Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାର ଶିଳ୍ପୀ ପରିବାର ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ମିସନ ଅନ୍ନ ସେବା
ଆଜିର ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାର ଶିଳ୍ପୀ ପରିବାର ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ମିସନ ଅନ୍ନ ସେବା

August 17, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
Reliance Foundation extends support to artisan families and migrant workers in Odisha

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ମିସନ ଅନ୍ନ ସେବାର ଅଂଶ ସ୍ୱରୂପ କୋଭିଡ୍‌-୧୯ ଲକ୍‌ଡାଉନ୍ ସମୟରେ ସାରା ଦେଶରେ ପ୍ରବାସୀ ଶ୍ରମିକ ଓ ଅଭାବୀ ବର୍ଗର ଲୋକମାନଙ୍କୁ ପାଞ୍ଚ କୋଟିରୁ ଉର୍ଦ୍ଧ୍ୱ ଭୋଜନ ବଣ୍ଟନ ଓ ସହାୟତା ପ୍ରଦାନ କରିଥିବା ରିଲାଏନ୍ସ ଫାଉଣ୍ଡେସନ ଏବେ ଏହି ସହାୟତାକୁ ସଂପ୍ରସାରିତ କରି ଓଡ଼ିଶାର ଶହ ଶହ ହସ୍ତକଳା ଶିଳ୍ପୀ ପରିବାର ତଥା ପ୍ରବାସୀ ଶ୍ରମିକ ପରିବାରଙ୍କୁ ସହାୟତାର ହାତ ବଢାଇଛି। ସ୍ଥାନୀୟ ଏନଜିଓ ସହଯୋଗୀଙ୍କ ସହଯୋଗରେ ଚଳିତ ସପ୍ତାହରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୁରୀ ଜିଲ୍ଲାର ରଘୁରାଜପୁର ଶିଳ୍ପ ଗ୍ରାମର ପଟ୍ଟଚିତ୍ର ଶିଳ୍ପୀ ପରିବାର ସମୂହ, ବାଲେଶ୍ୱରର ବାଲିଆପାଳର ସବାଇ ଘାସ ବା ଗୋଲଡେନ୍ ଗ୍ରାସ ଶିଳ୍ପୀ ପରିବାର ସମୂହଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ବଣ୍ଟନ କରାଯାଇଛି।

କୋଭିଡ୍‌-୧୯ ଯୋଗୁଁ ସୃଷ୍ଟି ହୋଇଥିବା ବର୍ତମାନର ସ୍ଥିତି ଓ ପର୍ଯ୍ୟଟକଙ୍କ ଚଳପ୍ରଚଳ ଉପରେ ରହିଥିବା କଟକଣା ଯୋଗୁଁ ଅନେକ ମାସ ଧରି ଏହି ଦୁଇ ହସ୍ତକଳା ଓ ହସ୍ତଶିଳ୍ପ କ୍ଲଷ୍ଟରରେ ରହୁଥିବା ଶିଳ୍ପୀ ପରିବାରଗୁଡ଼ିକ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି। ଏହି ସମୟରେ ସେମାନଙ୍କ ଅତ୍ୟାବଶ୍ୟକ ଆବଶ୍ୟକତାକୁ ପୂରଣ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଉଷୁନା ଚାଉଳ, ଡାଲି, ଖାଇବା ତେଲ, ଚିନି ଇତ୍ୟାଦି ଶୁଖିଲା ଖାଦ୍ୟ ସାମଗ୍ରୀ ରହିଥିବା କିଟ୍ ସବୁକୁ ରଘୁରାଜପୁର ହେରିଟେଜ୍ ଟୁରିଜିମ୍ କମିଟି ଜରିଆରେ ମଙ୍ଗଳବାର ଦିନ ପୁରୀ ଜିଲ୍ଲାର ରଘୁରାଜପୁରରେ ଥିବା ପ୍ରାୟ ୧୬୦ ପଟ୍ଟଚିତ୍ର କାରିଗର ପରିବାରକୁ ପ୍ରଦାନ କରାଯାଇଛି। ସେହିଭଳି ଗୁରୁବାର ଦିନ ବାଲେଶ୍ୱରର ବାଲିଆପାଳ ଅନ୍ତର୍ଗତ ପ୍ରତାପପୁର ଗ୍ରାମର ପ୍ରାୟ ୧୦୦ଟି ସବାଇ ଘାସ ବା ଗୋଲଡେନ୍ ଗ୍ରାସ ଶିଳ୍ପୀ ପରିବାରକୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଏନଜିଓ ସହଯୋଗୀ କଳାଘର ସହଯୋଗରେ ଏହି ସହାୟତା ଯୋଗାଇ ଦିଆଯାଇଛି ।

