Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶରେ ଟେଲିକମ୍ ସେବାକୁ ଆଗକୁ ନେବାକୁ ହେଲେ ୨ଜି ସେବା ବନ୍ଦ କରିବାକୁ ପଡିବ, ମୁକେଶ ଆମ୍ବାନୀ
ଜାତୀୟ ଖବର

ଦେଶରେ ଟେଲିକମ୍ ସେବାକୁ ଆଗକୁ ନେବାକୁ ହେଲେ ୨ଜି ସେବା ବନ୍ଦ କରିବାକୁ ପଡିବ, ମୁକେଶ ଆମ୍ବାନୀ

July 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Sh Mukesh D Ambani, Chairman & Managing Director, Reliance Industries Limited, at a celebration of 25 Years Of Mobility – Desh Ki Digital Udaan.

ମୁମ୍ବାଇ, ଦୀର୍ଘ ୨୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ୨ଜି ମୋବାଇଲ୍ ସେବାକୁ ବନ୍ଦ କରି ଆଗକୁ ବଢିବା ସହିତ ତାହାକୁ ଇତିହାସ ପୃଷ୍ଠାରେ ସ୍ଥାନ ଦିଆଯାଉ।ଏହା କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ତଥା ଦେଶରେ ଜିଓ ପ୍ଲାଟଫର୍ମ ମାଧ୍ୟରେ ବିଫ୍ଲବ ଆଣିଥିବା ମୁକେଶ ଅମ୍ବାନି। ପ୍ରଥମ ମୋବାଇଲ୍ କଲ୍‌ର ରୌପ୍ୟ ଜୟନ୍ତୀ ଉତ୍ସବ ଅବସରରେ ସେ କହିଛନ୍ତି ଯେ ସାରା ବିଶ୍ୱ ଯେତେବେଳେ ୫ଜି ଟେଲିଫୋନ ଆଡ଼କୁ ମୁହାଁଉଛି ସେହି ସମୟରେ ୨ଜି ଯୁଗର ଫିଚର ଫୋନ୍‌କୁ ବନ୍ଦ କରିବାର ଆବଶ୍ୟକତା ରହିଛି।

ଭାରତରେ ପ୍ରାୟ ୩୦ କୋଟି ଗ୍ରାହକ ବର୍ତ୍ତମାନ ସୁଦ୍ଧା ଫିଚର ଫୋନ ବ୍ୟବହାର କରୁଛନ୍ତି। ଫଳରେ ସେମାନେ ମୌଳିକ ଇଟଂରନେଟ୍ ସେବା ପାଇବାରୁ ବଂଚିତ ହେଉଛନ୍ତି । ୨ଜି କୁ ଇତିହାସ ପୃଷ୍ଠାରେ ସ୍ଥାନିତ କରି ଆଗକୁ ବଢିବା ଲାଗି ଜରୁରୀକାଳୀନ ଭିତିରେ ନୀତିଗତ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ଅମ୍ବାନି କହିଛନ୍ତି ।

ଏହି ଅବସରରେ ମୁକେଶ ଅମ୍ବାନି କହିଛନ୍ତି ଯେ ୧୯୯୫ରେ ମୋବାଇଲ୍ ସେବାର ଅଭ୍ୟୁଦୟ ହେବା ସହ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଭାରତ ଏକ ବଡ ଲମ୍ଫ ସହିତ ଯାତ୍ରା ଆରମ୍ଭ କରିଥିଲା । ଯେତେବେଳେ ଲ୍ୟାଣ୍ଡ୍‌ଲାଇନ୍‌ର ଆବିସ୍କାର ହୋଇଥିଲା ତାହା ଏକ ବିରଳ ଐତିହାସିକ ମୁହୂର୍ତ ଥିଲା । ମାତ୍ର ତାହା ଯୋଗାଯୋଗରେ ଆଂଶିକ ସ୍ୱାଧୀନତା ଦେଉଥିଲା ।

ଏହା ବାସ୍ତବରେ ଦୂରତ୍ୱକୁ ନେଇ ରହିଥିବା ସବୁ ସମସ୍ୟା ଦୂର କରିପାରିନଥିଲା । ଲୋକମାନେ ଯେକୌଣସି ସ୍ଥାନରୁ ଯେକୌଣସି ସମୟରେ ଚବିଶ ଘଂଟା ଯୋଗାଯୋଗରେ ରହିବାର ସୁଯୋଗ ପାଇନଥିଲେ । ସେ କହିଛନ୍ତି, ଭାରତରେ ମୋବାଇଲ୍ ଫୋନ୍ ଆଶା ଠାରୁ ଅଧିକ ସୁଲଭ ମୂଲ୍ୟର ହୋଇପାରିଛି । ୧୯୯୫ରେ ସେଲ୍ ଫୋନ୍‌ରୁ କରାଯାଉଥିବା କଲ୍‌ର ଦାମ୍ ୨୪ ଟଙ୍କା ଥିଲା । କଲ୍ କରୁଥିବା ବ୍ୟକ୍ତି ୧୬ ଟଙ୍କା ଓ କଲ୍ ଗ୍ରହଣ କରୁଥିବା ବ୍ୟକ୍ତି ୮ ଟଙ୍କା ଗଣୁଥିଲେ । ମାତ୍ର ଏବେ ଭଏସ୍ କଲ୍ ସମ୍ପୂର୍ଣ୍ଣ ନିଶୁଳ୍କ ହୋଇଥିବା ବେଳେ ଏହାର କୌଣସି ସର୍ବାଧିକ ସୀମା ମଧ୍ୟ ନାହିଁ ।

