟ ବେଶ୍ କିଛି ପୁଞ୍ଜିନିବେଶ ହେବ ବୋଲି ଆଶା ରଖିଛନ୍ତି ଓଡିଶା ସରକାର।

Invest Odisha make in odisha conclave ଇନଭେଷ୍ଟ ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026
Latest News

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026

ଯୁବକଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ଫେରାର

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.