Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସ୍ବାମୀର ଅମାନୁଷିକ ଅତ୍ୟାଚାର: ଚୁଲି ଖେଂଚା ରଡ୍ ଦ୍ଵାରା ଗୁପ୍ତାଙ୍ଗକୁ ଆକ୍ରମଣ, ସ୍ତ୍ରୀ ମୁର୍ମୂଷ ଅବସ୍ଥାରେ ଉଦ୍ଧାର
ଅପରାଧ

ସ୍ବାମୀର ଅମାନୁଷିକ ଅତ୍ୟାଚାର: ଚୁଲି ଖେଂଚା ରଡ୍ ଦ୍ଵାରା ଗୁପ୍ତାଙ୍ଗକୁ ଆକ୍ରମଣ, ସ୍ତ୍ରୀ ମୁର୍ମୂଷ ଅବସ୍ଥାରେ ଉଦ୍ଧାର

March 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ଯୋଉ ସ୍ତ୍ରୀର ହାତଧରି ଦିନେ ବାହାହୋଇ ସାତ ଜନମ ପାଇଁ ନିଜର କରି ନେଇଥିଲା। ଆଜି ତା ପ୍ରତି ଛାତି ଥରେଇ ଦେଲା ଭଳି ଅମାନୁଷିକ ଅତ୍ୟାଚାର କରିଛି ନୃଶଂସ ସ୍ୱାମୀ। ଚୁଲି ମୁଣ୍ଡାରେ ରୋଷେଇ କରୁଥିବା ବେଳେ ଚୁଲି ଖେଂଚା ରଡ୍ କୁ ପରିସ୍ରା ଦ୍ୱାରରେ ପୁରେଇ ଦେଇଥିଲା ନିଶାସକ୍ତ ନୃଶଂସ ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏରସମା ଥାନା ଅନ୍ତର୍ଗତ ଆମ୍ବିକି ପଞ୍ଚାୟତର କିଆଦା ଗ୍ରାମରେ।

ଅଭିଯୋଗ ଅନୁଯାୟୀ କିଆଦା ଗ୍ରାମ ଦଳିତ ସାହିର ଧୋବି ସାମଲଙ୍କର ଦୁଇ ପୁଅ ଓ ଦୁଇ ଝିଅ ମଧ୍ୟରୁ ଶ୍ରୀମତୀ ହେଉଛି ସାନଝିଅ। ଦିର୍ଘ ୨୫ବର୍ଷ ପୂର୍ବେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଧିନସ୍ଥ ଖୁରୁଷିଆ ପାଟଳିପଂକ ପଞ୍ଚାୟତ ସ୍ଥିତ କୋରଟପଙ୍ଗା ଗ୍ରାମର ଟୁକୁନା ଜେନା ସହିତ ଶ୍ରୀମତୀର ବିବାହ ହୋଇଥିଲା। ବିବାହ ପରେ ଅଧିକାଂଶ ସମୟରେ ନିଶାସକ୍ତ ଅବସ୍ଥାରେ ରହୁଥିବା ସ୍ୱାମୀ ଶ୍ରୀମତୀକୁ ବାରମ୍ବାର ମାରଧର କରି ଶାରୀରିକ ନିର୍ଯାତନା ଦେଇ ଆସୁଥିଲା। ଏମିତିକି ସ୍ୱାମୀର ମାଡଗାଳି ସହି ନପାରି ଶ୍ରୀମତୀ ଅନେକ ଥର ବାପ ଘରକୁ ଚାଲି ଆସୁଥିଲା ବୋଲି ପଡିଶା ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି।

ଶାଶୂଘରେ ଥିବାବେଳେ ଦିନେ ଶ୍ରୀମତୀ ଚୁଲି ମୁଣ୍ଡାରେ ରୋଷେଇ କରୁଥିବା ବେଳେ ନିଶାସକ୍ତ ସ୍ୱାମୀ ପାଖରେ ପହଞ୍ଚି ଗାଳିଗୁଲଜ କରିବା ସହିତ ଅତି ନୃଶଂସ ଭାବରେ ପାଖରେ ପଡିଥିବା ଚୁଲି ଖେଂଚା ରଡ୍ କୁ ପରିସ୍ରା ଦ୍ୱାରରେ ପୁରେଇ ଦେଇଥିଲା ବୋଲି କୋହଭରା ଧିର କଣ୍ଠରେ ଥରିଥରି ପ୍ରକାଶ କରିଛି ଶ୍ରୀମତୀ। ପରେ ରକ୍ତସ୍ରାବ ବନ୍ଦ ନହେବାରୁ ଶ୍ରୀମତୀକୁ ବାପଘରେ ଛାଡିଦେଇ ଖସି ପଳାଇ ଯାଇଥିଲା ନୃଶଂସ ସ୍ୱାମୀ। ବାପଘର ଲୋକେ ଘଟଣା ସମ୍ପର୍କରେ ଜାଣିବାକୁ ଚାହିଁଥିଲେ ମଧ୍ୟ ଲୋକଲଜ୍ୟା ଭୟରେ ଘଟଣା ସମ୍ପର୍କରେ ଶ୍ରୀମତୀ କିଛି କହିନଥିଲା।

