Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିକ୍ରି ହେଲା ଭୁବନେଶ୍ବରର ଆମ୍ରି ହସପିଟାଲ,କିଣିଲା ମନିପାଲ, ଜାଣନ୍ତୁ କେତେ ଟଙ୍କା
ବିଶେଷ ଖବର

ବିକ୍ରି ହେଲା ଭୁବନେଶ୍ବରର ଆମ୍ରି ହସପିଟାଲ,କିଣିଲା ମନିପାଲ, ଜାଣନ୍ତୁ କେତେ ଟଙ୍କା

March 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିକ୍ରି ହେଲା ଭୁବନେଶ୍ବରର ଆମ୍ରି ହସପିଟାଲ,କିଣିଲା ମନିପାଲ, ଜାଣନ୍ତୁ କେତେ ଟଙ୍କା

ଭୁବନେଶ୍ବର: ଭାରତର ପ୍ରତିଷ୍ଠିତ ଇମାମୀ ଗ୍ରୁପ ଦ୍ବାରା ପରିଚାଳିତ ଆମ୍ରି ହସପିଟାଲ ବିକ୍ରୀ ହୋଇଗଲା। ଏହାକୁ କିଣିଲେ ମଣିପାଲ ହେଲଥ୍ ଇଣ୍ଟରପ୍ରାଇଜେସ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି କଂପାନୀ ପ୍ରାୟ ୨୩୫୦ କୋଟି ଟଙ୍କା ମୂଲ୍ୟରେ ଏମଆରଆଇ ବା ଆମ୍ରି ହସ୍ପିଟାଲର ଇମାମି ଗ୍ରୁପ୍‌ର ଅଂଶଧନ ହାସଲ କରିବାକୁ ଯାଉଛି।

ଇମାମୀ ଗ୍ରୁପର ପୂର୍ବ ଭାରତରେ ତିନୋଟି ଆମ୍ରି ହସପିଟାଲ ରହିଛି। ଦୁଇଟି କୋଲକାତାରେ ଥିବା ବେଳେ ଗୋଟିଏ ଭୁବନେଶ୍ବରରେ ରହିଛି। ଏହି ତିନୋଟି ହସପିଟାଲକୁ ଇମାମୀ ଗ୍ରୁପ ବିକ୍ରି କରିଦେଇଛି। ବର୍ତ୍ତମାନ ଭୁବନେଶ୍ବର ହସପିଟାଲରେ ମନିପାଲର କର୍ମଚାରୀମାନେ ଆସି ବସୁଥିବାର ଜଣାପଡିଛି। ଏହି ଡିଲ ହେବା ପରେ ଆମ୍ରି ହସପିଟାଲର ମୁଖ୍ୟ ଥିବା ନିଳଞ୍ଜନା ମୁଖାର୍ଜୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ କଳିଙ୍ଗ ହସପିଟାଲର ମୁଖ୍ୟ ଭାବେ ଯୋଗ ଦେଇଛନ୍ତି।

ମଣିପାଲ ଦୁଇଟି ଭାଗରେ ଅମ୍ରିର ଅଂଶଧନ କ୍ରୟ କରିବ। ପ୍ରଥମେ ବୃହତ ପ୍ରତିଶତ ରାଶି ପଇଠ କରିବ, ଏହାପରେ ଅବଶିଷ୍ଟ ପ୍ରାୟ ଏକ ବର୍ଷ ପରେ ଦିଆଯିବ ବୋଲି ଡିଲର ନିକଟତର ସୂତ୍ରରୁ ପ୍ରକାଶ।  ଏଥିରେ ରହିଛି ଯେ, ଇମାମି ବିରୋଧରେ ବିଚାରାଧୀନ ସମସ୍ତ ମାମଲାଗୁଡିକୁ ମଣିପାଲ ହେଲଥ୍ ପ୍ରତ୍ୟାହାର କରିବ।

