Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଳା ଟଙ୍କା ବନାମ ଧଳା ଟଙ୍କା
ବିଶେଷ ଖବର

କଳା ଟଙ୍କା ବନାମ ଧଳା ଟଙ୍କା

September 29, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

୮, ନଭେମ୍ବର ୨୦୧୬, ସେଦିନ ସାରା ଭାରତରେ ଟଙ୍କା ସରିଗଲା। ଭାରତର ପ୍ରଧାନମନ୍ତ୍ରୀ ରାତାରାତି ଘୋଷଣା କଲେ, ଦେଶରେ ପ୍ରଚଳିତ ପାଞ୍ଚ ଶହ ଓ ହଜାର ଟଙ୍କିଆ ନୋଟ କେବଳ କାଗଜର ଟୁକୁରା ମାତ୍ର। ଏହାର କୌଣସି ମୂଲ୍ୟ ଆଉ ନାହିଁ। ରାତି ପାହିଲା ବେଳକୁ ଆମ ହାତରେ ଥିବା ଟଙ୍କା କାମରେ ଲାଗିବା ଅବସ୍ଥାରେ ନଥିଲା। କୌଣସି ଗଣତାନ୍ତ୍ରିକ ଦେଶରେ ଏ ପ୍ରକାର ନିଷ୍ପତ୍ତି କୁ ସହଜରେ ଗ୍ରହଣ କରିନେବା ମୋ ମତରେ ଆମ ସମୟରେ ସବୁଠୁ ବଡ ରାଜନୈତିକ ବିସ୍ମୟ। ତେବେ ସେତେବେଳେ ଲୋକଙ୍କୁ ବୁଝାଇ ଦିଆଗଲା ଯେ ଦେଶରେ ଗଚ୍ଛିତ ଥିବା ଲକ୍ଷ ଲକ୍ଷ କୋଟି ଟଙ୍କାର କଳାଟଙ୍କା ୟାପରେ ମାଟିରେ ମିଶିଯିବ। ଏହି ବିରାଟ ଅର୍ଥନୈତିକ ସଂସ୍କାରର ଫଳ ସ୍ଵରୂପ ଅତି କମ ରେ ୨ ରୁ ୩ ଲକ୍ଷ କୋଟି ଟଙ୍କା ବ୍ୟାଙ୍କରେ ଜମା ହୋଇପାରିବ ନାହିଁ ଓ ସେଇଟା ସରକାରଙ୍କ ପାଇଁ ସବୁଠୁ ବଡ ଲାଭ ହେବ ବୋଲି କୁହାଗଲା। ସୁପ୍ରିମ କୋର୍ଟ ରେ ଏ ପ୍ରସଙ୍ଗରେ ସରକାରଙ୍କ ତରଫରୁ ଏକ ସତ୍ୟପାଠ ଦାଖଲ କରି ବିମୁଦ୍ରାକରଣର ସପ୍ତାହେ ପରେ ତତ୍କାଳୀନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ କହିଲେ- “ଆଜି ଦେଶରେ କଳାଟଙ୍କା ରଖିଥିବା ଲୋକଙ୍କ ପକେଟ ଖାଲି”। (ଦି ହିନ୍ଦୁ- ୧୬/୧୧/2016)

ସେତେବେଳେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଅର୍ଥନୀତିଜ୍ଞ ଥିବା ସୌମ୍ୟକାନ୍ତି ଘୋଷ କହିଲେ “ଅନ୍ତତଃ 4.5 ଲକ୍ଷ କୋଟି ଟଙ୍କା ର କଳା ଧନ ବିମୁଦ୍ରାକରଣ ପରେ ବ୍ୟାଙ୍କ କୁ ଆଉ ଫେରିବାର ସମ୍ଭାବନା ନାହିଁ। “ ସରକାରଙ୍କୁ ସମର୍ଥନ କରୁଥିବା ଜଗଦୀଶ ଭଗବତୀଙ୍କ ପରି କେତେଜଣ ବଡ ଅର୍ଥନୀତିଜ୍ଞ ସେତେବେଳେ ଆମକୁ ପ୍ରଚୁର ଆଶା ଦେଖେଇଥିଲେ। କଳା ଟଙ୍କା ର ଯୁଗ ଗଲା ଓ ଧଳା ଟଙ୍କାର ଯୁଗ ଆସିଗଲା ବୋଲି ସେତେବେଳେ ବେଶ ପ୍ରଚାର ଚାଲିଲା। ସବୁ ସରକାରୀ ଯୋଜନାକୁ ସମର୍ଥନ କରି ବାଲୁକା ସ୍ଥାପତ୍ୟ ନିର୍ମାଣ କରୁଥିବା ଆମ ଓଡିଶାର ବିଶିଷ୍ଟ ବାଲୁକା ଶିଳ୍ପୀ ବାବୁ ସୁଦର୍ଶନ ପଟ୍ଟନାୟକ ଏକ ବିଶାଳ  ସ୍ଥାପତ୍ୟ ଜରିଆରେ ବାର୍ତ୍ତା ଦେଲେ- ନୂଆ ଭାରତର ନୂଆ ଯୁଗକୁ ସ୍ଵାଗତ। ଗାନ୍ଧୀ ଚଷମାର ଦୁଇ କାଚରେ ଦୁଇ ନୂଆ ଛପା ହୋଇଥିବା ଗୋଲାପି ରଙ୍ଗର ୨୦୦୦ ଟଙ୍କିଆ ଓ ସବୁଜ ରଙ୍ଗର ୫୦୦ ଟଙ୍କିଆ ନୋଟ କୁ ବଡ ସୁନ୍ଦର କରି ସୁଦର୍ଶନ ବାବୁ ନୂଆ ଭାରତର ପ୍ରତୀକ ଭାବରେ ନିର୍ମାଣ କରିଥିଲେ।

