Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପାରାଦ୍ବୀପରେ ସ୍ଥାପନା ହେବ ୬୧ ହଜାର କୋଟି ଟଙ୍କାର ପେଟ୍ରୋକେମିକାଲ କମ୍ପେ୍ଲକ୍ସ
ଜାତୀୟ ଖବର

ପାରାଦ୍ବୀପରେ ସ୍ଥାପନା ହେବ ୬୧ ହଜାର କୋଟି ଟଙ୍କାର ପେଟ୍ରୋକେମିକାଲ କମ୍ପେ୍ଲକ୍ସ

March 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପାରାଦ୍ବୀପରେ ସ୍ଥାପନା ହେବ ୬୧ ହଜାର କୋଟି ଟଙ୍କାର ପେଟ୍ରୋକେମିକାଲ କମ୍ପେ୍ଲକ୍ସ

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପରେ ଏକ ପେଟ୍ରୋକେମିକାଲ କମ୍ପେ୍ଲକ୍ସ ସ୍ଥାପନା ପାଇଁ ଭାରତୀୟ ତୈଳ ନିଗମର ଯୋଜନାକୁ ବୋର୍ଡ ତରଫରୁ ଅନୁମୋଦନ ମିଳିଛି। ପ୍ରସ୍ଥାବିତ ଏହି କମ୍ପେ୍ଲକ୍ସରେ ବିଶ୍ୱଶ୍ରେଣୀୟ କ୍ରାକର ୟୁନିଟ୍ ସ୍ଥାନ ପାଇବା ସହ ପଲି ପ୍ରୋପିଲିନ୍‌, ହାଇ-ଡେନ୍‌ସିଟି ପଲିଏଥିଲିନ୍‌, ପଲି ଭିନାଇଲ୍ କ୍ଲୋରାଇଡ ଆଦି ଉତ୍ପାଦନ ପାଇଁ ବିଭିନ୍ନ ଶିଳ୍ପ ୟୁନିଟ୍ ସ୍ଥାପନା ହେବ।

ଓଡ଼ିଶାରେ ନିଯୁକ୍ତି ଓ ଆତ୍ମନିଯୁକ୍ତି କ୍ଷେତ୍ରରେ ଏହି ୟୁନିଟ୍ ଏକ ମାଇଲଷ୍ଟ୍ରୋନ ହୋଇ ରହିବ। ଟେକ୍ସଟାଇଲ ଶିଳ୍ପରେ ଗୁଜରାଟର ସୁରାଟ୍ ଯେଭଳି ଏକ ହବ୍ ହୋଇପାରିଛି ଆଗାମୀ ଦିନରେ ଓଡିଶା ଏହାର ସ୍ଥାନ ନେବାର ସୁଯୋଗ ଆସିଛି ବୋଲି ବିଜେପି ମୁଖପାତ୍ର ତଥା ଭାରତୀୟ ତୈଳ ନିଗମ ନିର୍ଦ୍ଦେଶକ ସୁଦୀପ୍ତ ରାୟ କହିଛନ୍ତି।

ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ଧନ୍ୟବାଦ ଦେଇ ଶ୍ରୀ ରାୟ କହିଛନ୍ତି ଯେ, ଇଣ୍ଡିଆନ୍ ଅଏଲର ଏହି ପ୍ରକଳ୍ପରେ ୬୧,୦୭୭ କୋଟି ଟଙ୍କା ନିବେଶ ହେବ। ପ୍ରକଳ୍ପ ନିର୍ମାଣରେ ପ୍ରତ୍ୟେକ ଦିନ ୮ହଜାରରୁ ଅଧିକ କର୍ମସଂସ୍ଥାନ ତିଆରି ହେବ। ପ୍ରକଳ୍ପ ଚାଲୁହେବା ପରେ ପ୍ରତିଦିନ ୩ ହଜାର ସିଧାସଳଖ ନିଯୁକ୍ତି ଓ ଆଉ ୧୦ ହଜାର ଅତିରିକ୍ତ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବ।

