Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜିଏସ୍‌ଟି କ୍ଷତିପୂରଣ ବାବଦରେ 16 ରାଜ୍ୟ ଓ 3 କେନ୍ଦ୍ର ଶାସିତ ଅଞ୍ଚଳକୁ ଦିଆଯିବ 6 ହଜାର କୋଟି ଟଙ୍କା
ଜାତୀୟ ଖବର

ଜିଏସ୍‌ଟି କ୍ଷତିପୂରଣ ବାବଦରେ 16 ରାଜ୍ୟ ଓ 3 କେନ୍ଦ୍ର ଶାସିତ ଅଞ୍ଚଳକୁ ଦିଆଯିବ 6 ହଜାର କୋଟି ଟଙ୍କା

November 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Central Government releases Rs 6,000 crore as second tranche to 16 states and 3 Union Territories on account of GST compensation under Special Borrowing Window

ନୂଆଦିଲ୍ଲୀ, ଜିଏସ୍‌ଟି କ୍ଷତିପୂରଣ ପାଇଁ ଦ୍ୱିତୀୟ ଦଫାରେ 16ଟି ରାଜ୍ୟ ଓ 3ଟି କେନ୍ଦ୍ର ଶାସିତ ଅଞ୍ଚଳକୁ 6 ହଜାର କୋଟି ଟଙ୍କା ଆଜି ଯୋଗାଇ ଦିଆଯିବ। ଏହାର ସ୍ପେଶାଲ ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏହା ପ୍ରଦାନ କରିବ। ଏହା ଋଣ ଆକାରରେ 4.42 ଶତାଂଶ ସୁଧରେ ଋଣ କରି କେନ୍ଦ୍ର ସରକାର ସଂଗ୍ରହ କରିଛନ୍ତି । ସମାନ ସୁଧ ହାରରେ ଏହି ଅର୍ଥ ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଯୋଗାଇ ଦିଆଯିବ।

ଏହି ସୁଧହାର ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କରୁଥିବା ଋଣର ସୁଧ ହାରଠାରୁ କମ୍‌। ଏହି କମ୍‌ ସୁଧ ଯୋଗୁଁ ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉପକୃତ ହେବେ । ଏ ପର୍ଯ୍ୟନ୍ତ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସ୍ପେଶାଲ ୱିଣ୍ଡୋ ବ୍ୟବସ୍ଥାରେ 12 ହଜାର କୋଟି ଟଙ୍କାର ଋଣ କରି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ସ୍ପେଶାଲ ବରୋଇଂ ୱିଣ୍ଡୋ ଏକ ବ୍ୟବସ୍ଥା ଯେଉଁଠି ରାଜ୍ୟମାନଙ୍କର ଜରୁରୀ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ସରକାର ସ୍ୱଳ୍ପ ସୁଧରେ ଋଣ ସଂଗ୍ରହ କରି ସଂପୃକ୍ତ ପ୍ରଦେଶମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ଯୋଗାଇଥାନ୍ତି।

କରୋନା ମହାମାରୀ ଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟର ଜିଏସ୍‌ଟି ସଂଗ୍ରହ ପରିମାଣ ବିଶେଷ ପ୍ରଭାବିତ ହୋଇଛି। ବ୍ୟବସ୍ଥା ଅନୁସାରେ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ବାବଦ ଅର୍ଥ ଯୋଗାଇବାକୁ ପଡିବ । ସେହି ଆବଶ୍ୟକତା ପୂରଣ ପାଇଁ ଋଣ କରିବା ନିମନ୍ତେ ରାଜ୍ୟମାନଙ୍କୁ କେନ୍ଦ୍ର ପରାମର୍ଶ ଦେଇଥିଲା। ଏ ଯାବତ୍‌ ଦେଶର 21ଟି ରାଜ୍ୟ ଓ 3ଟି କେନ୍ଦ୍ର ଶାସିତ ଅଞ୍ଚଳ ସ୍ପେଶାଲ ୱିଣ୍ଡୋ ଅପ୍‌ସନ-1 ଅନୁସାରେ ଋଣ କରିବାକୁ କେନ୍ଦ୍ରକୁ ସମ୍ମତି ପ୍ରଦାନ କରିଥିଲେ।

ତଦନୁସାରେ ଭାରତ ସରକାର ଏହି ଋଣ ବନ୍ଦୋବସ୍ତ କରି ସଂପୃକ୍ତ ଅର୍ଥକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ କ୍ରମାଗତ ଯୋଗାଇ ଦେଇ ଆସୁଛନ୍ତି । ରାଜ୍ୟମାନଙ୍କର ଜିଏସ୍‌ଟି କ୍ଷତିପୂରଣ ବାବଦ ଅର୍ଥ ଭରଣା କରିବା ପାଇଁ ଏହା ପ୍ରଦାନ କରାଯାଉଛି। ଯେଉଁସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ଋଣ ପ୍ରଦାନ କରାଯାଇଛି ସେଗୁଡିକ ହେଲା- ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ତାମିଲନାଡୁ, ତ୍ରିପୁରା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ଜମ୍ମୁ  ଓ କଶ୍ମୀର ଏବଂ ପୁଡୁଚେରୀ।

 

ଓଡିଶାକୁ ଜିଏସଟି ଜିଏସଟି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୭ ତାରିଖ ଏହି ଚାରୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 7, 2026

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026
Latest News

୯ ମ ବ୍ୟାଚ ଡିଏସପି ପ୍ରୋବେସନରଙ୍କ ଦୀକ୍ଷାନ୍ତ ସମାରୋହ ଯୋଗଦେଲେ ଡିଜିପି

April 7, 2026

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 7, 2026

ଅପ୍ରେଲ ୧୪ ରେ ବାଲୁଗାଁରେ ଅଷ୍ଟଶମ୍ଭୁ ମିଳନ: ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 7, 2026

ଆଜି ଏପ୍ରିଲ ୭ ତାରିଖ ଏହି ଚାରୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 7, 2026

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.