Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଜୁନାଗଡ କାଂଚନ ଜୁଏଲେରୀ ସୁନା ଗହଣା ଲୁଟେରା ଗିରଫ, ତଦନ୍ତ ଜାରୀ
ଅପରାଧ

ଜୁନାଗଡ କାଂଚନ ଜୁଏଲେରୀ ସୁନା ଗହଣା ଲୁଟେରା ଗିରଫ, ତଦନ୍ତ ଜାରୀ

May 8, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଜୁନାଗଡ ସହରସ୍ଥିତ କଲମପୁର ଛକ ନିକଟରେଥିବା ସୁନାଗହଣା ଲୁଟ ଘଟଣାରେ ସଂପୃକ୍ତ ଲୁଟେରା ଗ୍ରୁପ ମଧ୍ୟରୁ ଜଣକୁ ଜୁନାଗଡ ଥାନା ପୋଲିସ ଗିରଫ କରିଥିବା ଥାନା ଅଧିକାରୀ ଉତମ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ।

ଘଟଣାରୁ ପ୍ରକାଶ ଯେ, ଗତ ୧୦.୦୩.୨୦୨୧ ସକାଳୁ କଲମପୁର ଛକ ନିକଟସ୍ଥ କାଂଚନ ଜୁଏଲଏରୀ ଦୋକାନ ମାଲିକ ରଂଜନ କୁମାର ସାହୁ ସବୁଦିନପରି ଏକ ବେଗରେ ୨୫୦ ଗ୍ରାମ ସୁନା ଓ ୩ କି.ଗ୍ରା. ରୂପା ଗହଣା ରଖି ଦୋକାନ ସଟର ଖୋଲିବା ସମୟରେ ଅଜ୍ଞାତ ଚୋର ହଠାତ ଆସି ଉକ୍ତ ବେଗ ସହ ଗହଣା ଉଠାଇ ନେଇ ଚମ୍ପଟ ମାରିଥିଲେ। ଏ ସଂପର୍କରେ ରଂଜନଙ୍କ ଏତାଲ ଭିତିରେ ଜୁନାଗଡ ଥାନା କେଶ ନଂ. ୬୮/୨୦୨୧ ଆଇପିସି ୩୭୯/୩୪ ଧାରାରେ ଏକ କେଶ ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିଲା । ନୋକଟସ୍ଥ ଦୋକାନ ଗୁଡିକର ସିସିଟିଭି ଫୁଟେଜ ଓ ପ୍ରତ୍ୟକ୍ଷଦର୍ଶୀ ବୟାନ ଆଧାରରେ ଜୁନାଗଡ ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିଲା।

ଉକ୍ତ କେଶରେ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଗଂଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ପାକେଲାପଲି ଗ୍ରାମର ଦାଶ ସୁରେଶ (୩୫) ପିତା- ଦାଶ ମାଧବ କୁ ଗିରଫ କରାଯାଇ ୭୨ ଗ୍ରାମ ସୁନା ଗହଣା ଓ ୮୦୦ ଗ୍ରାମ ରୂପା ଗହଣା ଜବତ କରାଯାଇଥିବା ଥାନାଧିକାରୀଙ୍କ ସୂତ୍ରରୁ ପ୍ରକାଶ। କଳାହାଣ୍ଡି ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଥାନାଧିକାରୀ ଉତମ କୁମାର ସାହୁଙ୍କ ତତ୍ୱାବଧାନରେ ଏସଆଇ କୃଷ୍ନ ଚନ୍ଦ୍ର ସ୍ୱାଇଁ ଘଟଣାର ତଦନ୍ତ କରୁଥିବା ପ୍ରକାଶ। ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଅଧିକ ତଦନ୍ତ ଜାରିରହିଥିବା ଗଣମାଧ୍ୟମକୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଜୁନାଗଡ ଲୁଟେରା ଗିରଫ ସୁନା ଗହଣା
Share. Facebook Twitter LinkedIn Email WhatsApp Copy Link

Related Posts

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମନ୍ୱୟ ବୈଠକ

March 21, 2026

‘‘ବିକାଶ ଓ ଭାରତୀୟ ଜ୍ଞାନପ୍ରଣାଳୀ ଉପରେ ପୁନର୍ବିଚାର: ଏକ ସମାଜ ଶାସ୍ତ୍ରୀୟ ପ୍ରତିଫଳନ’’ ଶୀର୍ଷକ ଅର୍ନ୍ତଜାତୀୟ ସମ୍ମିଳନୀ

March 21, 2026

ଆଜି ମାର୍ଚ୍ଚ ୨୧ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 21, 2026

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026
Latest News

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମନ୍ୱୟ ବୈଠକ

March 21, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 21, 2026

କୃଷି କ୍ଷେତ୍ରର ସମୀକ୍ଷା: ଫସଲ କ୍ଷତି ଓ ବୀମା ଦାବି ଉପରେ ଶିବରାଜ ସିଂହ ଚୌହାନଙ୍କ ଗୁରୁତ୍ୱ

March 21, 2026

‘‘ବିକାଶ ଓ ଭାରତୀୟ ଜ୍ଞାନପ୍ରଣାଳୀ ଉପରେ ପୁନର୍ବିଚାର: ଏକ ସମାଜ ଶାସ୍ତ୍ରୀୟ ପ୍ରତିଫଳନ’’ ଶୀର୍ଷକ ଅର୍ନ୍ତଜାତୀୟ ସମ୍ମିଳନୀ

March 21, 2026

ଆଜି ମାର୍ଚ୍ଚ ୨୧ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.