Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଡ଼ିଆ ଜମିରେ ଫଳ ଚାଷକୁ ପ୍ରୋତ୍ସାହନ, ଆଦିବାସୀ ଚାଷୀଙ୍କୁ ଦୀର୍ଘସ୍ଥାୟୀ ଜୀବିକା
ଆଜିର ଖବର

ପଡ଼ିଆ ଜମିରେ ଫଳ ଚାଷକୁ ପ୍ରୋତ୍ସାହନ, ଆଦିବାସୀ ଚାଷୀଙ୍କୁ ଦୀର୍ଘସ୍ଥାୟୀ ଜୀବିକା

April 11, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

Warning: Trying to access array offset on false in /home/thesamikhsya/htdocs/thesamikhsya.com/odia/wp-content/themes/smart-mag/partials/single/featured.php on line 78

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ବର୍ଗର ଚାଷୀମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଫଳ ଚାଷ କରାଯାଉଛି। ଚାଷୀମାନେ ସେମାନଙ୍କ ପଡ଼ିଆ ଜମିରେ ଆମ୍ବ, କାଜୁ ଓ ଲେମ୍ବୁ ଆଦି ଚାରା ଲଗାଉଛନ୍ତି। ଏଥିପାଇଁ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ଥିବା ମୋଟ ୯ଟି ବ୍ଲକରେ ଏହି ଫଳ ଚାଷ କରାଯାଉଛି। ୨୦୨୦-୨୧ରୁ ବର୍ତ୍ତମାନ ସୁଦ୍ଧା ଏହି ଚାଷରେ ୧୧୭୦ରୁ ଅଧିକ ହିତାଧିକାରୀ ଯୋଡ଼ି ହୋଇଛନ୍ତି। ୧୯୦୦ରୁ ଅଧିକ ଏକର ଜମିରେ ଆମ୍ବ, କାଜୁ ଓ ଲେମ୍ବୁ ଚାଷ କରାଯାଉଛି। ୨୦୨୨-୨୩ରୁ ଲେମନ ଗ୍ରାସ୍ ଚାଷ ଲାଗି ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି।

“ମୋର ୫ ଏକର ଜମି ପଡ଼ିଆ ପଡ଼ିଥିଲା। ଏହା ପଥୁରିଆ ଥିବାରୁ ଏଥିରେ କୌଣସି ଚାଷ ହେଉ ନଥିଲା। ଏହି ଜମିରେ ଆମ୍ବ ଗଛ ଲଗାଇବାକୁ ସୁନ୍ଦରଗଡ଼ ଆଇଟିଡିଏର ଅଧିକାରୀମାନେ ଆସି ମତେ ବୁଝାଇଥିଲେ। ମୁଁ ସେଠି ଆମ୍ବ ଗଛ ଲଗାଇଥିଲି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଫଳ ଆସିଛି। ଏହାସହ ଇଣ୍ଟରକ୍ରପିଂରେ ତରଭୁଜ ଚାଷ ମଧ୍ୟ ମୁଁ କରିଛି”, କହନ୍ତି ଲେଫ୍ରିପଡ଼ା ବ୍ଲକର ସାହେବଡେରା ଗ୍ରାମର ମଧୁସୂଦନ ମାଝି।

“ମୁଁ କାଜୁ ଚାଷ କରିଛି। ମତେ କାଜୁ ଚାରା ଏବଂ ଖତ ସାର ଆଦି ମାଗଣାରେ ମିଳିଥିଲା। କାଜୁ ଗଛଗୁଡ଼ିକ ଏବେ ବଢ଼ି ଗଲାଣି। ଆସନ୍ତା ବର୍ଷକୁ ଫଳ ଆସିଯିବ। ଏହାକୁ ବିକ୍ରି କରି ଦି’ ପଇସା ଲାଭ କରିବି ବୋଲି ଆଶା ରହିଛି। ଏଥିପାଇଁ ସୁନ୍ଦରଗଡ଼ ଆଇଟିଡିଏକୁ ଧନ୍ୟବାଦ”, କହନ୍ତି ଟାଙ୍ଗରପାଲି ବ୍ଲକ୍ କେପସେ ଗ୍ରାମର ହିତାଧିକାରୀ ସୁଦର୍ଶନ ମାଝି।

ଫଳ ଚାଷ ପାଇଁ ହିତାଧିକାରୀମାନଙ୍କୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମାଗଣାରେ ଚାରା ଓ ଜୈବିକ ସାର ଦିଆଯାଉଛି। ଏହି ଚାରାଗୁଡ଼ିକର ସୁରକ୍ଷା ପାଇଁ ତାରବାଡ଼ ମଧ୍ୟ ଯୋଗାଇ ଦିଆଯାଉଛି। ଚାରା ଲଗାଇବାଠୁ ଆରମ୍ଭକରି ୩ ବର୍ଷ ଯାଏଁ ଏହାର ରକ୍ଷଣାବେକ୍ଷଣ କରାଯାଉଛି। ଏ ବାବଦରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମଜୀବୀମାନଙ୍କୁ ମଜୁରି ସହାୟତା ଦିଆଯାଉଛି। ତା’ଛଡ଼ା ଜଳସେଚନ ସୁବିଧା ପାଇଁ ପ୍ରତି ୫ ଏକର ଜମିରେ ଗୋଟିଏ ଲେଖାଏଁ କୂଅ ଖୋଳାଯାଉଛି।

