Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କରୋନା ପାଇଁ ଜଗତସିଂହପୁର ଜିଲ୍ଲାରେ ଉଜୁଡିଯାଉଛି ପାନଚାଷ
ଆଞ୍ଚଳିକ

କରୋନା ପାଇଁ ଜଗତସିଂହପୁର ଜିଲ୍ଲାରେ ଉଜୁଡିଯାଉଛି ପାନଚାଷ

April 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର : ଦିନଥିଲା ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ଏରସମା ଅଞ୍ଚଳ ପାନର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ବମ୍ବେ ଠାରୁ ବାଙ୍ଗାଲୋର, କଲିକତା ଠାରୁ କେରଳ ପର୍ଯ୍ୟନ୍ତ ଥିଲା। ପାନଚାଷୀ ରାଜ୍ୟ ବାହାରକୁ ପାନ ପଠାଇ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରି ଆସୁଥିଲେ। ହେଲେ କରୋନା ମହାମାରୀ ପାନଚାଷୀଙ୍କ ମୁଣ୍ଡରେ ଚଡକ ପକାଇଦେଇଛି। ଉଜୁଡିବାକୁ ବସିଛି ପାନଫସଲ, ପାନଚାଷୀ ଏବେ ହା ହତାଶ ଭିତରେ କାଳକାଟୁଛନ୍ତି।

ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ଏରସମା ବ୍ଲକ ଅନ୍ତର୍ଗତ ସମୁଦ୍ରକୂଳିଆ ଅଞ୍ଚଳରେ ପାନଚାଷ ବହୁଳ ଭାବରେ କରାଯାଇଥାଏ। ଏଠାରେ କରାଯାଉଥିବା ପାନ ବମ୍ବେ(ମୁମ୍ବାଇ),ବାଙ୍ଗାଲୋର, କଲିକତା ପରି ଦେଶର ବିଭିନ୍ନ ବଡବଡ ସହରରେ ଲୋକପ୍ରିୟତା ତଥା ଚାହିଦା ଥିବାରୁ ପ୍ରତିଦିନ ଟ୍ରେନ,ଟ୍ରକ୍ ଓ ବସ ଯୋଗେ ଲକ୍ଷ ଲକ୍ଷ ଟଙ୍କାର ପାନ ଚାଲାଣ ହେଉଥିଲା। ଚାଷୀ ମଧ୍ୟ ଭଲ ଦିପଇସା ରୋଜଗାର କରୁଥିଲେ। ପାନଚାଷ ଉପରେ ନିର୍ଭର କରି ଶହଶହ ପରିବାର ପ୍ରତିପୋଷଣ ହୋଇଆସୁଥିଲେ। ପାରାଦ୍ୱୀପ ସମୁଦ୍ର ଉପକୂଳ ଠାରୁ ଏରସମାର ଗଡହରିଶପୁର ପର୍ଯ୍ୟନ୍ତ ହଜାର ହଜାର ଏକର ଜମିରେ ପାନବରଜ କରି ପାନଚାଷ କରାଯାଇଥାଏ।ଏରସମା ବ୍ଲକର ଢ଼ିଙ୍କିଆ, ନୂଆଗାଁ, ଗଡକୁଜଙ୍ଗ, ବାଲିତୁଠ, ବାମଦେଇପୁର, ଚଟୁଆ, ଭିତରଅନ୍ଧାରୀ, କୁଞ୍ଜକୋଠି, ଆମ୍ବିକି, ଗଡବିଶୁନପୁର, ଗୋଡା, ପଦ୍ମପୁର ଓ ଗଡହରିଶପୁର ଆଦି ସମୁଦ୍ରକୂଳିଆ ପଞ୍ଚାୟତରେ ଶହଶହ ପରିବାର ପାନଚାଷ କରି ଜୀବିକା ନିର୍ବାହ କରୁଥିବା ବେଳେ ଏବେ କରୋନା ମହାମାରୀ ଦାଉ ସାଧିଛି। ମାସେରୁ ଉର୍ଦ୍ଧ ସମୟ ଧରି ଦେଶରେ ଲକଡାଉନ ହେବା ଫଳରେ ଲୋକେ ଘରୁ ବାହାରକୁ ବାହାରୁନଥିବା ବେଳେ ଉଜୁଡିଯାଉଛି ପାନଚାଷ। ଗାଡିମଟର ବନ୍ଦ ଯୋଗୁଁ ବେପାରୀ ଆସୁନାହାଁନ୍ତି କି ପାନ ବିକ୍ରି ହୋଇପାରୁନି। ପାନବରଜରେ ପାନ ତୋଳା ହେଉନାହିଁ। ପାନଗଛ ଚାଳଫୁଟାଇ ବାହାରକୁ ବାହାରି ନଷ୍ଟ ହୋଇଛି। ଯାହାକୁ ନେଇ ଚିନ୍ତାରେ ଚାଷୀ।

