Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଲୁଟେରାଙ୍କ କବଳରେ ଚିଲିକା: ପୁଣି ବନ୍ଧୁକ ମୁନରେ ବାଣପୁର-ବାଲୁଗାଁ ବାଇପାସରୁ ପାଞ୍ଚ ଲକ୍ଷ ଲୁଟ
ଅପରାଧ

ଲୁଟେରାଙ୍କ କବଳରେ ଚିଲିକା: ପୁଣି ବନ୍ଧୁକ ମୁନରେ ବାଣପୁର-ବାଲୁଗାଁ ବାଇପାସରୁ ପାଞ୍ଚ ଲକ୍ଷ ଲୁଟ

January 16, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ବିଗତ କିଛି ମାସ ହେବ ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳରେ ଲୁଟପାଟ ବଢ଼ିବାରେ ଲାଗିଛି ସ୍ଥାନୀୟ ପୋଲିସ ଏଥିରେ ବ୍ରେକ ଲଗେଇବାକୁ ସକ୍ଷମ ହୋଇପାରୁନାହିଁ। ଗତ ତିନି ଦିନ ତଳେ ବାଲୁଗାଁ ବଜାର ବିଭିନ୍ନ ସୋ ରୁମରୁ ଚୋରି ହୋଇଥିବାବେଳେ ଗତକାଲି ବାଣପୁର-ବାଲୁଗାଁ ବାଇପାସରୁ ଆଉ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଏ ନେଇ ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ଟାଙ୍ଗୀ ଅଞ୍ଚଳର ଟୁବୁଲା ମହାପାତ୍ରଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ମହାପାତ୍ର ଏବଂ ଉମାକାନ୍ତ ସିଂହ ନାଚୁଣୀ ନିକଟରେ ପୂର୍ବରୁ ଏକ ଜାଗା କିଣିଥିଲେ। ହେଲେ ଗତକାଲି ସେହି ଜାଗାକୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିକିବା ଉଦ୍ଦେଶ୍ୟରେ ଦୁହେଁ ବାଣପୁର ସବ ରେଜିଷ୍ଟର କାର୍ଯ୍ୟାଳୟକୁ ଯାଇଥିଲେ। ଦୁହେଁ ସମସ୍ତ କାଗଜପତ୍ର କାମ ଶେଷକରି କ୍ରେତାଙ୍କଠାରୁ ଜାଗା ବବାଦକୁ ପାଞ୍ଚ ଲକ୍ଷ ଟଙ୍କା ଆଣିଥିଲେ। ଅପରାହ୍ନ ୫ ଘଟିକା ସମୟରେ ଟଙ୍କା ନେଇ ଉଭୟେ ଏକ କାର ଯୋଗେ ଖାଇବା ପାଇଁ ଚିଲିକା ଢ଼ାବାକୁ ଯାଉଥିଲେ। ହେଲେ ସେମାନଙ୍କୁ  ଢାବାର ଅନତିଦୂରରେ ଥିବା ୧୬ ନମ୍ବର ଜାତୀୟ ରାଜପଥ ସରନଈ ବ୍ରିଜ ନିକଟରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କ କାରକୁ ଅଟକାଇଥିଲେ। ଏବଂ ସନ୍ଧ୍ୟାରାଣୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଦେବାପାଇଁ ଧମକ ଦେଇଥିଲେ।  ଭୟଭୀତ ହୋଇ ସନ୍ଧ୍ୟାରାଣୀ ୫ ଲକ୍ଷ ଟଙ୍କା ଦୁର୍ବୃତ୍ତଙ୍କୁ ଦେଇଦେବା ପରେ ଲୁଟେରା ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ।

ତେବେ ଉମାକାନ୍ତ ଏ ନେଇ ବାଣପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ଘଟଣାସ୍ଥଳରେ ବାଲୁଗାଁ ଏସ.ଡ଼ି.ପି.ଓ ମାନସ ରଞ୍ଜନ ବାରିକ, ବାଣପୁର ଆଇ ଆଇ ସି ସଞ୍ଜୟ ପଟ୍ଟନାୟକ, ବାଲୁଗାଁ ଆଇ ଆଇ ସି ରମାକାନ୍ତ ମାହାଲିକ, ବାଣପୁର ଏସ. ଆଇ ରାଜକିଶୋର ବେହେରା, ପ୍ରସନ୍ନ ଜେନା ଆଦି ବିଳମ୍ବିତ ରାତ୍ରି ଯାଏଁ ତଦନ୍ତ କରିଥିଲେ।  ହେଲେ ଏପର୍ଯ୍ୟନ୍ତ ଲୁଟେରାଙ୍କ ପତା ମିଳିପାରିନାହିଁ। ବାଣପୁର ପୋଲିସ ଏ ସଂକ୍ରାନ୍ତରେ କେସ ନମ୍ବର ୨୦/୨୧ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଚିଲିକାବାସୀ ବାଣପୁର-ବାଲୁଗାଁ ବାଇପାସ ଲୁଟେରା
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026
Latest News

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.