ଏଥିସହିତ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗଂଜାମ ଓ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ଦୁଇ ଜିଲ୍ଲାକୁ ପ୍ରତ୍ୟାବର୍ତନ କରିଥିବା ପ୍ରବାସୀ ଶ୍ରମିକଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ପହଂଚାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଆଗାମୀ କିଛିଦିନ ମଧ୍ୟରେ ସ୍ଥାନୀୟ ଏନଜିଓ ସହଯୋଗୀ ପ୍ରେମ୍ ମାଧ୍ୟମରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗଂଜାମର କୁକୁଡ଼ାଖଣ୍ଡି, ହିଞ୍ଜିଳିକାଟୁ, ପାତ୍ରପୁର ଓ ଧରାକୋଟ ବ୍ଲକ୍‌ରେ ପ୍ରାୟ ୧୫୦୦ ପ୍ରବାସୀ ଶ୍ରମିକ ପରିବାରଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ପ୍ରଦାନ କରାଯିବା ପାଇଁ ଯୋଜନା ହୋଇଛି। ସେହିଭଳିି, ବଲାଙ୍ଗୀର ଜିଲ୍ଲାକୁ ଫେରିିଥିବା ପ୍ରାୟ ୪୦୦ ପ୍ରବାସୀ ଶ୍ରମିକ ପରିବାରଙ୍କୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବଲାଙ୍ଗୀରର ସ୍ଥାନୀୟ ଭିମପାହାଡ଼ କୃଷକ ପ୍ରଡ୍ୟୁସର କଂପାନି ଲିମିଟେଡ୍ ସହଯୋଗରେ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ପ୍ରଦାନ କରାଯିବ।

ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱର ଯେକୌଣସି ସ୍ଥାନରେ କୌଣସି କର୍ପୋରେଟ୍ ଫାଉଣ୍ଡେସନ ପକ୍ଷରୁ ହାତକୁ ନିଆଯାଇଥିବା ସର୍ବବୃହତ ଭୋଜନ ବଂଟନ ସେବା ମିସନ ଅନ୍ନ ସେବା ଜରିଆରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଲକ୍‌ଡାଉନ୍ ଅବଧିରେ ସାରା ଦେଶରେ ୫ କୋଟିରୁ ଅଧିକ ଭୋଜନ ପ୍ରଦାନ କରାଯାଇଛି। ସାରା ଦେଶରେ ଥିବା ଅଭାବୀ ଲୋକ ଏବଂ ଶ୍ରମିକଙ୍କୁ ମାଗଣା ରନ୍ଧା ଖାଦ୍ୟ ଓ ପରିବାରଗୁଡ଼ିକୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ପ୍ରଦାନ କରାଯଇଛିି। ଓଡିଶାରେ ଏହି ମିସନ ଅନ୍ନସେବାର ଅଂଶ ସ୍ୱରୂପ, ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ଏନଜିଓ ସହଯୋଗୀ ଓଡ଼ିଶା ଗୁଜୁରାଟି ସମାଜ ଓ ହମାରା ବଚ୍ଚପନ ଟ୍ରଷ୍ଟ ସହଯୋଗିତାରେ ଗତ ଏପ୍ରିଲ ଓ ମେ’ ମାସରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ଭଦ୍ରକର ବସ୍ତି ଅଂଚଳ, ବୃଦ୍ଧାଶ୍ରମ ଓ ପ୍ରବାସୀ ଶ୍ରମିକ ଶିବିର ଆଦିରେ ୬୦୦୦ରୁ ଅଧିକ ପରିବାରକୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ବଂଟନ କରାଯାଇଥିଲା।

