Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚଳିତ ଦୀପାବଳିରେ ହୋଇଛି 72 ହଜାର କୋଟିର ବ୍ୟବସାୟ: ସିଏଆଇଟି
ଆଜିର ଖବର

ଚଳିତ ଦୀପାବଳିରେ ହୋଇଛି 72 ହଜାର କୋଟିର ବ୍ୟବସାୟ: ସିଏଆଇଟି

November 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚଳିତ ଦୀପାବଳିରେ ପ୍ରାୟ 72 ହଜାର କୋଟି ଟଙ୍କାର ବ୍ୟବସାୟ ହୋଇଥିବା ନେଇ ସର୍ବଭାରତୀୟ ବଣିକ ମହାସଂଘ ପକ୍ଷରୁ ପ୍ରକାଶ କରାଯାଇଛି। ପ୍ରାୟ 7 କୋଟି ବ୍ୟବସାୟୀ ଏବଂ 40 ହଜାର ବ୍ୟବସାୟୀ ସଂଘକୁ ନେଇ ଗଠିତ ସିଏଆଇଟି ଏହି ସୂଚନା ପ୍ରଦାନ କରିଛି। 20ଟି ସହରରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଏହି ତଥ୍ୟ ପ୍ରକାଶ ପାଇଛି। ଚଳିତ ବର୍ଷ ହୋଇଥିବା ବ୍ୟବସାୟ ପୂର୍ବବର୍ଷ ଅପେକ୍ଷା 10.8 ପ୍ରତିଶତ ଅଧିକ। ଚୀନ ଉତ୍ପାଦ ବର୍ଜନ ଚଳିତ ବର୍ଷ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଲାଭବାନ ସାବ୍ୟସ୍ତ ହୋଇଛି ବୋଲି ପ୍ରକାଶ ପାଇଛି।

ଚଳିତ ବର୍ଷ ବାଣ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ବାଣ ବେପାରୀ ପ୍ରାୟ 10 ହଜାର କୋଟି ଟଙ୍କା ହରାଇଛନ୍ତି। ତେବେ ଗ୍ରାହକ ମାନେ ଏହା ପରିବର୍ତ୍ତେ ଅନ୍ୟାନ୍ୟ ଉପହାର ଏବଂ ଉତ୍ପାଦ କିଣିଥିଲେ, ଯାହା ଫଳରେ ବାଣ ବ୍ୟବସାୟରେ 10 ହଜାର କୋଟିର କ୍ଷତି ସତ୍ତ୍ୱେ ସମୁଦାୟ ବେପାର ଗତବର୍ଷ ଅପେକ୍ଷା ଅଧିକ ରହିଛି। ମାଟି ଦୀପ ସହିତ ଅନ୍ୟାନ୍ୟ ହସ୍ତନିର୍ମିତ ପଦାର୍ଥର ବିକ୍ରିବଟା ଅଧିକ ହୋଇଥିବା ଜଣାପଡିଛି।

ଏହା ସହିତ ସିଏଆଇଟି ପକ୍ଷରୁ ଏହାର ନିଜସ୍ୱ ଇ କମର୍ସ ପୋର୍ଟାଲ ଆସନ୍ତା ଡିସେମ୍ବର ମାସରେ ଲଞ୍ଚ ହେବାକୁ ଯାଉଛି। ଡିପିଆଇଆଇଟି, ଷ୍ଟାର୍ଟଅପ ଇଣ୍ଡିଆ, ଇନଭେଷ୍ଟ ଇଣ୍ଡିଆ ଏବଂ ଅଭାନା କ୍ୟାପିଟାଲ୍ସର ମିଳିତ ଉଦ୍ୟମରେ ଏହି ଇ କମର୍ସ ପୋର୍ଟାଲ ନିର୍ମିତ ହେବ। ଦେଶରେ ରହିଥିବା ସମସ୍ତ ବିକ୍ରେତାଙ୍କୁ ଅନଲାଇନ ବ୍ୟବସ୍ଥାରେ ସାମିଲ କରିବା ପାଇଁ ଏହି ବ୍ୟବସ୍ଥାର ଆରମ୍ଭ କରାଯାଇଛି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026

ଦେବସ୍ନାନ ପୂର୍ଣ୍ଣିମା ୨୦୨୬: ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 10, 2026

ବାଣପୁରରେ ମିଶ୍ରଣ ପର୍ବ: ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ବହୁ ବିଜେଡ଼ି କାଉନସିଲର

June 10, 2026

NEET ପରୀକ୍ଷାର୍ଥୀଙ୍କ ସହିତ ବସ୍‌ରେ ମାଗଣା ଯାଇପାରିବେ ଅଭିଭାବକ: ଘୋଷଣା କଲେ ଏହି ସରକାର

June 10, 2026
Latest News

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026

ଦେବସ୍ନାନ ପୂର୍ଣ୍ଣିମା ୨୦୨୬: ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 10, 2026

ବିଶ୍ୱ ନେତାମାନଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କଲେ ନରେନ୍ଦ୍ର ମୋଦୀ

June 10, 2026

ବାଣପୁରରେ ମିଶ୍ରଣ ପର୍ବ: ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ବହୁ ବିଜେଡ଼ି କାଉନସିଲର

June 10, 2026

NEET ପରୀକ୍ଷାର୍ଥୀଙ୍କ ସହିତ ବସ୍‌ରେ ମାଗଣା ଯାଇପାରିବେ ଅଭିଭାବକ: ଘୋଷଣା କଲେ ଏହି ସରକାର

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.