Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ଆୟ ନାହିଁ, ବ୍ୟୟ ପ୍ରବଳ; ମୋଦୀ ସରକାର ର ବଜେଟ ବହିଖାତାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ରହସ୍ୟମୟ ହିସାବ
ବ୍ୟବସାୟ

ଆୟ ନାହିଁ, ବ୍ୟୟ ପ୍ରବଳ; ମୋଦୀ ସରକାର ର ବଜେଟ ବହିଖାତାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ରହସ୍ୟମୟ ହିସାବ

July 11, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆୟ ନାହିଁ, ବ୍ୟୟ ପ୍ରବଳ; ମୋଦୀ ସରକାର ର ବଜେଟ ବହିଖାତାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ରହସ୍ୟମୟ ହିସାବ
ଆୟ ନାହିଁ, ବ୍ୟୟ ପ୍ରବଳ; ମୋଦୀ ସରକାର ର ବଜେଟ ବହିଖାତାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ରହସ୍ୟମୟ ହିସାବ

କେଦାର ମିଶ୍ର 

 ନରେନ୍ଦ୍ର ମୋଦୀ କହିସାରିଛନ୍ତି ତାଙ୍କ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିବା ବଜେଟକୁ ସମାଲୋଚନା ଲୋକେ ନକାରାତ୍ମକ ଚରିତ୍ର ବିଶେଷ। ହେଲେ ଆମେ ବିଶ୍ଵାସ କରୁ ଯେ ସରକାରକୁ ଓ ସରକାରୀ ଅନୁଷ୍ଠାନକୁ ସମାଲୋଚନା କରିବା ଗଣତାନ୍ତ୍ରିକ ବ୍ୟବସ୍ଥାର ଅପରିହାର୍ୟ ଅଙ୍ଗ। ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଯେଉଁ ବଜେଟ ଉପସ୍ଥାପନ କାଲେ ତାକୁ ଗାଁ, ଗରୀବ ଓ କୃଷକଙ୍କ ବଜେଟ ବୋଲି କୁହାଗଲା। ତେବେ ଭାରତ ଇତିହାସରେ ଏହା ବୋଧହୁଏ ପ୍ରଥମ ବଜେଟ ଥିଲା ଯହିଁରେ ସବୁ କିଛି ଅସ୍ପଷ୍ଟ ଓ ରହସ୍ୟମୟ। ଏପରିକି କେଉଁ ବିଭାଗର ବ୍ୟୟ ଅଟକଳ କେତେ ତାକୁ ଜାଣିବା ମଧ୍ୟ ଏଯାଏ ସମ୍ଭବପର ହୋଇନାହିଁ।

