ଭାରତୀୟ ବଜାରରେ ଲଞ୍ଚ ହେଲା ଷ୍ଟାଇଲିସ୍‌ ହସ୍କଭର୍ଣ୍ଣା ବିଟ୍‌ପାଇଲେନ୍‌

Published: Mar 6, 2020, 5:50 pm IST

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଲଞ୍ଚ ହୋଇଛି ସୁପର ଷ୍ଟାଇଲିସ୍‌ ବାଇକ୍‌ ହସ୍କଭର୍ଣ୍ଣା ବିଟ୍‌ପାଇଲେନ୍‌ । ଏହି ବାଇକ୍‌ ସିରିଜ୍‌ର 250 ସିସିର ବାଇକ୍‌ ଶୁକ୍ରବାର ଦିନ ଭାରତୀୟ ବଜାରରେ ଲଞ୍ଚ ହୋଇଛି । ଭାରତୀୟ ବଜାରରେ ଏହି ବାଇକ୍‌ର ମୂଲ୍ୟ 1.96 ଲକ୍ଷ ଟଙ୍କା ରହିଛି । ବାଇକ୍‌ଟି ସର୍ବାଧିକ 150 କିମି ବେଗରେ ଗତି କରିପାରିବ । 6 ଗିଅର୍‌ ବିଶିଷ୍ଟ ଏହି ବାଇକ୍‌ରେ 9.5 ଲିଟରର ଟ୍ୟାଙ୍କର ରହିଛି । ବାଇକ୍‌ରେ 31 ହର୍ଷପାଓ୍ବାରର ଇଞ୍ଜିନ୍‌ ବ୍ୟବହୃତ ହୋଇଥିବା ବେଳେ ସର୍ବାଧିକ 24 ଏନ୍‌ଏମ୍‌ ଟର୍କ ରହିଛି । (ଏଜେନ୍ସି)

Related posts