ବାପଘରର ଚଳିବା ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ ଥିଲା। ଏମିତିକି ପେଟପାଇଁ ଦିନକୁ ଦୁଇମୁଠା ଦାନା ଯୋଗାଡ କରିବା କଷ୍ଟକର ହୋଇପଡୁଥିବା ବେଳେ ଶ୍ରୀମତୀକୁ ଭଲ ଡାକ୍ତରଖାନାରେ ନେଇ ଚିକିତ୍ସା କରେଇବା ତାଙ୍କପାଇଁ ସମ୍ଭବପର ନଥିଲା। ଘଟଣାକୁ ଦିର୍ଘ ପାଞ୍ଚମାସ ବିତି ଯାଇଥିଲେ ମଧ୍ୟ ବ୍ଲିଡିଙ୍ଗ୍ ବନ୍ଦ ହେଉ ନଥିବାରୁ ଶ୍ରୀମତୀ ମରଣ ଯନ୍ତ୍ରଣାରେ ଛଟପଟ ହେଉଥିଲା।

ଖବରପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ଆନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ଇଂ ଗଗନ ବିହାରୀ ପୃଷ୍ଟି, ରାଜ୍ୟ ସହସମ୍ପାଦକ ଅଶିତ୍ ରଞ୍ଜନ ରାଉତରାୟ, ସଦସ୍ୟ ଜନ୍ ରାଉତ ଓ ନିବାସ ଚନ୍ଦ୍ର ଫନ୍ଦକାର। ଏକ ଭଙ୍ଗା ଚାଳିଆ ସମ୍ମୁଖରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡି ରହିଥିବା ଶ୍ରୀମତୀର ଏପରି ଶୋଚନୀୟ ଅବସ୍ଥା ଦେଖି ମାନବାଧିକାର କର୍ମୀମାନେ ଚକିତ ହୋଇଯିବା ସହ ଯଥାଶୀଘ୍ର ଆମ୍ବୁଲାନ୍ସ ଡକାଇ ଏରସମା ପୋଲିସ୍ ଉପସ୍ଥିତିରେ ଶ୍ରୀମତୀକୁ ଚିକିତ୍ସା ନିମନ୍ତେ ଏରସମା ମେଡିକାଲକୁ ନିଆଯାଇଥିଲା।

ଅବସ୍ଥା ଶୋଚନୀୟ ଥିବାରୁ ଶ୍ରୀମତୀକୁ ଏରସମା ମେଡିକାଲରୁ ଜଗତସିଂହପୁର ମେଡିକାଲ ଓ ସେହିଦିନ ବିଳମ୍ବିତ ରାତ୍ରିରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ଶ୍ରୀମତୀ ଏବେ କଟକ ବଡ ମେଡିକାଲର କ୍ୟାନସର ୱାର୍ଡରେ ଚିକିତ୍ସିତ ହେଉଛନ୍ତି।

ଶ୍ରୀମତୀର ବାପଘର ପକ୍ଷରୁ ମାନବାଧିକାର କର୍ମୀଙ୍କ ସହଯୋଗରେ ଅମାନୁଷିକ ଭାବେ ଏଭଳି ନୃଶଂସ କାଣ୍ଡ ଘଟାଇଥିବା ସ୍ୱାମୀ ନାଁରେ ଏରସମା ଥାନାରେ ଅଭିଯୋଗ କରାଯାଇଥିବା ବେଳେ ଶ୍ରୀମତୀକୁ ଏପରି ଅବସ୍ଥାରେ ଉଦ୍ଧାର କରି କଟକ କର୍କଟ ବିଭାଗରେ ଚିକିତ୍ସା ପର୍ଯ୍ୟନ୍ତ ସାଥିରେ ରହି ସହଯୋଗ କରିଥିବା ମାନବାଧିକାର କର୍ମୀଙ୍କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ଏହା ସହିତ ଆଇନ ଅନୁଯାୟୀ ସ୍ୱାମୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

କୋରାପୁଟରେ ବୈଷୟିକ ଶିକ୍ଷାର ନୂଆ ଅଧ୍ୟାୟ: ମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ଏମଓୟୁ ସ୍ବାକ୍ଷରିତ

August 17, 2026

“ମୋତେ ବିଜେପିରୁ ଅଫର ମିଳିଥିଲା”: ଶତ୍ରୁଘ୍ନ ସିହ୍ନାଙ୍କ ବଡ଼ ଦାବି

August 17, 2026

ଆଜି ସାତୋଟି ରାଶି ପାଇଁ ରହିଛି ପ୍ରବଳ ଧନ ଯୋଗ: ଜାଣନ୍ତୁ ଅଗଷ୍ଟ ୧୭ ରାଶିଫଳ

August 17, 2026

ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର, ୧.୦୭ ଲକ୍ଷ ଲୋକ ସ୍ଥାନାନ୍ତର

August 17, 2026
Latest News

କୋରାପୁଟରେ ବୈଷୟିକ ଶିକ୍ଷାର ନୂଆ ଅଧ୍ୟାୟ: ମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ଏମଓୟୁ ସ୍ବାକ୍ଷରିତ

August 17, 2026

“ମୋତେ ବିଜେପିରୁ ଅଫର ମିଳିଥିଲା”: ଶତ୍ରୁଘ୍ନ ସିହ୍ନାଙ୍କ ବଡ଼ ଦାବି

August 17, 2026

ପାନୀୟ ଜଳ ଯୋଗାଣ ଲାଗି ରେଳବାଇର ତତ୍କାଳ ପଦକ୍ଷେପ

August 17, 2026

ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ୨୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଗୃହମନ୍ତ୍ରୀ

August 17, 2026

ଆଜି ସାତୋଟି ରାଶି ପାଇଁ ରହିଛି ପ୍ରବଳ ଧନ ଯୋଗ: ଜାଣନ୍ତୁ ଅଗଷ୍ଟ ୧୭ ରାଶିଫଳ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.