ବାଣପୁର ତାରିଣୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଶ୍ରଦ୍ଧାଳୁଙ୍କୁ ମରଣାନ୍ତକ ଆକ୍ରମଣ ଓ ଲୁଟ୍

Published: Apr 2, 2021, 10:41 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାନସିରେଇପୁର ବିଟ ହାଉସ ନିକଟରେ ଜଣେ ବ୍ୟକ୍ତିଙ୍କୁ ଲୁଟ ଓ ଆକ୍ରମଣର ଶିକାର ହୋଇଥିବା ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ଆଜି ସଂଧ୍ୟା ପାଖାପାଖି ୭ ଘଟିକା ସମୟରେ ତୁମୁରାପୁଟ ଶାସନ ନିବାସୀ ସୁବ୍ରତ କୁମାର ପଣ୍ଡା(୪୫) ଏକ ବାଇକ ଯୋଗେ ଅରାଙ୍ଗ ନିକଟସ୍ଥ ମା ତାରିଣୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ। ତେବେ ଉକ୍ତ ସମୟରେ ସାନ ସିରେଇପୁର ବିଟ ନିକଟରେ ତିନି ଜଣ ଦୁର୍ବୁତ୍ତ ଏକ ନୀଳ ରଙ୍ଗର ସ୍କୁଟିରେ ଆସି ସୁବ୍ରତଙ୍କୁ ମାରଣାସ୍ତ୍ରରେ ଅତର୍କିତ ଭାବେ ଆକ୍ରମଣ କରଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ନିକଟରୁ ଚାରି ହଜାର ଟଙ୍କା ଓ ଏକ ମୋବାଇଲ ଲୁଟିନେଇ ଫେରାର ହୋଇଯାଇଥିଲେ।

ସେହି ସମୟରେ ସମ୍ପୃକ୍ତ ବାଟ ଦେଇ ଗାଡ଼ିରେ ଯାଉଥିବା କିଛି ବ୍ୟକ୍ତି ସୁବ୍ରତଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସୁବ୍ରତଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ସେ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପାଇଁ ଉଦ୍ୟତ ହେଉଥିବାର ସୂଚନା ମିଳିଛି।

Related posts