Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଭିଜିଲାନସ ଜାଲରେ ବ୍ଲକ୍ ଜେ.ଇ.: ୨ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ସଂପତ୍ତି ସହ ମିଳିଲା ନଗଦ ୬୦ ଲକ୍ଷ ଟଙ୍କା
ଅପରାଧ

ଭିଜିଲାନସ ଜାଲରେ ବ୍ଲକ୍ ଜେ.ଇ.: ୨ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ସଂପତ୍ତି ସହ ମିଳିଲା ନଗଦ ୬୦ ଲକ୍ଷ ଟଙ୍କା

March 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକାଲି ବ୍ରହ୍ମପୁର ଭିଜିଲାସ ଏସ୍‌ପି ଭାବେ ଶାନ୍ତୁନୁ ପାଢ଼ୀ ଦାୟିତ୍ୱ ନେବା ପରେ ପରେ ହିଁ ଦୁର୍ନୀତି ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି। ଶ୍ରୀ ପାଢ଼ୀ ଦାୟିତ୍ୱ ନେବାପରେ ଦୁର୍ନୀତିଖୋର୍ ଅଫିସରଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି।

ଆଜି ବ୍ରହ୍ମପୁର ଭିଜିଲାନସ କାର୍ଯ୍ୟାଳୟ ପକ୍ଷରୁ ସ୍ପେଶାଲ ୱାରେଣ୍ଟ ବଳରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ୍ ଜେ.ଇ. କେ. ନାଗେଶ୍ୱର ସେନାପତିଙ୍କ ଘର ଏବଂ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି। ସକାଳୁ ସକାଳୁ ଅଫିସରମାନେ ପାରଳାଖେମୁଣ୍ଡି ଜଗନ୍ନାଥ ବିହାରରେ ଥିବା ଦୁଇମହଲା କୋଠା, ମିନିଗାମ୍ ମୌଜାରେ ଥିବା ଫ୍ଲା ଆସ୍ ଇଟା ତିଆରି କାରଖାନା, ବ୍ରହ୍ମପୁର ସିଦ୍ଧି ବିନାୟକ ମନ୍ଦିର ଗୋଲଡ଼େନ୍ ଟାୱାରରେ ରହୁଥିବା ସଳାଙ୍କ ଘର, ଶେରଗଡ କୁଲାଡ଼ ଗ୍ରାମର ପୈତୃକ ଘର, ରାୟଗଡ଼ା ବ୍ଲକ୍ ଅଫିସ୍ କାର୍ଯ୍ୟାଳୟ, ରାୟଗଡ଼ାରେ ଥିବା ଅଫିସ୍ କ୍ୱାଟରେ ଚଢ଼ାଉ ହୋଇଥିଲା।

ଚଢ଼ାଉ ପରେ ତାଙ୍କ ନିକଟରେ ଦୁଇକୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ସ୍ଥାବର ଅସ୍ଥାବର ସଂପତ୍ତି ଥିବା ଭିଜିଲାନସ ବିଭାଗ ଆକଳନ କରିଛି। ପାରଳାଖେମୁଣ୍ଡିରେ ଥିବା ଘରର ମୂଲ୍ୟ ୩୬ ଲକ୍ଷ ୪୬ହଜାର ୫୭୬ ଟଙ୍କା, ଫ୍ଲା ଆସ୍ ଇଟା କାରଖାନାର ମୂଲ୍ୟ ୨୧ ଲକ୍ଷ ୯୨ହଜାର ୧୬୪ ଟଙ୍କା, ବିଭିନ୍ନ ସ୍ଥାନରେ ଥିବା ୭ଟି ପ୍ଲଟ୍ ଯାହର ମୂଲ୍ୟ ୭ ଲକ୍ଷ ୫୫ହଜାର ୫୦୫ ଟଙ୍କା, ଅନ୍ୟମାନଙ୍କ ନାମରେ ଥିବା ୨ଟି ପ୍ଲଟ୍ ଯାହାର ମୂଲ୍ୟ ୨୯ହଜାର, ଖୋର୍ଦ୍ଧାରେ ଥିବା ଏକ ପ୍ଲଟ୍ ଯାହାର ମୂଲ୍ୟ ୧୬୯୫୫ ଟଙ୍କାର ସଂପତ୍ତି ସହ ଘରକରଣା ସାମନା ଯାହାର ମୂଲ୍ୟ ୪ଲକ୍ଷ ୬୯ହଜାର ୪୫୯ଟଙ୍କା, ନଗଦ ୬୦ଲକ୍ଷ ୯୦ହଜାର ୬୪୦ ଟଙ୍କା, ୟାମା ଫେସିନୋ ଗାଡ଼ି, ସୁଇଫଟ ଡ଼ିଜାଇର କାର୍‌, ପେସନ ପ୍ରୋ ମୋଟର ସାଇକେଲ୍‌ର ମୂଲ୍ୟ ୧୦ ଲକ୍ଷ ୩୨ହଜାର ଟଙ୍କା, ବିଭିନ୍ନ ବ୍ୟାଙ୍କରେ ଡ଼ିପୋଜିଟ୍ ଥିବା ୬୬ଲକ୍ଷ ୮୯ହଜାର ୨୭୧ ଟଙ୍କା, ୪ଲକ୍ଷ ୩ହଜାର ୯୦ ଟଙ୍କାର ସୁନା ଅଳଙ୍କାର, ୨୫ହଜାର ୩୦ ଟଙ୍କା ରୂପା ଅଳଙ୍କାର ଆଦି ଠାବ ହୋଇଛି। ସମୁଦାୟ ସଂପତ୍ତିର ପରିମାର ୨ କୋଟି ୧୩ ଲକ୍ଷ ୪୯ହଜାର ୭୨୩ ଟଙ୍କା ଠାବ କରାଯାଇଛି।