“ସୁନ୍ଦରଗଡ଼ ଆଇଟିଡିଏର ଏକ ସୁଦୂରପ୍ରସାରୀ କାର୍ଯ୍ୟକ୍ରମ ହେଉଛି ଫଳ ଚାଷ। ଆଦିବାସୀ ବର୍ଗର ଚାଷୀଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିରେ ମହାତ୍ମା ଗାନ୍ଧୀ ନରେଗା ଯୋଜନାକୁ ଯୋଡ଼ା ଯାଇଥିବାରୁ ସ୍ଥାନୀୟ ଲୋକମାନେ ମଧ୍ୟ ଜୀବିକା ପାଇ ପାରୁଛନ୍ତି। ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରିବାକୁ ଲକ୍ଷ୍ୟ ରଖାଯାଇଛି”, କହିଛନ୍ତି ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ।

ଫଳ ଚାରା ଫଳନ୍ତି ଅବସ୍ଥାକୁ ଆସିବା ଲାଗି ୨ରୁ ୩ ବର୍ଷ ସମୟ ଲାଗିଥାଏ। ଏହି ଅବଧି ଭିତରେ ଚାଷୀମାନଙ୍କୁ ରୋଜଗାର ଦେବା ପାଇଁ ମିଶନ ଜୀବିକା ଅଧୀନରେ ଇଣ୍ଟରକ୍ରପିଂକୁ ଗୁରୁତ୍ୱ ଦିଆଯାଉଛି। ଚାଷୀମାନେ ଆମ୍ବ, କାଜୁ ଓ ଲେମ୍ବୁ ବଗିଚା ଭିତରେ ଆଳୁ, ତରଭୁଜ, ଟମାଟୋ, ବାଇଗଣ, ଲଙ୍କା ଆଦି ଚାଷ କରିଛନ୍ତି। ଏହାକୁ ସେମାନେ ସ୍ଥାନୀୟ ବଜାରରେ ବିକ୍ରି କରି ଭଲ ଦି’ ପଇସା ପାଉଛନ୍ତି।

ଏହି ଫଳ ଚାଷରେ ହିତାଧିକାରୀମାନଙ୍କୁ ସହଯୋଗ କରିବା ପାଇଁ ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନକୁ ଦାୟିତ୍ୱ ଦିଆଯାଇଛି। ସୁନ୍ଦରଗଡ଼ ଆଇଟିଡିଏର ଅଧିକାରୀଙ୍କ ସହ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାମାନେ ହିତାଧିକାରୀ ଚିହ୍ନଟ କରିବା ସହିତ ଫଳ ଚାଷ ଲାଗି ପଡ଼ିଆ ଜମିକୁ ପ୍ରସ୍ତୁତ କରିବାରେ ଚାଷୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥାନ୍ତି।

ବର୍ତ୍ତମାନ ୭୯୪ ଜଣ ହିତାଧିକାରୀ ପ୍ରାୟ ୧୨୫୬ ଏକର ଜମିରେ ଆମ୍ବ ଚାରା ରୋପଣ କରିଛନ୍ତି। ସେହିପରି ୨୫୦ରୁ ଅଧିକ ହିତାଧିକାରୀ ୪୫୦ ଏକର ଜମିରେ କାଜୁ ଚାଷ କରିଥିବା ବେଳେ ୯୦ରୁ ଅଧିକ ହିତାଧିକାରୀ ପ୍ରାୟ ୧୪୦ ଏକର ଜମିରେ ଲେମ୍ବୁ ଚାଷ କରିଛନ୍ତି। ପ୍ରଥମ ଥର ପାଇଁ ୪୦ ଜଣ ହିତାଧିକାରୀ ୬୦ ଏକର ଜମିରେ ଲେମନ୍ ଗ୍ରାସ୍ ଚାଷ କରିଛନ୍ତି।

ଆଦିବାସୀ ଚାଷୀ ସୁନ୍ଦରଗଡ଼ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗଳାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ

August 11, 2026

ତ୍ରିରଙ୍ଗା ଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ସାମିଲ ନେଇ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲା କଂଗ୍ରେସ

August 11, 2026

Ram Nath Kovind: ପୂର୍ବତନ ରାଷ୍ଟ୍ରପତିଙ୍କ ଆତ୍ମଜୀବନୀ ପୁସ୍ତକକୁ ଉନମୋଚନ କରିବେ ପ୍ରଧାନମନ୍ତ୍ରୀ

August 11, 2026

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ସମ୍ମିଳନୀ: ବିଶ୍ୱ ଶିକ୍ଷା ମଞ୍ଚରେ ଓଡ଼ିଶାର ନୂଆ ପରିଚୟ

August 11, 2026
Latest News

ବଙ୍ଗଳାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ

August 11, 2026

ତ୍ରିରଙ୍ଗା ଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ସାମିଲ ନେଇ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲା କଂଗ୍ରେସ

August 11, 2026

Ram Nath Kovind: ପୂର୍ବତନ ରାଷ୍ଟ୍ରପତିଙ୍କ ଆତ୍ମଜୀବନୀ ପୁସ୍ତକକୁ ଉନମୋଚନ କରିବେ ପ୍ରଧାନମନ୍ତ୍ରୀ

August 11, 2026

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ସମ୍ମିଳନୀ: ବିଶ୍ୱ ଶିକ୍ଷା ମଞ୍ଚରେ ଓଡ଼ିଶାର ନୂଆ ପରିଚୟ

August 11, 2026

୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ହାଇ ଆଲର୍ଟ: ୧୯ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କଲା ପୋଲିସ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.