ଶ୍ରୀ ରାୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ ଭିଜନ୍‌ର ଏହି ପ୍ରକଳ୍ପ ଅଂଶବିଶେଷ। କୌଣସି ଗୋଟିଏ ସ୍ଥାନରେ ଏହା ଭାରତୀୟ ତୈଳନିଗରମର ସର୍ବବୃହତ୍ ନିବେଶ ହେବ। ଏହି ପ୍ରକଳ୍ପ ପାଇଁ ଆବଶ୍ୟକୀୟ ସମସ୍ତ ଜମି ରାଜ୍ୟ ସରକାର ତୁରନ୍ତ ଯୋଗାଇବାର ଆବଶ୍ୟକତା ରହିଛି । ଏହି ପେଟ୍ରୋକେମିକାଲ କମ୍ପେ୍ଲକ୍ସ ପିଭିସି, ଫିନୋଲ୍‌, ଆଇପିଏ ଏବଂ ପଲିମର୍ ଆଦି ଉତ୍ପାଦନ କରିବ।

ପ୍ଲାଷ୍ଟିକ୍‌, ଫାର୍ମା, ଆଗ୍ରୋକେମିକାଲ, ପର୍ସନାଲ କେୟାର ଏବଂ ପେଂଟ ଆଦି ପ୍ରମୁଖ ଡାଉନଷ୍ଟ୍ରିମ୍ ଶିଳ୍ପକୁ ଏହା ମଜଭୁତ କରିବ। ସର୍ବୋପରି ଆତ୍ମନିର୍ଭର ଭାରତ ଅଭିଯାନକୁ ଏହା ସମୃଦ୍ଧ କରିବ। ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ଇଣ୍ଡିଆନ ଅଏଲର ପେଟେ୍‌ାକେମିକାଲ ସୂଚକାଙ୍କରେ ଉଲ୍ଲେଖନୀୟ ଉନ୍ନତି ଆସିବ। ଏ ଶିଳ୍ପରେ କମ୍ପାନୀ ଏକ ପ୍ରମୁଖ ସଂସ୍ଥାଭାବେ ମୁଣ୍ଡ ଟେକିବ।

ପେଟ୍ରୋକେମିକାଲ କ୍ଷେତ୍ରରେ ଥିବା ନୂଆ ସୁଯୋଗକୁ ଏହା ଆହୁରି ବ୍ୟାପକ କରିବ। ଏଥିରୁ ଉତ୍ପାଦିତ ହେବାକୁ ଥିବା ପେଟ୍ରୋକେମିକାଲ ଉତ୍ପାଦ ଘରୋଇ ଚାହିଦା ପୂରଣ ସାଙ୍ଗକୁ ଆମଦାନି ନିର୍ଭରଶୀଳତାକୁ କମାଇବ। ଡାଉନଷ୍ଟ୍ରିମ୍ ଶିଳ୍ପକୁ ଏହା ସୁଦୃଢ଼ କରିବା ସହ ଦେଶରେ ତଥା ଓଡ଼ିଶାରେ ଆଖିଦୃଶିଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ରାୟ କହିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ସୁଦୀପ୍ତ ରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ଇନ୍ଧନ ଉପରେ ଭାଟ୍ ୧୮% ରୁ ୭% କୁ ହ୍ରାସ, ଜାଣନ୍ତୁ କେଉଁଠି

May 15, 2026

ହାଇଦ୍ରାବାଦ-ଜୟପୁର ସ୍ୱତନ୍ତ୍ର ଟ୍ରେନରେ ନିଆଁ

May 15, 2026

ଡ୍ରାଇଭରକୁ ପିଟି ପିଟି ମାରିଦେଲା ଡ୍ରାଇଭର

May 15, 2026

Puri Rourkela Train Cancelled: ବାତିଲ ହେଲା ପୁରୀ ରାଉରକେଲା ଏକ୍ସପ୍ରେସ୍ ଟ୍ରେନ

May 15, 2026
Latest News

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026

ଷ୍ଟ୍ରୋକ୍ ସଚେତନତା ଅଭିଯାନ – ଆଇଏଫଆଇ ଫାଉଣ୍ଡେସନକୁ ଅନ୍ତର୍ଜାତୀୟ ସମ୍ମାନ

May 15, 2026

ନିର୍ବାଚନ ପରେ ଇନ୍ଧନ ମୂଲ୍ୟ ବୃଦ୍ଧି ହେବା ନେଇ କେନ୍ଦ୍ରକୁ ନିଶାନା କଲେ ବିଜୟ

May 15, 2026

ଘରୋଇ ବସ ଭଡା ବଢିଲା

May 15, 2026

ସ୍କର୍ପିଓ ଧକ୍କାରେ ଦୁଇ ମୃତ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.