ଓଡିଶାରେ ତିଆରି ହେବ ଟଙ୍କା ଛପା କାଗଜ, ନବୀନ ଦେଲେ ଅନୁମୋଦନ

Published: Jan 20, 2023, 7:32 am IST
Bank Note Paper

ଭୁବନେଶ୍ବର: ଓଡିଶାରେ ଖୁବ ଶିଘ୍ର ଟଙ୍କା ଛପା ହେଉଥିବା କାଗଜ ତିଆରି ହେବ। ଏ ନେଇ ବିଧିବଧ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ହୋଇଛି। ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ଉଚ୍ଚ ସ୍ତରୀୟ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହି ଅନୁମୋଦନ ମିଳିଛି।

ଏହି ବୈଠକରେ ପେପର ସେକ୍ଟରରେ ୨ ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ସେ ଦୁଇଟି ହେଲେ Bank Note Paper Mill India Private Limited ଏବଂ Deevyashakti India Private Limited। ବ୍ୟାଙ୍କ ନୋଟ୍ ପେପର ମିଲ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ୨୫୦୦ କୋଟି ବିନିଯୋଗରେ ବାଲେଶ୍ବରରେ ଏହି ବ୍ୟାଙ୍କ ନୋଟ୍ ପେପର ୟୁନିଟ୍ ପ୍ରତିଷ୍ଠା କରିବ। ଏହି ପ୍ରକଳ୍ପରେ ୮୦୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଅନ୍ୟପକ୍ଷରେ, ଦିବ୍ୟଶକ୍ତି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଢେଙ୍କାନାଳରେ ଏକ ଇଣ୍ଟିଗ୍ରେଟେଡ୍ ପଲ୍ପ ଏବଂ ପେପର ମିଲ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛି। ଯେଉଁଥିରେ ୧୦୦୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ବିନିଯୋଗ ହେବା ସହିତ ରାଜ୍ୟର ପ୍ରାୟ ୩୦୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

Related posts