ବଜେଟ ଯେହେତୁ ସରକାରୀ ହିସାବ କିତାବର ବାର୍ଷିକ ଚିଠା, ତେଣୁ ଏହାରି ଆଧାରରେ ଦେଶର ଅର୍ଥନୈତିକ ବିଶ୍ଳେଷଣ ପ୍ରସ୍ତୁତ କରାଯାଏ।ଯଦି ବଜେଟରେ ବାସ୍ତବ ତଥ୍ୟ ରହୁନାହିଁ, ତାହେଲେ ସରକାର ଅର୍ଥନୀତିର କିଛି ଦୁର୍ବଳତାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ମାନିବାକୁ ପଡିବ। ବଜେଟରେ ଅନେକ ସ୍ଵପ୍ନ ରହିଛି, ହେଲେ ତଥ୍ୟ ସବୁ ରହସ୍ୟମୟ। ସେଥିରୁ ଗୋଟିଏ ରହସ୍ୟମୟ ତଥ୍ୟକୁ ଏବେ ଲୋକଲୋଚନକୁ ଆଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆର୍ଥିକ ପରାମର୍ଶଦାତା ରହିଥିବା ବିଶିଷ୍ଟ ଅର୍ଥନୀତିଜ୍ଞ ରଥିନ ରାୟ। ଅର୍ଥନୀତି ଓ ବଜାର ଭିତ୍ତିକ ସଂବାଦପତ୍ର “ଦି ବିଜିନେସ ଷ୍ଟାଣ୍ଡାର୍ଡ” ରେ ନିଜ ନିୟମିତ ସ୍ତମ୍ଭରେ  ରଥିନ ରାୟ କହିଛନ୍ତି ଯେ ବଜେଟରେ ଦେଶର ଆୟ ସମ୍ପର୍କରେ ଯାହା କୁହାଯାଇଛି ତାହା ବାସ୍ତବ ଆୟଠାରୁ 1 ଲକ୍ଷ 70 ହଜାର କୋଟି ଟଙ୍କା ଅଧିକ। ଅର୍ଥାତ ଆୟ ନଥାଇ ଆୟ ବୋଲି ଦେଖାଇ ଲୋକଙ୍କୁ ଭୁଆଁ ବୁଲାଇବାର ପ୍ରୟାସ କରାଯାଇଛି। ଏକଥା ଅନ୍ୟ କେହି କହିଥିଲେ, ହୁଏତ ବିରୋଧୀଙ୍କ ଚାଲ ବୋଲି କହି କଥାଟାକୁ ଉଡାଇ ଦିଆଯାଇଥାନ୍ତା। ଯେହେତୁ ଏହା ମୋଦୀ ସରକାରର ଜନୈକ ଉପଦେଷ୍ଟାଙ୍କ ମତ, ଏହାକୁ ନେଇ ଏବେ ସରକାର ପୂରା ନୀରବ। ଅର୍ଥମନ୍ତ୍ରୀ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଓ ସ୍ଵାଭାବିକ ଭାବରେ ସରକାରଙ୍କ ଏକାନ୍ତ ଆଜ୍ଞାବହ ଆମର ଗଣମାଧ୍ୟମ ଏ ପ୍ରସଙ୍ଗରେ ଚୁପ ରହିଛି।

ପ୍ରଥମଥର ଲାଗି ଅର୍ଥନୈତିକ ସର୍ବେକ୍ଷଣରେ ସରକାରୀ ଆୟର ପରିମାଣ ଯାହା ଦେଖା ଯାଇଛି, ବଜେଟରେ ତାଠୁ ଢେର ଅଧିକ ଆୟ ଦେଖା ଯାଇଛି। ଏହାର କାରଣ କଣ? ଦେଶରେ ଏକ ଆର୍ଥିକ ସଙ୍କଟର ସ୍ଥିତି ରହିଛି ଓ ତାକୁ ଲୁଚାଇବାକୁ ଏ ପ୍ରକାର ଉଦ୍ୟମ ହେଉଛି କି? ଅବଶ୍ୟ ସରକାରୀଦଳର ସମର୍ଥକମାନେ ଏସବୁ କିଛି ବୁଝନ୍ତି ନାହିଁ। ସେମାନେ ଗୋଟେ କଥା ଜାଣନ୍ତି ଯେ ଦେଶ ଭଲ ଚାଲିଛି ଓ ଅର୍ଥନୈତିକ ସଙ୍କଟ ବୋଲି ସେମିତି କିଛି ନାହିଁ। ଆମର ଟଙ୍କାଏ ଆୟରୁ ୨୦ ପଇସା ଯେ କେବଳ ଋଣ ରୁ ଆସୁଛି ସେ କଥା ଆମେ ଭାବିବାକୁ ନାରାଜ। ତେବେ ଅର୍ଥନୈତିକ ସର୍ଭେରେ ଆମକୁ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷରେ ଆମର ଆୟ ୧୫.୬ ଲକ୍ଷ କୋଟି ଟଙ୍କା ହେବ। ହେଲେ ଏହାକୁ ସଂଶୋଧିତ କରି ବଜେଟରେ ଆୟ ପରିମାଣକୁ ୧୭.୩ ଲକ୍ଷ କୋଟି ଟଙ୍କାକୁ ବଢାଇ ଦିଆଯାଇଛି। ସିଧାସଳଖ ୧.୭ଲକ୍ଷ କୋଟି ଟଙ୍କାର ଆୟ କେଉଁଠୁ ଏବଂ କିପରି ବଢିବ ତାହାର କୌଣସି ସ୍ପଷ୍ଟ ଚିତ୍ର ନାହିଁ। ଏହି ସରକାରର ବାଁ ହାତ କଣ କରୁଛି ଡାହାଣ ହାତ ଜାଣୁନାହିଁ। ଅର୍ଥନୈତିକ ସର୍ବେକ୍ଷଣ ବଜେଟର ଆଧାର ହୋଇଥିବା ବେଳେ ଚଳିତ ବର୍ଷ ଏହା ପରଷ୍ପର ବିରୋଧୀ ମନେ ହେଉଛନ୍ତି।