ପାନଚାଷ ପାଇଁ ସ୍ୱତନ୍ତ୍ର ପଦ୍ଧତି ରହିଥିବା ବେଳେ ଛାୟାଗୃହରେ ଏହି ଚାଷ କରାଯାଇଥାଏ। ପାନଗଛକୁ ନିୟମିତ ବ୍ୟବଧାନରେ ମାଟି, ସୋରିଷ ପିଡିଆ, ପାଣି ଦିଆଯାଇ ଯତ୍ନ ନେବା ସହ ଚାଷୀକୁ ପାନ ଉତ୍ପାଦନ ପାଇଁ ବେଶ ଯତ୍ନବାନ ସହ ଆର୍ଥିକ ଖର୍ଚ୍ଚ କରିବାକୁ ପଡିଥାଏ। ପ୍ରତି ଦୁଇମାସ ଅନ୍ତରରେ ପାନ ନଅ ବା ଗଛକୁ ତଳକୁ ଖସାଇ ପୁନର୍ବାର ପାଖୁଡିରେ ଚଢାଇ ଦିଆଯାଏ। ଏଥିପାଇଁ ଚାଷୀ ମୁଣ୍ଡଝାଳ ତୁଣ୍ଡରେମାରି ଦିନରାତି ଏକକରି ପାନବରଜରେ ଖଟିଥାଏ। ପାନଚାଷ ପାଇଁ ବ୍ୟାଙ୍କ, ବେସରକାରୀ ଭାବେ ହଜାର ହଜାର ଟଙ୍କା ଋଣକରି ପାନଚାଷ କରିଥାନ୍ତି। ମାତ୍ର ଏବେ ସବୁକିଛି ବଦଳାଇ ଦେଇଛି କରୋନା ମହାମାରୀ। ପାନତୋଳିବାକୁ ପାନବରଜକୁ ଯାଉନି ଚାଷୀ। ପାନଲଟା ଚାଳଫୁଟି ମରିବାକୁ ବସିଲାଣି। ପାନଝଡି ତଳେ ପଡୁଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହି ପାନଚାଷୀ ଏବେ ହତାଶ। ମାର୍ଚ୍ଚ ୨୨ତାରିଖ ଠାରୁ ସାରାଦେଶରେ ଲକଡାଉନ ଯୋଗୁଁ ଟ୍ରେନ, ବସ ଚଳାଚଳ ବନ୍ଦ ହୋଇଥିବାରୁ ଏହି ଅଞ୍ଚଳକୁ ପାନ କିଣିବାକୁ ବେପାରୀ ଆସୁନାହାଁନ୍ତି। ପାନବରଜରେ ପାନଝଡି ନଷ୍ଟ ହେଉଥିବା ବେଳେ ପାନଚାଷୀ ମୁଣ୍ଡରେ ଚଡକ ପଡିଛି। ଉଜୁଡିଯିବାକୁ ବସିଛି ପାନଫସଲ।

କୃଷି ଓ କୃଷକ ପାଇଁ ସରକାର ବିଶେଷ ସୁବିଧା ଦେଉଥିବା କଥା ଘୋଷଣା କରୁଥିବା ବେଳେ ପାନଚାଷୀ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ଜଣାଯାଇଛି । ଉଦ୍ୟାନ କୃଷିରେ ପାନଚାଷକୁ ସାମିଲ କରାଯାଇଥିବା ବେଳେ କୌଣସି ଉଦ୍ୟାନ ବିଭାଗ ଅଧିକାରୀ ପାନଚାଷୀଙ୍କୁ ଦେଖାଦେବା ତ ଦୁରର କଥା ଅଞ୍ଚଳକୁ ଆସୁନାହାଁନ୍ତି ବୋଲି ଅଭିଯୋଗ ହୋଇଛି । ସରକାର ପାନଚାଷୀଙ୍କ ଦୁଃଖ ଦୃର୍ଦ୍ଦଶାକୁ ବୁଝନ୍ତୁ ବୋଲି ପାନଚାଷୀମାନେ ଦାବି କରିଛନ୍ତି। ଉକ୍ତ ଅଞ୍ଚଳର ସମୁଦ୍ରକୂଳିଆ ପାନଚାଷୀଙ୍କ ଦୁଃଖ ଦୃର୍ଦ୍ଦଶାକୁ ଅନୁସନ୍ଧାନ କରି ସେମାନଙ୍କୁ ପ୍ରଶାସନ ତରଫରୁ ଆର୍ଥିକ ସହାୟତା ସହ କୃଷିଋଣ ଛାଡକରିବା ପାଇଁ ଦାବୀ ହେଉଛି।

covid19 Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ଟଙ୍କା ଫେରସ୍ତ ହେବା ସତ୍ତ୍ୱେ ବିଜୟ ମାଲ୍ୟାଙ୍କ ମାମଲା ବନ୍ଦ ହେବ ନାହିଁ?: କୋର୍ଟରେ ଇଡି ର ଗୁହାରୀ

September 11, 2026

ଓଡ଼ିଶାରେ ସରକାରୀ ବ୍ୟାଙ୍କ ସେବା ବ୍ୟାହତ: ଦେଶବ୍ୟାପୀ ଆନ୍ଦୋଳନରେ ସାମିଲ ହେଲେ ୮ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026

ସୁନା ଓ ରୂପା ହେଲା ମହଙ୍ଗା: ଜାଣନ୍ତୁ ଆଜିର ମୂଲ୍ୟ

September 11, 2026
Latest News

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.