Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସହରରେ ସକ୍ରିୟ ଲୁଟେରା: ପୁଣି ଛାତ କଣା କରି ଲୁଟିଲେ ସୁନା ଦୋକାନ
ଅପରାଧ

ସହରରେ ସକ୍ରିୟ ଲୁଟେରା: ପୁଣି ଛାତ କଣା କରି ଲୁଟିଲେ ସୁନା ଦୋକାନ

December 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସେହି ପୁରୁଣା ପ୍ଲାନ, ସେମିତି ଢ଼ଂଗରେ ଆଜି ଆଉ ଗୋଟିଏ ବଡ଼ ସୁନା ଦୋକାନକୁ ଲୁଟ୍ କରିଛନ୍ତି ଲୁଟେରାମାନେ। ଗତ ଅକ୍ଟୋବର ୩୦ ତାରିଖରେ ବଡ଼ବଜାର ବିକାଶ ଜୁଏଲର୍ସର ଲୁଟ୍ ଘଟଣାର କିଛି ଦିନ ବ୍ୟବଧାନ ପରେ ଆଜି ପୁଣି ଲୁଟେରାମାନେ ବଡ଼ବଜାର ଅଂଚଳର କେଶବ ଜୁଏଲର୍ସକୁ ଟାର୍ଗେଟ୍ କରି ଲୁଟ୍ କରିଛନ୍ତି। ଏହି ଘଟଣାରେ ପୋଲିସ୍‌ର ହାତ ଖାଲିଥିବାବେଳେ ଆଜିର ଘଟଣା ବ୍ରହ୍ମପୁର ପୋଲିସ୍‌ର ମୁଣ୍ଡବ୍ୟଥାକୁ ବଢ଼ାଇ ଦେଇଛି।

ଘଟଣାରୁ ପ୍ରକାଶ ଯେ ଆଜି ସକାଳେ ଗଂଜାମ ଜୁଏଲର୍ସ ଏସୋସିଏସନ୍‌ର ସଭାପତି ତଥା କେଶବ ଜୁଏଲର୍ସ ମାଲିକ ପି. ସତ୍ୟନାରାୟଣ ସେନାପତି ତାଙ୍କ ବଡ଼ବଜାରରେ ଥିବା ଦୋକାନ ଖୋଲିବା ବେଳେ ଦୋକାନରୁ ସୁନା ଗହଣା ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ। ଦୋକାନ ମଧ୍ୟରେ ଥିବା ତିନୋଟି କାଉଣ୍ଟରର ଡ଼୍ର ଭଂଗା ଯାଇ ସେଥିରେ ଥିବା ୪୦୦ ଗ୍ରାମ ସୁନା ଅଳଙ୍କାର, ୧ଲକ୍ଷ ୩୦ ହଜାର ନଗଦ ଟଙ୍କା ଲୁଟ୍ ହୋଇଥିଲା। ଲୁଟେରାମାନେ ଗତ ରାତିରେ ଛାତ ଉପରକୁ ଦୋକାନ ମଧ୍ୟକୁ ପ୍ରବେଶ କରି ଏହି ଲୁଟ୍ କରିବାରେ ସଫଳ ହୋଇଛନ୍ତି।

ଖବରପାଇ ବଡ଼ବଜାର ପୋଲିସ୍ ସହ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର, ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ସଂପୂର୍ଣ୍ଣ ରୂପେ ଅନୁସନ୍ଧାନ କରିଥିଲେ। ଦୋକାନରେ ଲାଗିଥିବା ସିସି ଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି ଅତିଶୀଘ୍ର ଲୁଟେରାମାନେ ଧରାପଡ଼ିବେ ବୋଲି ଏସ୍‌ପି କହିଛନ୍ତି। ଦୋକାନା ମାଲିକଙ୍କ ଶ୍ରୀ ସେନାପତିଙ୍କ ଅଭିଯୋଗରେ ବଡ଼ବଜାର ଥାନା କେସ ନଂ ୨୫୯/୨୦୨୦ରେ ମାମଲା ରୁଜୁ ହୋଇ ଘଟଣାର ଅନୁସନ୍ଧାନ ଜାରି ରହିଛି।