ଏ ଦେଶର ଅର୍ଥନୀତି ଚାଲୁଛି କି ସ୍ଥିର ଅଛି କି ପଛକୁ ପଛକୁ ଯାଉଛି, ସେ କଥା ଆମେ ଭାବିବୁ କାହିଁକି? ଆମ ପାଖରେ ଜଣେ ସର୍ବ ଶକ୍ତିମାନ ନେତା ଅଛନ୍ତି। ସେ ଥିଲେ ସବୁକିଛି ସମ୍ଭବ-ମୋଦୀ ହୈ ତୋ ମୁମକିନ ହୈ। ଆଉ କିଛି ଦରକାର ନାଇଁ। କଂଗ୍ରେସ ଦଳକୁ ଗାଳି କର ଓ ପ୍ରଧାନମନ୍ତ୍ରୀଙ୍କ କୀର୍ତ୍ତନ କର, ସେତିକିରେ ଦେଶ ବିଶ୍ଵଗୁରୁ ହେବା ଥୟ। ଜିଡିପି କମୁଛି ତ କମୁ। କୃଷି କ୍ଷେତ୍ରର ଅଭିବୃଦ୍ଧି ନକାରାତ୍ମକ ହେଉଛି ତ ହେଉ। ୪୫ ବର୍ଷରେ ଦେଶରେ ସର୍ବାଧିକ ବେକାରି ଆସିଛି, ଆସୁ। ବିମୂଦ୍ରାକରଣ ଦେଶରେ ଲକ୍ଷାଧିକ କ୍ଷୁଦ୍ର ଓ ମାଧ୍ୟମ ଶିଳ୍ପ ବୁଡିଗଲେ, ଯାଆନ୍ତୁ। ବିଏସଏନଏଲ ନିଜ କର୍ମଚାରୀଙ୍କୁ ଦରମା ଦେଇପାରୁନି, ନ ଦେଉ। ଅର୍ଥନୀତିରୁ ଆମକୁ କିଛି ମିଳିବାର ନାହିଁ। ଆମର ସମସ୍ୟା ହେଉଛନ୍ତି କଂଗ୍ରେସ ପାର୍ଟି ଓ ରାହୁଲ ଗାନ୍ଧୀ, ଯାହାଙ୍କୁ ଆମେ ଭୋଟ ଦେଇନାହୁଁ। ଆମେ ଯାହାକୁ ଭୋଟ ଦେଇଛୁ, ତାକୁ ପ୍ରଶ୍ନ ପଚାରିବୁ ନାହିଁ। କାରଣ ସେ ଭଗବାନ, ସେ ଭାରତର ଭାଗ୍ୟ ବିଧାତା।ଯାହାକୁ ଭୋଟ ଦେଇନ, ଯାହା ପାଖରେ କ୍ଷମତା ନାଇଁ ତାକୁ ଗାଳି କର। କାରଣ ତମର ଭଗବାନ କହୁଛନ୍ତି ସେଇ କ୍ଷମତାହୀନ ଲୋକ ଟି ହିଁ ସଇତାନ। ଗାଳି ଓ ତାଳିର ରାଜନୀତି ଭିତରେ ଅର୍ଥନୀତି କଥାକୁ ପଚାରେ କିଏ?

ସେଇ ପୃଷ୍ଠଭୂମିରେ ସରକାର ଯଦି ଅର୍ଥନୈତିକ ତଥ୍ୟ ର ହେରାଫେରି କରୁଛନ୍ତି, ସେଥିରେ କାହାର ବା କଣ କହିବାର ଅଛି!!

budget Modi sitaraman thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026
Latest News

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.