ସୁଲଭ ମୋବାଇଲ୍ ସେବା ଗଣତନ୍ତ୍ରରେ ପରିଣତ ହୋଇଛି ଏବଂ ଦୀର୍ଘବର୍ଷ ପୂର୍ବ ସମୟ ଭଳି ଏହା ଆଉ ଧନୀ ବ୍ୟକ୍ତିଙ୍କ ଏକଚାଟିଆ ଅକ୍ତିଆରରେ ନାହିଁ । ମାନବ ଇତିହାସରେ ମୋବାଇଲ୍ ଫୋନ୍ ଭଳି ଅନ୍ୟ କୌଣସି ପ୍ରଯୁକ୍ତି ଉପକରଣ ଧନୀ ଓ ଗରିବଙ୍କ ଭିତରେ ଥିବା ପ୍ରଭେଦକୁ ଏଭଳି ଭାବେ ଦୂର କରିପାରିନାହିଁ । ମୋବାଇଲ୍ ଇଟଂରନେଟ୍ ଯୋଗୁଁ ପୂର୍ବରୁ କେବଳ ଗୋଟିଏ କାର୍ଯ୍ୟ ହୋଇପାରୁଥିବା ମୋବାଇଲ୍ ଫୋନ୍‌ରେ ଆଜି ବିବିଧ ପ୍ରକାର କାର୍ଯ୍ୟ ହେଉଛି । ଏହା ସହିତ ଯୋଗାଯୋଗର ବିପ୍ଳବ ମାନବିକ ଅଭିନବ ଚିନ୍ତାଧାରାର ବନ୍ୟା ସୃଷ୍ଟି କରିଛି ବୋଲି ଅମ୍ବାନି କହିଛନ୍ତି ।

ସେ କହିଛନ୍ତି, ୨୫ ବର୍ଷ ପୂର୍ବେ ମୋବାଇଲ୍ ଟେଲି ଯୋଗାଯୋଗ କ୍ଷେତ୍ର ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଠାରୁ ଭାରତ ବହୁ ପଛରେ ଥିଲା । କିନ୍ତୁ ଏବେ ଦେଶ ପାଇଁ ସମୟ ଆସିଛି ପ୍ରଯୁକ୍ତିର ପ୍ରମୁଖ ଭାଗରେ ବିଶ୍ୱର ଅନ୍ୟମାନଙ୍କ ଠାରୁ ଆଗରେ ରହିବା ପାଇଁ । ଲୋକମାନେ ଏବେ ନିଜ ମୋବାଇଲ୍ ଫୋନ୍‌ରେ ଜ୍ଞାନ ହାସଲ କରିବା ସହ ପରସ୍ପର ସହ ବାଂଟୁଛନ୍ତି, ଖବର ପାଉଛନ୍ତି ଏବଂ ଭିଡିଓ ଦେଖୁଛନ୍ତି ଓ ତିଆରି ମଧ୍ୟ କରୁଛନ୍ତି ।

ଲୋକମାନେ ଫୋନ୍ ଜରିଆରେ ଘରେ ରହି କାମ କରୁଛନ୍ତି ଏବଂ ପଢ଼ୁଛନ୍ତି । ଭର୍ଚୁଆଲ୍ ବୈଠକରେ ସେମାନେ ଭାଗ ନେଉଛନ୍ତି । ମୋବାଇଲ୍ ଫୋନ୍ କିଭଳି ଲୋକମାନଙ୍କୁ ସଶକ୍ତ କରୁଛି କୋଭିଡ୍ ଲକ୍‌ଡାଉନ ତାହାର ଶ୍ରେଷ୍ଠ ଉଦାହରଣ ପ୍ରଦାନ କରିଛି । ସାରା ଦେଶକୁ ଏହା ଯୋଗାଯୋଗ ମାଧ୍ୟମରେ ସଂଯୁକ୍ତ ରଖିଛି ବୋଲି ସେ କହିଛନ୍ତି ।

mukeshambani RilanceJio ମୁକେଶ ଆମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026
Latest News

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.