Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟର ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କକୁ ମିଳିଲା ‘ମୁଖ୍ୟମନ୍ତ୍ରୀ ପୁରସ୍କାର’
ବିଶେଷ ଖବର

ରାଜ୍ୟର ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କକୁ ମିଳିଲା ‘ମୁଖ୍ୟମନ୍ତ୍ରୀ ପୁରସ୍କାର’

March 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
BankAward
ରାଜ୍ୟର ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କକୁ ମିଳିଲା ‘ମୁଖ୍ୟମନ୍ତ୍ରୀ ପୁରସ୍କାର’

ଭୁବନେଶ୍ୱର: ରାଜ୍ୟର ଅର୍ଥନୈତିକ ପ୍ରଗତିରେ କୃଷକ, କ୍ଷୁଦ୍ର ଉଦ୍ୟୋଗୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଭୂମିକାକୁ ଉପଲବ୍ଧି କରି ରାଜ୍ୟ ସରକାର ଏହି ତିନୋଟି କ୍ଷେତ୍ରକୁ ଋଣ ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏସବୁ ଅଗ୍ରାଧିକାର କ୍ଷେତ୍ରରେ ଋଣ ପ୍ରବାହ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବ୍ୟାଙ୍କମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି ।

ଏହି ମର୍ମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କମାନଙ୍କୁ ପୁରସ୍କାର ବିତରଣର ବ୍ୟବସ୍ଥା ହୋଇଛି । ଅଗ୍ରାଧିକାର କ୍ଷେତ୍ରରେ ଋଣ ପ୍ରଦାନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କଗୁଡ଼ିକୁ ଏପରି ‘ମୁଖ୍ୟମନ୍ତ୍ରୀ ପୁରସ୍କାର’ ପ୍ରଦାନ ବ୍ୟବସ୍ଥା ଲାଗୁ କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ମଇ ୨୫ ତାରିଖରେ ଅର୍ଥ ବିଭାଗ ଦ୍ୱାରା ଆୟୋଜିତ ଏକ ରାଜ୍ୟସ୍ତରୀୟ ସଭାରେ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଅଗ୍ରାଧିକାର କ୍ଷେତ୍ରରେ ଋଣ ପ୍ରଦାନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ୯ଟି ବ୍ୟାଙ୍କକୁ ପୁରସ୍କାର ପ୍ରଦାନ କରିଛନ୍ତି ।
୫,୫୫୫ଟି ବ୍ୟାଙ୍କ ଶାଖା ମଧ୍ୟରୁ ୪,୬୨୪ଟି ବ୍ୟାଙ୍କ ଶାଖା (ପ୍ରାୟ ୮୩ ଶତକଡ଼ା ଶାଖା) ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାରରେ ଭାଗ ନେଇଥିଲେ ।

ବଲାଙ୍ଗିର ଜିଲ୍ଲାର ସେଣ୍ଟ୍ରାଲ ବ୍ୟାଙ୍କ, ବଲାଙ୍ଗିର ଶାଖା, ରାୟଗଡ଼ା ଜିଲ୍ଲାର ଅକ୍ସିସ୍‌ ବ୍ୟାଙ୍କ, ରାୟଗଡ଼ା ଶାଖା, ସମ୍ବଲପୁର ଜିଲ୍ଲାର ଆକ୍ସିସ୍‌ ବ୍ୟାଙ୍କ, ସମ୍ବଲପୁର ଶାଖାକୁ କୃଷକମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଚିମ୍ପିଅନ୍‌ ବ୍ୟାଙ୍କ ପୁରସ୍କାର ପ୍ରଦାନ କରାଯାଇଛି । କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ପାରଦର୍ଶିତା ପାଇଁ ୟୁନିୟନ୍‌ ବ୍ୟାଙ୍କ, ବଲାଙ୍ଗିର ଶାଖା, ଖୋର୍ଦ୍ଧା ଜିଲ୍ଲାର ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଜୟଦେବ ବିହାର ଶାଖା, ଅନୁଗୋଳ ଜିଲ୍ଲାର ୟୁନିୟନ୍‌ ବ୍ୟାଙ୍କ, ତାଳଚେର ଶାଖା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଚମ୍ପିଅନ୍‌ ବ୍ୟାଙ୍କ ପୁରସ୍କାର ପାଇଛନ୍ତି ।

ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଋଣ ପ୍ରଦାନ କରି ଗ୍ରାମୀଣ ମହିଳାଙ୍କ ଆର୍ଥିକ ଉନ୍ନତିରେ ସହାୟକ ହୋଇପାରିଥିବାରୁ ବଲାଙ୍ଗିର ଜିଲ୍ଲା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, କଣ୍ଟାବାrି ଶାଖା, ସୋନପୁର ଜିଲ୍ଲା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଡୁଙ୍ଗୁରିପାଲ୍ଲୀ ଶାଖା, ମାଲକାନଗିରି ଜିଲ୍ଲା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, କାଲିମେଳା ଶାଖାକୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଚମ୍ପିଅନ୍‌ ବ୍ୟାଙ୍କ ପୁରସ୍କାର ପାଇଛନ୍ତି ।

ପ୍ରକାଶଯୋଗ୍ୟ ଯେ ପ୍ରତିବର୍ଷ ଉପରୋକ୍ତ ତିନୋଟି କ୍ଷେତ୍ରରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କମାନଙ୍କୁ ଯଥାକ୍ରମେ ୫ ଲକ୍ଷ, ୩ ଲକ୍ଷ ଓ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯାଏ । ଏହି ପୁରସ୍କାର ପାଇବା ପାଇଁ ସମସ୍ତ ସରକାରୀ, ବେସରକାରୀ ଓ ଗ୍ରାମୀଣ ବ୍ୟାଙ୍କ ତଥା ରାଜ୍ୟରେ କାର୍ଯ୍ୟ କରୁଥିବା ସମବାୟ ଏବଂ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କଗୁଡ଼ିକ ଆବେଦନ କରିପାରିବେ । ହିତାଧିକାରୀଙ୍କ ସଂଖ୍ୟା, ଋଣ ବିତରଣ ପରିମାଣ, ସୁଧ ରିହାତି ପରିମାଣ ପରି କିଛି ଧାର୍ଯ୍ୟ ମାନଦଣ୍ଡ ଆଧାରରେ ପୁରସ୍କାର ନିର୍ଣ୍ଣୟ କରାଯାଇଥାଏ ।

ରାଜ୍ୟର ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାଙ୍କଗୁଡ଼ିକର ଅଂଶଗ୍ରହଣକୁ ପ୍ରୋତ୍ସାହନ ଦେବା ଓ ଏହି ଅଭିବୃଦ୍ଧି ହାସଲ ଲକ୍ଷ୍ୟରେ ସଫଳତା ଅର୍ଜନ କରୁଥିବା ବ୍ୟାଙ୍କଗୁଡ଼ିକୁ ପୁରସ୍କାର ପ୍ରଦାନ ଫଳରେ ଗତ ତିନିବର୍ଷ ମଧ୍ୟରେ ଅଗ୍ରାଧିକାର କ୍ଷେତ୍ରରେ ଋଣ ବିତରଣରେ ଯଥେଷ୍ଟ ଉନ୍ନତି ହୋଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଆମ ରାଜ୍ୟ ପ୍ରଥମ ଥର ପାଇଁ ବାର୍ଷିକ ଋଣ ଯୋଜନାରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ବିତରଣ ଲକ୍ଷ୍ୟ ହାସଲ କରିପାରିଛି । ୩୦ ସେପେଫମ୍ବର, ୨୦୨୨ ସୁଦ୍ଧା ରାଜ୍ୟର ଋଣ-ଜମା ଅନୁପାତରେ ଉନ୍ନତି ଘଟି ଶତକଡ଼ା ୭୬.୮୫ରେ ପହଞ୍ଚିଛି, ଯାହା ଜାତୀୟ ହାରଠାରୁ ଅଧିକ ।

Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

ପୋଲିସକୁ ଛୁରା ମାଡ : ୩ ଆହତ

April 30, 2026

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026
Latest News

ବାଲୁଗାଁ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

April 30, 2026

ବାଲୁଗାଁ: ରାଉତରାପଲ୍ଲୀ ଗ୍ରାମରେ ୪ ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ, ଆସନ୍ତାକାଲି ପୂର୍ଣ୍ଣାହୁତି

April 30, 2026

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

ପୁଟିନଙ୍କ ସହ ଦେଢ଼ ଘଣ୍ଟା ଧରି କଥା ହେଲେ ଟ୍ରମ୍ପ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.