ସ୍ଥାନୀୟ ପ୍ରଶାସନର ପରାମର୍ଶ ଅନୁଯାୟୀ ରିକ୍ସା ଚାଳକ, ସହରର ସଫେଇ କର୍ମଚାରୀ, ବୃଦ୍ଧାଶ୍ରମର ଅନ୍ତେବାସୀ, ବସ୍ତିବାସିନ୍ଦା, ପ୍ରବାସୀ ଏବଂ ଦିନ ମଜୁରିଆ, ଘରୋଇ ସହାୟକ/ସହାୟିକା, ଦିବ୍ୟାଙ୍ଗ ବ୍ୟକ୍ତି ଓ ପରିବାରଗୁଡ଼ିକୁ ଏହି ଶୁଖିଲା ଖାଦ୍ୟସାମଗ୍ର କିଟ୍ ବଂଟନ କରାଯାଇଥିଲା । ସେହିଭଳି ଓଡ଼ିଶାର ଖୋର୍ଦ୍ଧା, ଚଣ୍ଡିଖୋଲ, ପାରାଦୀପ, ସମ୍ବଲପୁରର ଅଇଁଠାପାଲୀ, ବରଗଡ଼ର ସୋହେଲା ଓ ଗଂଜାମର ଗିରିଶୋଲାରେ ଥିବା ସମସ୍ତ ଛଅଟି ରିଲାଏନ୍ସ ପେଟ୍ରୋଲ୍ ପମ୍ପ୍ ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍ ଚାଳକମାନଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ବଂଟନ କରାଯାଇଥିଲା।

କୋଭିଡ୍‌-୧୯ ବିରୋଧରେ ଦେଶର ଲଢ଼େଇରେ ସାମିଲ ହୋଇ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପିଏମ୍ କେୟାରସ୍ ଫଣ୍ଡ୍‌କୁ ୫୦୦ କୋଟି ଟଙ୍କା ସମେତ ବିଭିନ୍ନ ରିଲିଫ୍ ଫଣ୍ଡ୍‌କୁ ୫୩୫.୩ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ମୁମ୍ବାଇ ମହାନଗର ନିଗମ ସହଯୋଗରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଭାରତର ପ୍ରଥମ ୧୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ୍ ସ୍ଥାପନ କରାଯାଇଥିଲା. ଯାହା ପରବର୍ତ୍ତୀ ସମୟରେ ଦୁଇଗୁଣାରୁ ଅଧିକ କ୍ଷମତାକୁ ସଂପ୍ରସାରିତ ହୋଇଛି।

କୋଭିଡ୍‌-୧୯ ରିଲିଫ୍‌ର ଅଂଶ ସ୍ୱରୂପ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ିଗୁଡ଼ିକୁ ମାଗଣାରେ ଇନ୍ଧନ ଯୋଗାଇ ଦିଆଯାଇଛି ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ମାସ୍କ ଉତ୍ପାଦନ କ୍ଷମତାକୁ ଦୈନିକ ୧ ଲକ୍ଷ ମାସ୍କ ପର୍ଯ୍ୟନ୍ତ ବୃଦ୍ଧି ସହିତ ଦୈନିକ ହଜାର ହଜାର ପିପିଇ ଉତ୍ପାଦନ କରାଯାଉଛି। ଏହା ବ୍ୟତୀତ କଂପାନିର ଟେଲିକମ୍ ଶାଖା ପକ୍ଷରୁ ପ୍ରାୟ ୪୦ କୋଟି ଲୋକ ଓ ହଜାର ହଜାର ସଂସ୍ଥାଙ୍କୁ ନିରବଚ୍ଛିନ୍ନ ଯୋଗାଯୋଗ ସୁବିଧା ପ୍ରଦାନ କରାଯାଇଥିବା ବେଳେ ରିଲାଏନ୍ସ ରିଟେଲ୍ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ସୁବିଧାରେ ଉପଲବ୍ଧ କରାଯାଇଛି।

migrant workers Reliance Foundation ରିଲାଏନ୍ସ ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.