Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ବର୍ଷା ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ
ବ୍ୟବସାୟ

ବର୍ଷା ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ

May 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବର୍ଷା ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ ଘଡେଇ। ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଘଡେଇ ଅଧ୍ୟକ୍ଷତା କରିବା ସହ କହିଲେ ଯେ ଧାର୍ଯ୍ୟ ସମୟସୀମା ମଧ୍ୟରେ ରାସ୍ତା, ସେତୁ ଓ କୋଠାବାଡି ନିର୍ମାଣ କାମ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୁର୍ଣ୍ଣ ହେବା ବିଭାଗର ଗୁରୁଦାୟିତ୍ୱ।

ବିଭାଗୀୟ ଯନ୍ତ୍ରୀମାନେ ଏଥିପାଇଁ ଉତ୍ତରଦାୟୀ ରହିବା ନିହାତି ଆବଶ୍ୟକ। ଯେଉଁ ଠିକାଦାର ଅଥବା ଠିକା ସଂସ୍ଥା ପ୍ରକଳ୍ପ କାର୍ଯ୍ୟ ସମ୍ପୁର୍ଣ୍ଣ କରିବାରେ ଅହେତୁକ ବିଳମ୍ବ କରୁଛନ୍ତି ବା ମାନ ଅନୁସାରେ କାମ କରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ ରାଜିନାମା ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଘଡେଇ ସତର୍କ କରାଇଦେଇଛନ୍ତି।

ବିଜୁ ସେତୁ ଯୋଜନା ଅଧିନରେ ଅସମ୍ପୁର୍ଣ୍ଣ କାର୍ଯ୍ୟଗୁଡିକୁ ଚଳିତ ବର୍ଷ ଶେଷ ସୁଦ୍ଧା ସାରିବାକୁ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା। ସେହିପରି ଚାଲୁ ରହିଥିବା ସମସ୍ତ ପ୍ରକଳ୍ପର ଏକ ତାଲିକା ପ୍ରସ୍ତୁତ କରି ବିଭାଗରେ ଦାଖଲ କରିବା ସହିତ ପ୍ରକଳ୍ପଗୁଡିକର ନିୟମିତ ତଦାରଖ ପାଇଁ ମୁଖ୍ୟଯନ୍ତ୍ରୀ ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ରାସ୍ତା, ସେତୁ ନିର୍ମାଣରେ ରହିଥିବା ସମସ୍ୟା ଏବଂ ସେସବୁର ସମାଧାନ ସମ୍ପର୍କରେ ଆଲୋଚନା ହେବା ସହିତ କଂକ୍ରିଟ ରାସ୍ତାର ଗୁଣବତ୍ତା ବୃଦ୍ଧି ସହ ସଠିକ୍‌ ସମୟରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ନୂତନ ଜ୍ଞାନକୌଶଳ ଅବଲମ୍ବନ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ମୁଖ୍ୟମନ୍ତ୍ରୀ ସଡକ ଯୋଜନା, ବିଜୁ ସେତୁ ଯୋଜନା, ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, କୋଠାବାଠି ନିର୍ମାଣ ଆଦି କାର୍ଯ୍ୟର ଅଗ୍ରଗତି ଏବଂ ଏସବୁ ସମୟସୀମା ମଧ୍ୟରେ ସମ୍ପୁର୍ଣ୍ଣ କରିବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦିଆ ଯାଇଥିଲା।

ପ୍ରାରମ୍ଭରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ସେ କହିଲେ ଯେ ଗତ ବର୍ଷ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ସମସ୍ତ ଯୋଜନା ସମ୍ପୁର୍ଣ୍ଣ ହୋଇ ୮୦ ପ୍ରତିଶତ ବଜେଟ ବ୍ୟୟ ହୋଇପାରିଛି। ଏହା ଅନ୍ୟ ବର୍ଷ ତୁଳନାରେ ଅଧିକ ଓ ଉତ୍ସାହଜନକ।

ଚଳିତ ଆର୍ଥିକ ବର୍ଷରେ ଯେପରି ବଜେଟର ୧୦୦ ପ୍ରତିଶତ ବ୍ୟୟ ହୋଇପାରିବ ଏବଂ ପ୍ରକଳ୍ପର ମାନ ଯାଞ୍ଚପୂର୍ବକ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ସମସ୍ତ ଯନ୍ତ୍ରୀଙ୍କୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତାର ଗୁଣବତ୍ତା ବଜାୟ ରଖିବା ଦିଗରେ ମଧ୍ୟ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଗୁରୁତ୍ୱାରୋପ କରିବା ସହ ରାସ୍ତା ଓ ବିଜୁ ସେତୁ ନିର୍ମାଣ ପାଇଁ ସ୍ଥିର କରା ଯାଇଥିବା ତ୍ରୈମାସିକ ଲକ୍ଷ୍ୟ ପୂରଣ ଦିଗରେ ସମସ୍ତେ ଯନିବାନ ହେବାକୁ କହିଥିଲେ।

ଏହି ସମୀକ୍ଷା ବୈଠକରେ ରାଜ୍ୟର ସମସ୍ତ ଡିଭିଜନ ଇଞ୍ଜିନିୟିର, ସର୍କଲ ଇଞ୍ଜିନିୟର, ମୁଖ୍ୟଯନ୍ତ୍ରୀ, ସର୍ବୋଚ୍ଚ ଯନ୍ତ୍ରୀ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

ଗ୍ରାମ୍ୟ ଉନ୍ନୟନ ସଞ୍ଜୟ ସିଂ ଆଇଏଏସ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଆଜି ବିଶ୍ୱର ଅନ୍ୟତମ ଆର୍ଥିକ ମହାଶକ୍ତିରେ ପରିଣତ ହୋଇଛି: ଭଦ୍ରକ ସାଂସଦ

June 17, 2026

ଝୁଲନ୍ତା ଅବସ୍ଥାରେ ମିଳିଲା ଏମ୍ସ ଭୁବନେଶ୍ଵର ଡାକ୍ତରଙ୍କ ମୃତଦେହ

June 17, 2026

ହସ୍ତଚାଳିତ ପ୍ରକ୍ରିୟାରେ ଭତ୍ତା ବାଣ୍ଟିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 17, 2026

ଜୁଲାଇ ୧୦ରୁ ସାମୁହିକ ଛୁଟି: ଚେତାବନୀ ଦେଲେ ଯୋଗାଣ ସହାୟକ କର୍ମଚାରୀ

June 17, 2026
Latest News

ଭାରତ ଆଜି ବିଶ୍ୱର ଅନ୍ୟତମ ଆର୍ଥିକ ମହାଶକ୍ତିରେ ପରିଣତ ହୋଇଛି: ଭଦ୍ରକ ସାଂସଦ

June 17, 2026

ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ମାମଲା: ସରକାରଙ୍କ ଆଦେଶ ବିରୁଦ୍ଧରେ କୋର୍ଟ ପହଞ୍ଚିଲା କମ୍ପାନୀ

June 17, 2026

ଝୁଲନ୍ତା ଅବସ୍ଥାରେ ମିଳିଲା ଏମ୍ସ ଭୁବନେଶ୍ଵର ଡାକ୍ତରଙ୍କ ମୃତଦେହ

June 17, 2026

ହସ୍ତଚାଳିତ ପ୍ରକ୍ରିୟାରେ ଭତ୍ତା ବାଣ୍ଟିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 17, 2026

ଜୁଲାଇ ୧୦ରୁ ସାମୁହିକ ଛୁଟି: ଚେତାବନୀ ଦେଲେ ଯୋଗାଣ ସହାୟକ କର୍ମଚାରୀ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.