ଶ୍ରୀ ସେନାପତି ୧୯୯୭ରେ ଚାକିରିରେ ଯୋଗ ଦେଇଥିବାବେଳେ ବର୍ତ୍ତମାନ ରାୟଗଡ଼ା ବ୍ଲକ୍‌ର ଜୁନିୟର ଇଂଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି। ଘଟଣାର ଅଧିକ ଅନୁସନ୍ଧାନ କରାଯାଉଥିବା ସହ ଗତକାଲି ସମୁଦାୟ ସଂପତ୍ତିର ପରିମାଣ ହିସାବ କରି ସଠିକ୍ ଆକଳନ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର, ୧.୦୭ ଲକ୍ଷ ଲୋକ ସ୍ଥାନାନ୍ତର

August 17, 2026

ଲୁଟ୍‌ ମାମଲାରେ ଅଭିଯୁକ୍ତ ଥାନାରୁ ଫେରାର, ASI ଓ କନେଷ୍ଟବଳ ନିଲମ୍ବିତ

August 17, 2026

ପ୍ରଶ୍ନପତ୍ର ତ୍ରୁଟି ପରେ NTAର ବଡ଼ ନିଷ୍ପତ୍ତି, ହେବ ପୁନଃ ପରୀକ୍ଷା

August 16, 2026

Odisha Flood Alert: ୪ ଜିଲ୍ଲାରେ ସ୍କୁଲ ବନ୍ଦ, ଉତ୍କଳ ବିଶ୍ବବିଦ୍ୟାଳୟ ପରୀକ୍ଷା ବାତିଲ

August 16, 2026
Latest News

ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର, ୧.୦୭ ଲକ୍ଷ ଲୋକ ସ୍ଥାନାନ୍ତର

August 17, 2026

ଲୁଟ୍‌ ମାମଲାରେ ଅଭିଯୁକ୍ତ ଥାନାରୁ ଫେରାର, ASI ଓ କନେଷ୍ଟବଳ ନିଲମ୍ବିତ

August 17, 2026

ପ୍ରଶ୍ନପତ୍ର ତ୍ରୁଟି ପରେ NTAର ବଡ଼ ନିଷ୍ପତ୍ତି, ହେବ ପୁନଃ ପରୀକ୍ଷା

August 16, 2026

Odisha Flood Alert: ୪ ଜିଲ୍ଲାରେ ସ୍କୁଲ ବନ୍ଦ, ଉତ୍କଳ ବିଶ୍ବବିଦ୍ୟାଳୟ ପରୀକ୍ଷା ବାତିଲ

August 16, 2026

୧୫ ଲକ୍ଷ ଲାଞ୍ଚ ନେଉଥିବା ବେଳେ ନିର୍ଦ୍ଦେଶକଙ୍କ ପୁଅଙ୍କ ସମେତ ରେଳ ଇଞ୍ଜିନିୟର ଗିରଫ

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.