Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶେଷ ହେଲା ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା, କେତେ ଟଙ୍କାର ହେଲା ବ୍ୟବସାୟ ?
ବିଶେଷ ଖବର

ଶେଷ ହେଲା ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା, କେତେ ଟଙ୍କାର ହେଲା ବ୍ୟବସାୟ ?

February 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶେଷ ହେଲା ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା, କେତେ ଟଙ୍କାର ହେଲା ବ୍ୟବସାୟ ?

ଭୁବନେଶ୍ବର: ଓଡ଼ିଆମାନଙ୍କର ଜୀବନ, ଦର୍ଶନ, ଚିନ୍ତା, ଚେତନା, ଭାବ, ଭାବନା-ସବୁଠି ଅନନ୍ୟ କଳାତ୍ମକ ପରିପ୍ରକାଶ ରହିଛି। ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତର ବିଶେଷ ପରିଚୟ ଓ ପ୍ରତିଷ୍ଠା ସହ ଦେଶବିଦେଶରେ ଆଦର ରହିଛି। ଏହା ମାଧ୍ୟମରେ ଓଡ଼ିଶାର ସୂକ୍ଷ୍ମ କଳାରୂପ ପ୍ରସାରିତ ହୋଇଛି। ଯେଉଁ ହାତର ସ୍ପର୍ଶରେ ପଦାର୍ଥ, କଳାର ପୃଥିବୀ ପାଲଟିଯାଉଛି, ସେ ହାତକୁ ସଶକ୍ତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି।

ଆଜି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଉଦ୍‌ଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି ଯେ ଭାରତର ହସ୍ତଶିଳ୍ପର ବିଶାଳ ଗରିମା ରହିଛି। ଏହାର ଉପଯୋଗ କରିବା ହେଉଛି ଆଜିର ଆହ୍ୱାନ ଓ ଆବଶ୍ୟକତା।

ମେସିନ୍‌ କ୍ରାଫଫ ସହ ଲଢ଼ିବାକୁ ଆମ ହସ୍ତଶିଳ୍ପ ସମର୍ଥ। ଏଥିପାଇଁ କେବଳ ଅନୁକୂଳ ପରିବେଶ ଦରକାର। ଶିଳ୍ପୀମାନେ ସଶକ୍ତ ହେବା ସହ ଆମ ଅର୍ଥନୀତି ମଧ୍ୟ ସୁଦୃଢ଼ ହେବ। କାରଣ ଏହି କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସାମର୍ଥ୍ୟ ରହିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ କାର୍ଯ୍ୟକ୍ରମ ଓ ଯୋଜନା କରୁଛନ୍ତି । ଏହାର ଉପଯୋଗ କରିବାକୁ ପ୍ରଫେସର ଲାଲ କାରିଗରମାନଙ୍କୁ ଅନୁରୋଧ କରିଛନ୍ତି।

ରାଜ୍ୟପାଳ ପ୍ରଫେସର ଲାଲ ପୁଣି କହିଛନ୍ତି ଯେ କଳାର ସାମଗ୍ରୀ ମୂକ ନୁହନ୍ତି। ନିର୍ଜୀବ ନୁହନ୍ତି । ସେମାନେ ଯେଉଁ ଭାଷା କହୁଛନ୍ତି, ଯେଉଁ ଭାବ ପ୍ରକଟ କରୁଛନ୍ତି, ତାକୁ ବୁଝିବା ଦରକାର। ପ୍ରକୃତରେ କଳାର ନିର୍ମାଣ ହୁଏ ନାହିଁ। ଏହା ଆପେ ଆପେ ପ୍ରସ୍ପୁଟିତ ହୁଏ ବୋଲି ପ୍ରଫେସର ଲାଲ ପ୍ରକାଶ କରିଛନ୍ତି।

ଏହି ଅବସରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ହସ୍ତତନ୍ତ ଓ ବୟନ ନିର୍ଦ୍ଦେଶକ ଶୋଭନ କ୍ରୀଷ୍ଣା ସାହୁ, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର ଉପସ୍ଥିତ ଥିଲେ।

ଆଜି ସନ୍ଧ୍ୟାରେ ମେଳାକୁ ସୁଚାରୁ ରୂପେ ସଂପାଦନ କରିଥିବା ବିଭିନ୍ନ କମିଟିର ମୁଖ୍ୟ ଡ. ଅରବିନ୍ଦ କୁମାର ପାଢ଼ୀ, ଶୋଭନ କ୍ରୀଷ୍ଣା ସାହୁ, ଶ୍ୟାମଭକ୍ତ ମିଶ୍ର, ବିକ୍ରମାଦିତ୍ୟ ବାରିକ, ବୀଣାପାଣି ନାୟକ, ସୂର୍ଯ୍ୟନାରାୟଣ ପଟ୍ଟନାୟକ, ଶିଶିର କୁମାର ରଥ, ଦେବଜିତ ନନ୍ଦୀ, ବିନନ୍ଦ ପ୍ରଧାନ ପ୍ରମୁଖ ରାଜ୍ୟପାଳ ପ୍ରଫେସର ଲାଲଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ।

ଗତକାଲି ସୁଦ୍ଧା ମେଳାରେ ୧୮ କୋଟି ଟଙ୍କାର ବ୍ୟବସାୟ ହୋଇଥିବାବେଳେ ପ୍ରାୟ ୨୦ ଲକ୍ଷ ଦର୍ଶକ ମେଳା ପରିଦର୍ଶନ କରିଥିଲେ। ଫେବୃଆରୀ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳାରେ ପ୍ରାୟ ୫୬୦ଟି ଷ୍ଟଲରେ ବିଭିନ୍ନ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ ତଥା ବିକ୍ରୟ ହୋଇଥିଲା। ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମକୁ ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ।

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ପ୍ରଫେସର ଗଣେଷୀ ଲାଲ ବୟନ ଓ ହସ୍ତଶିଳ୍ପ ରାଜ୍ୟପାଳ ହସ୍ତତନ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

କେବେ ହେବ ଖରାଛୁଟି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ପୁର୍ବତନ ଅଧ୍ୟାପକ କୋର୍ଟ ଚାଲାଣ।

April 16, 2026

ସମନ୍ବିତ ଉପକୂଳ ଓ ସାମୁଦ୍ରିକ ଯୋଜନା କାର୍ଯ୍ୟକାରୀ କରିବାରେ MSP ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିବ- ମୁଖ୍ୟମନ୍ତ୍ରୀ

April 16, 2026
Latest News

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ପୁର୍ବତନ ଅଧ୍ୟାପକ କୋର୍ଟ ଚାଲାଣ।

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.