Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ରହ୍ମପୁର ସହରର ବଡ଼ବଜାରରେ ‘ଟ୍ରେଣ୍ଡ୍‌ସ’ର ନୂଆ ‌ଷ୍ଟୋର ଶୁଭାରମ୍ଭ 
ଆଜିର ଖବର

ବ୍ରହ୍ମପୁର ସହରର ବଡ଼ବଜାରରେ ‘ଟ୍ରେଣ୍ଡ୍‌ସ’ର ନୂଆ ‌ଷ୍ଟୋର ଶୁଭାରମ୍ଭ 

January 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର/ଭୁବନେଶ୍ବର: ଦେଶର ସର୍ବବୃହତ୍ ଏବଂ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ରିଲାଏନ୍ସ ରିଟେଲ୍‌ର ପୋଷାକ ଏବଂ ଆସେସୋରିଜ୍ ସ୍ପେସାଲିଟି ଚେନ୍ ‘ଟ୍ରେଣ୍ଡ୍‌ସ’ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁର ସହରର ବଡ଼ବଜାରଠାରେ ଏକ ନୂଆ ଅତ୍ୟାଧୁନିକ ଷ୍ଟୋର ଶୁଭାରମ୍ଭ କରାଯାଇଛି। ବ୍ରହ୍ମପୁରରେ ଟ୍ରେଣ୍ଡ୍‌ସର ଏହା ତୃତୀୟ ଷ୍ଟୋର।

ଟ୍ରେଣ୍ଡ୍‌ସ ହିଁ ବାସ୍ତବରେ ଭାରତରେ ଫେସନକୁ ସବୁବର୍ଗର ଲୋକଙ୍କ ପାଖରେ ପହଂଚାଇବାରେ ସମର୍ଥ ହୋଇଛି। ମେଟ୍ରୋଠାରୁ ଆରମ୍ଭ କରି ମିନି ମେଟ୍ରୋ, ଟାଏର-୧, ଟାଏର-୨ ସହର ଏବଂ ଅନ୍ୟାନ୍ୟ ସ୍ଥାନର ଗ୍ରାହକଙ୍କ ନିକଟରେ ପହଂଚି ଗ୍ରାହକଙ୍କ ସହିତ ସଂପର୍କ ମଜଭୁତ କରିଛି। ଏଥିସହିତ ଭାରତର ଲୋକପ୍ରିୟ ଫେସନ ସପିଂ କେନ୍ଦ୍ରରେ ପରିଣତ ହୋଇଛି।

ବ୍ରହ୍ମପୁରର ବଡ଼ବଜାର ସ୍ଥିତ ଟ୍ରେଣ୍ଡ୍‌ସ ଷ୍ଟୋରରେ ଅତ୍ୟାଧୁନିକ ରୂପ ସହିତ କିଣାକିଣି ବେଳେ ଗ୍ରାହକମ‌ାନେ ଯେଭଳି ଉତ୍ତମ ପରିବେଶର ଅନୁଭୂତି ପାଇବେ ତାହା ଉପରେ ଧ୍ୟାନ ଦିଆଯାଇଛି। ଏଠାରେ ଉକ୍ତ ଅଞ୍ଚଳର ଗ୍ରାହକଙ୍କ ମଧ୍ୟରେ ପ୍ରାସଙ୍ଗିକ ଥିବା ଆକର୍ଷଣୀୟ ରେଞ୍ଜ୍‌ର ଉତ୍ତମ ଗୁଣମାନ ଓ ଫେସନଯୁକ୍ତ ସାମଗ୍ରୀ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି। ବିଶେଷକରି ଗ୍ରାହକଙ୍କୁ ସେମାନଙ୍କ ଅର୍ଥର ସର୍ବାଧିକ ମୂଲ୍ୟ ପ୍ରଦାନ କରିବା ଏବଂ ପକେଟକୁ ସୁହାଇବା ଭଳି ମୂଲ୍ୟରେ ସାମଗ୍ରୀ ବିକ୍ରିର ବ୍ୟବସ୍ଥା ହୋଇଛି। ବ୍ରହ୍ମପୁର ସହରର ଗ୍ରାହକମାନେ ଏଠାରେ ଟ୍ରେଣ୍ଡି ଓମେନ୍‌ସ ୱେର, ମେନ୍ସ ୱେର, କିଡ୍‌ସ ୱେର ଏବଂ ଫେସନ ଆସେସୋରିଜ୍‌ ଆକର୍ଷଣୀୟ ମୂଲ୍ୟରେ କ୍ରୟ କରିପାରିବେ।

ଏଥିସହିତ ନୂଆ ନୂଆ ଫେସନ ପୋଷାକ ଆଶ୍ଚର୍ଯ୍ୟ କରିବା ଭଳି ମୂଲ୍ୟରେ ଉପଲବ୍ଧ ହେଉଛି। ୭୮୦୦ ବର୍ଗ ଫୁଟ୍‌ ପରିମିତ ସ୍ଥାନରେ ଖୋଲିଥିବା ବ୍ରହ୍ମପୁରର ଏହି ତୃତୀୟ ଟ୍ରେଣ୍ଡ୍‌ସ ‌ଷ୍ଟୋରରେ ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ଉଦ୍‌ଘାଟନୀ ଅଫର ରହିଛି। ଗ୍ରାହକମାନେ ୩୯୯୯ ଟଙ୍କାର କିଣାକିଣି ଉପରେ ୩୯୯୯ ଟଙ୍କା ମୂଲ୍ୟର ସାମଗ୍ରୀ ସଂପୂର୍ଣ୍ଣ ମାଗଣାରେ ପାଇପାରିବେ। କେବଳ ସେତିକି ନୁହେଁ, ୩୯୯୯ ଟଙ୍କାର କ୍ରୟ ଉପରେ ଗ୍ରାହକମାନେ ୪୦୦୦ ଟଙ୍କାର କୁପନ ସଂପୂର୍ଣ୍ଣ ମାଗଣାରେ ପାଇପାରିବେ।

ତେଣୁ ଫେସନ୍‌ ସାମଗ୍ରୀ ସପିଂର ନୂଆ ଅଭିଜ୍ଞତା ପାଇବା ପାଇଁ ବ୍ରହ୍ମପୁରର ବଡ଼ ବଜାର ଟ୍ରେଣ୍ଡ୍‌ସ ଷ୍ଟୋରକୁ ଗ୍ରାହକମାନେ ଆସିବା ପାଇଁ ଆହ୍ବାନ କରାଯାଇଛି।

ଟ୍ରେଣ୍ଡ୍‌ସ ନୂଆ ‌ଷ୍ଟୋର ଶୁଭାରମ୍ଭ ବ୍ରହ୍ମପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ଅଟକି ଅଟକି ପରିସ୍ରା ହେଉଛି କି?: ଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

July 17, 2026

ଧନିଆ ଚାଷ କଲେ ୨୦ ହଜାର ଟଙ୍କା ଦେବେ ସରକାର: ଜାଣନ୍ତୁ ଲାଭ

July 17, 2026
Latest News

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026

ଅଟକି ଅଟକି ପରିସ୍ରା ହେଉଛି କି?: ଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

July 17, 2026

ଧନିଆ ଚାଷ କଲେ ୨୦ ହଜାର ଟଙ୍କା ଦେବେ ସରକାର: ଜାଣନ୍ତୁ ଲାଭ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.