ଲୁଟେରାମାନେ ବାରମ୍ବାର ସହରର ସୁନା ଦୋକାନକୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ କରୁଥିବାରୁ ସୁନା ବ୍ୟବସାୟୀମାନେ ବର୍ତ୍ତମାନ ଭୟଭୀତ ହୋଇପଡ଼ିଛନ୍ତି। କିଛିଦିନ ତଳେ ବ୍ରହ୍ମପୁର ସହରର ବିଭିନ୍ନ ଥାନା ଅଂଚଳରୁ ଲୁଟ୍ କରୁଥିବା ଲୁଟେରାଙ୍କୁ ପୋଲିସ୍ ଧରିବା ପରେ ମଧ୍ୟ ବିକାଶ ଜୁଏଲର୍ସ ଘଟଣାର ପର୍ଦ୍ଦାଫାସ ହୋଇପାରିନଥିଲା। ତେବେ ଏତେ ସୁରକ୍ଷିତ ଥିବା କେଶବ ଜୁଏଲର୍ସରୁ ଚୋରମାନେ କିଭଳି ଲୁଟ୍ କଲେ ତାହା ଆଶ୍ଚର୍ଯ୍ୟଚକିତ କରିଛି। ଦୋକାନର ଉପର ମହଲାରେ ଥିବା ଏକ ୯ ଇଞ୍ଚର ଭେଣ୍ଟିଲେସନ୍‌ରେ ଦିଆଯାଇଥିବା ୨୦ ଏମ୍‌ଏମ୍ ଲୁହାରଡ଼୍‌କୁ କାଟି ଅଳ୍ପ ଜାଗାରେ ସେମାନେ ଭିତରେ ପଶି ଏହି ଲୁଟ୍ କରିଥିଲେ। ସିସି ଟିଭି ଫୁଟେଜ୍‌କୁ ମଧ୍ୟ କିଛି ପରିମାଣରେ ନଷ୍ଟ ସେମାନେ କରିଛନ୍ତି। ଲକ୍‌ରରେ ଥିବା ସୁନାକୁ ସେମାନେ ଲୁୁଟ୍ କରିପାରିନାହାନ୍ତି।

ତେବେ ଏହି ଲୁଟ୍ ଘଟଣାରେ କିଛି ପରିଚିତ ଲୋକ ସାମିଲ୍ ଥିବା ପୋଲିସ୍ ଅନୁମାନ କରୁଛି। କାରଣ ଯେଉଁ ଢ଼ଂଗରେ ଲୁଟ୍ ହୋଇଛି ଏହାର ଏକ ବ୍ଲିୁ ପ୍ରିଣ୍ଟ ପୂର୍ବରୁ ନିଶ୍ଚୟ ପ୍ରସ୍ତୁତ କରାଯାଇଥିବ। ତେବେ କେତେ ଦିନ ମଧ୍ୟରେ ପୋଲିସ୍ ଏହି ଘଟଣାର ପର୍ଦ୍ଦାଫାସ କରୁଛି ଦେଖିବାକୁ ବାକି ରହିଲା।

ବ୍ରହ୍ମପୁର ଲୁଟେରା ସୁନା ଦୋକାନ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 13, 2026

ଦୁଇ ବାଇକ୍ ଧକ୍କା: ଦୁଇ ମୃତ

April 13, 2026

ହାଇୱା-ବସ୍ ଧକ୍କା, ଜଣେ ମୃତ, ୧୬ ଆହତ

April 13, 2026

ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲେ ଉପମୁଖ୍ୟମନ୍ତ୍ରୀ

April 13, 2026
Latest News

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 13, 2026

୨୧୯ ଏଲ୍‍ପିଜି ବିତରକଙ୍କ ଉପରେ ଜରିମାନା, ୫୬ ବିତରକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

April 13, 2026

ଦୁଇ ବାଇକ୍ ଧକ୍କା: ଦୁଇ ମୃତ

April 13, 2026

ପିଏମ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅଧୀନରେ ପରିବର୍ତ୍ତନଶୀଳ ସମ୍ପ୍ରସାରଣ କରୁଛି ଭାରତୀୟ ରେଳବାଇ

April 13, 2026

ହାଇୱା-ବସ୍ ଧକ୍କା, ଜଣେ ମୃତ, ୧୬ ଆହତ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.