Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିଶନ ଶକ୍ତିର ମା’ମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି “ଗେଣ୍ଡୁ ଫୁଲ ଚାଷ”
ଆଜିର ଖବର

ମିଶନ ଶକ୍ତିର ମା’ମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି “ଗେଣ୍ଡୁ ଫୁଲ ଚାଷ”

February 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୁନ୍ଦରଗଡ଼: “ଆଗରୁ ଆମେ ଖାଲି ପଡ଼ିଥିବା ଜମିରେ କୋଳଥ ଏବଂ ଟମାଟୋ ଚାଷ କରୁଥିଲୁ। ହେଲେ ଏଥିରେ ଭଲ ଲାଭ ମିଳୁ ନଥିଲା। ଏବେ ଏହି ଜମିରେ ଆମେ ଗେଣ୍ଡୁ ଫୁଲ ଚାଷ କରିଛୁ। ସ୍ଥାନୀୟ ବଜାରରେ ଏହା ଭଲ ବିକ୍ରି ହେଉଛି”, କହନ୍ତି ସବଡେଗା ବ୍ଲକ ଗୁରୁମକେଲା ଗ୍ରାମପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟା ବୈଜୟନ୍ତୀ ମାଝି।

“ପ୍ରଥମ ଥର ପାଇଁ ଆମେ ଏହି ଗେଣ୍ଡୁ ଫୁଲ ଚାଷ କରିଛୁ। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ଆମେ ଘର ଚଳାଇବା ସହ ପିଲାମାନଙ୍କ ପାଠପାରେ ଖର୍ଚ୍ଚ କରୁଛୁ। ଆଗକୁ ଆହୁରି ଅଧିକ ଜାଗାରେ ଫୁଲ ଚାଷ କରିବାକୁ ଲକ୍ଷ୍ୟ ରଖିଛୁ”, କହନ୍ତି ବାଲିଶଙ୍କରା ବ୍ଲକ ତୁମୁଲିଆ ଗ୍ରାମପଞ୍ଚାୟତର ଆଉ ଜଣେ ହିତାଧିକାରୀ ଯଶୋବନ୍ତୀ ନାଏକ।

ସବଡେଗାର ବୈଜୟନ୍ତୀ ଏବଂ ବାଲିଶଙ୍କରା ବ୍ଲକର ଯଶୋବନ୍ତୀଙ୍କ ଭଳି ଜିଲ୍ଲାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏହି ଶୀତକାଳୀନ ଗେଣ୍ଡୁ ଫୁଲ ଚାଷ କରୁଛନ୍ତି। ମିଶନ ଶକ୍ତି ବିଭାଗ, ଓଡ଼ିଶା ଜୀବିକା ମିଶନ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ଅଣପାରମ୍ପରିକ କାମ କରି ମିଶନ ଶକ୍ତିର ମା’ମାନେ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହେଉଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ୬ଟି ବ୍ଲକରେ ପାଇଲଟ୍ ପ୍ରକଳ୍ପ ଭାବେ ଏହି ଗେଣ୍ଡୁ ଫୁଲ ଚାଷ କରାଯାଉଛି। ସବଡେଗା, କୁତ୍ରା, ରାଜଗାଙ୍ଗପୁର, ବାଲିଶଙ୍କରା, ନୂଆଗାଁ ଏବଂ କୁଆରମୁଣ୍ଡା ବ୍ଲକରେ ୧ ଏକର କରି ମୋଟ ୬ ଏକର ଜମିରେ ଏହି ଚାଷ କରାଯାଇଛି। ଏଥିରେ ୧୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୧୮୦ ଜଣ ସଦସ୍ୟା ଯୋଡ଼ି ହୋଇଛନ୍ତି।

“ସୁନ୍ଦରଗଡ଼ ଜିଲ୍ଲାକୁ ବର୍ତ୍ତମାନ ବାହାର ରାଜ୍ୟରୁ ଫୁଲ ଆସୁଛି। ତେଣୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଭାବେ ଏହି ଚାଷ କରାଯାଇ ଏସଏଚଜି ମହିଳାମାନଙ୍କ ଜୀବିକା ସୁନିଶ୍ଚିତ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ଆଗାମୀ ଦିନରେ ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ଗେଣ୍ଡୁ ଫୁଲ ଉତ୍ପାଦନ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଇବା ଲାଗି ଲକ୍ଷ୍ୟ ରହିଛି”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ।

ଫୁଲ ଚାଷ ହେଉଥିବା ପ୍ରତି ବ୍ଲକରେ ୩ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗୋଟିଏ କ୍ଲଷ୍ଟର ଗଠନ କରାଯାଇଛି। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ପ୍ରତି କ୍ଲଷ୍ଟରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଉଛି। ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି।

ଏସଏଚଜି ମା’ମାନେ ଫୁଲ ଚାଷ ପାଇଁ ଜମି ପ୍ରସ୍ତୁତ କରିଥାନ୍ତି। ଚାରା ଲଗାଇବା ସହ ଭଲ ଫୁଲ କିପରି ଅମଳ ହେବ ସେ ଦିଗରେ ବିଶେଷ ଧ୍ୟାନ ଦେଇଥାନ୍ତି। ଏହି ଫୁଲ ଚାଷ ପାଇଁ ଏସଏଚଜି ମହିଳାମାନଙ୍କୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ତାଲିମ ମଧ୍ୟ ଦିଆଯାଉଛି। ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ବ୍ଲକଗୁଡ଼ିକରେ ଏହି ଚାଷକୁ ସଂପ୍ରସାରଣ କରିବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି।

ସୁନ୍ଦରଗଡ଼ ଏବଂ ରାଉରକେଲା ସହିତ ବିଭିନ୍ନ ବ୍ଲକ ସଦରମହକୁମାରେ ଗେଣ୍ଡୁ ଫୁଲର ବେଶ୍ ଚାହିଦା ରହିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହି ଫୁଲକୁ ନେଇ କିଲୋ ପିଛା ୪୦ରୁ ୫୦ ଟଙ୍କା ଦରରେ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି। ତା’ଛଡ଼ା ବିଭିନ୍ନ ପର୍ବ ପର୍ବାଣୀ, ବିବାହ ଏବଂ ବ୍ରତ ଘର ଆଦି କାର୍ଯ୍ୟ ଲାଗି ଅର୍ଡର ଆସିଲେ ଏସଏଚଜି ମା’ମାନେ ଫୁଲ ଯୋଗାଇ ଦେଇଥା’ନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଭିନ୍ନ କାମରେ ନିୟୋଜିତ ହେଉଛନ୍ତି। ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମ ସହିତ ଅତ୍ୟାଧୁନିକ ପରିମଳ ପରିଚାଳନା କାର୍ଯ୍ୟକ୍ରମ, ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଆଦି କାର୍ଯ୍ୟକ୍ରମରେ ଏସଏଚଜି ମା’ମାନେ ଯୋଡ଼ି ହୋଇ ସେମାନଙ୍କ ଦକ୍ଷତା ଦେଖାଇ ପାରିଛନ୍ତି।

ମିଶନ ଶକ୍ତି ରୋଜଗାର ସୁନ୍ଦରଗଡ ସ୍ୱୟଂ ସହାୟକ ଗୋଷ୍ଠୀ
Share. Facebook Twitter LinkedIn Email WhatsApp Copy Link

Related Posts

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026
Latest News

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.