ଗତ ବର୍ଷ ମଣିପାଲ ଆମ୍ରିକୁ କିଣିବା ପାଇଁ ବୁଝାମଣା ହୋଇଥିଲା ହେଲେ ପରବର୍ତ୍ତି ସମୟରେ ତାହା ବାତିଲ ହୋଇଗଲା। ଏହାକୁ ନେଇ ମଣିପାଲ ଇମାମୀ ଗ୍ରୁପ ବିରୋଧରେ ବିଭିନ୍ନ ମାମଲା ଋଜୁ କରିଛି। ରାଜି ହୋଇଥିବା ଏକ ବିକ୍ରୟ ଯୋଜନାକୁ ଫେରିବା ପାଇଁ ମଣିପାଲ ଇମାମିଙ୍କ ବିରୋଧରେ କୋର୍ଟର ଦ୍ବାରସ୍ଥ ହୋଇଥିଲା।

ତେବେ ଅନ୍ୟ ଏକ ସୁତ୍ର ଅନୁସାରେ ମଣିପାଲ ହେଲଥକୁ ସିଙ୍ଗାପୁରର ଏକ କଂପାନୀ ଅଧିଗ୍ରହଣ କରିଛି। ସିଙ୍ଗାପୁର ବେସରକାରୀ ଇକ୍ୱିଟି ପ୍ରମୁଖ ‘ଟେମାସେକ’ ୪ ବିଲିୟନ ଡଲାର ବା ୩୨,୮୦୦ କୋଟି ଟଙ୍କା ମୂଲ୍ୟରେ ମନିପାଲ ହେଲଥ ଏଣ୍ଟରପ୍ରାଇଜେସରେ ଏକ ନିୟନ୍ତ୍ରିତ ଅଂଶ କିଣିବ ବୋଲି ବ୍ୟାଙ୍କ ସୂତ୍ରରୁ ପ୍ରକାଶ।

ତେବେ ଏ ସବୁ କାରାବାର ସଂପର୍କରେ ବ୍ୟବସାୟ ଦୃଷ୍ଟିକୋଣରୁ ଉଭୟ କଂପାନୀ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡ଼ାରେ ଚାଞ୍ଚଲ୍ୟ! ଗୋଟିଏ ଘରୁ ମିଳିଲା ନବଦମ୍ପତିଙ୍କ ମୃତଦେହ

October 13, 2026

ସୁନ୍ଦରଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ! କ୍ରସର ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ, ଖଣି ବିବାଦକୁ ନେଇ ବଢ଼ିଲା ସନ୍ଦେହ

October 13, 2026

ଡାଲି ଉତ୍ପାଦନରେ ଚମକିଲା ଓଡ଼ିଶା: ମୁଖ୍ୟମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କୁ ବିଜେପିର ସାଧୁବାଦ

October 13, 2026

ରାଜ୍ୟସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’ ଉଦ୍‌ଯାପିତ: ୧୦ ଲକ୍ଷରୁ ଅଧିକ କୃତୀ ଛାତ୍ରଛାତ୍ରୀ ସମ୍ମାନିତ

October 13, 2026
Latest News

ନିଶାଦ୍ରବ୍ୟ ବିରୁଦ୍ଧରେ ଅଭିଯାନ ଚଳାଇଥିବା ପରମିନ୍ଦର ସିଂହଙ୍କୁ ଗୁଳି କରି ହତ୍ୟା

October 13, 2026

Truecallerରୁ ହଟାନ୍ତୁ ନିଜ ନମ୍ବର ଓ ବ୍ୟକ୍ତିଗତ ତଥ୍ୟ, ଏହି ସହଜ ଟ୍ରିକ୍‌ ଜାଣି ରଖନ୍ତୁ

October 13, 2026

ପ୍ରଧାନମନ୍ତ୍ରୀ ମୋଦି ମାନହାନି ମାମଲା: ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

October 13, 2026

ଭାରତ-ଆମେରିକା ସମ୍ପର୍କରେ ନୂଆ ମୋଡ଼! ପ୍ରତିରକ୍ଷାଠାରୁ ଔଷଧ ପର୍ଯ୍ୟନ୍ତ ବଢ଼ିବ ସହଯୋଗ, ଟ୍ରମ୍ପ-ମୋଦୀ ଆଲୋଚନା ପରେ ବଡ଼ ସଙ୍କେତ

October 13, 2026

ଦିଲ୍ଲୀରେ CJP ର ପ୍ରତିବାଦ: ଆଶୁତୋଷ ରାଙ୍କା ଓ ସୌରଭ ଦାସ ଅଟକ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.