ବିମୁଦ୍ରାକରଣ ପ୍ରସଙ୍ଗରେ ଲକ୍ଷ ଲକ୍ଷ ପୃଷ୍ଠାର ରିପୋର୍ଟ ପ୍ରକାଶିତ ହୋଇସାରିଛି। ତେବେ ସମୟ ସହିତ ବିମୁଦ୍ରାକରଣ ଯେ ଏକ ଭୟଙ୍କର ବାଚାଳତା ଥିଲା ଓ ଏହାର ଅଣାକର ଲାଭ ଦେଶକୁ ମିଳିନାହିଁ ଏ କଥା ସ୍ପଷ୍ଟ ହୋଇଯାଇଛି। ବରଂ ଏହାର ପରିଣତିରେ ବର୍ଷାଧିକ କାଳ ଦେଶର ଜିଡିପି ଅଭିବୃଦ୍ଧିର ହାର ଧିମେଇ ଗଲା। ଦେଶର ନଗଦ ଅର୍ଥ ଉପରେ ନିର୍ଭରଶୀଳ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକ ବନ୍ଦ ହୋଇଗଲା। ନିଜ କଷ୍ଟ ଅର୍ଜିତ ଟଙ୍କା ବଦଳାଇବାକୁ ଯାଇ ବ୍ୟାଙ୍କ ଆଗରେ ଶତାଧିକ ଲୋକ ପ୍ରାଣ ହରାଇଲେ। ଲୋକ ସବୁ ଅସୁବିଧାକୁ ହସି ହସି ବରଣ କରିଥିଲେ କାରଣ ତାଙ୍କୁ ଗୋଟିଏ ସ୍ଵପ୍ନ ଦେଖେଇ ଦିଆଗଲା ଯେ , ୟା ପରେ ଦେଶରେ କଳା ଟଙ୍କା ଆଉ ରହିବା ନାହିଁ। ଅନ୍ତତଃ ପକ୍ଷେ ତିନି ଲକ୍ଷ କୋଟି ଟଙ୍କାର ଲାଭ ଆମ ଦେଶକୁ ମିଳିବ।

ବିଡମ୍ବନା ର କଥା ହେଉଛି, ଆଜି ସାରା ଦେଶର ଲୋକେ ଭକୁଆ ହୋଇ ନିକଟରେ ପ୍ରକାଶିତ ହୋଇଥିବା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ରିପୋର୍ଟ ଉପରେ ହାତ ଦେଇ ବସିଛନ୍ତି। ଏହି ରିପୋର୍ଟ ଅନୁଯାୟୀ ବିମୁଦ୍ରାକରଣ ପରେ ୯୯.୩% ପୁରୁଣା ଟଙ୍କା ବ୍ୟାଙ୍କ କୁ ଫେରି ଆସିଛି। ଅର୍ଥାତ ଦେଶର କଳାଟଙ୍କା ଯେତେ ବଡ ସହଜରେ ଧଳା ହୋଇଯାଇଛି। ଯେଉଁ ଅର୍ଥନୀତି ବିଶାରଦ ମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ବ୍ୟାଙ୍କ କୁ ଫେରିବ ନାହିଁ ବୋଲି ତର୍କ ଦେଉଥିଲେ, ସେମାନେ ଏବେ ମୁହଁ ଲୁଚାଇବେ କେଉଁଠି? ସୁଦର୍ଶନ ପଟ୍ଟନାୟକ ଏବେ କଳା ଟଙ୍କା ଧଳା ହେବାର ଏଇ ନୂତନ ଗୌରବ ବିଷୟରେ ଗୋଟେ ସ୍ଥାପତ୍ୟ ତିଆରି କରିବେ କି?

ମାତ୍ର ଦଶ ହଜାର କୋଟି ଟଙ୍କାର କଳା ଧନ ନଷ୍ଟ କରିବାଲାଗି ଆମେ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ କରି  ନୂଆ ନୋଟ ଛାପିଲୁ। ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଏକପ୍ରକାର ଅଚଳ କରିଦେଲୁ। ପ୍ରଧାନମନ୍ତ୍ରୀ ସେତେବେଳେ କହିଥିଲେ, ପଚାଶ ଦିନ ଭିତରେ ସବୁ ଠିକ ନହେଲେ ତାଙ୍କୁ ଛକରେ ଠିଆ କରି ଫାଶୀ ଦେଲେ ବି ସେ ପ୍ରସ୍ତୁତ। ସେ ବଡ ଲୋକ, ତାଙ୍କୁ ଆମେ ଦଣ୍ଡ ଦେଇ ପାରିବା ନାହିଁ। ହେଲେ ଯେଉଁ ଲୋକମାନେ ଦେଶପ୍ରେମ ଓ ଜାତୀୟତାର ଦୁହାଇ ଦେଇ ସାରା ଦେଶର ଅର୍ଥନୀତିକୁ ଧ୍ଵଂସ କରିଦେଲେ ସେମାନଙ୍କୁ କି ସଜା ମିଳିବ? କିଏ ସେମାନଙ୍କୁ ସଜା ଦେବ?

Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Latest News

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.