ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ଚାରମାଳ ପୋଲିସ୍

Published: Jun 12, 2021, 8:39 pm IST

କନ୍ଦର୍ପ ବେହେରା

ରେଢାଖୋଲ: ଚାରମାଳ ଥାନା ଖୁବେଲ ଗ୍ରାମର ଜନୈକ ଯୁବକଙ୍କ ମୃତଦେହ ଜଙ୍ଗଲ ମଧ୍ୟରୁ ଉଦ୍ଧାର କରିଛି ଚାରମାଳ ପୋଲିସ୍।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଚାରମାଳ ଥାନା ଖୁବେଲ ଗ୍ରାମର ଘନଶ୍ୟାମ ମାଝୀ ନାମକ ଯୁବକ ଗତକାଲି ସକାଳେ ଜଙ୍ଗଲକୁ କାଠ କାଟିବାକୁ ଯ।।ଇ ଥିଲେ। ହେଲେ ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ। ଆଜି ସକାଳେ ପୁଣି ଜଙ୍ଗଲକୁ ଖୋଜିବାକୁ ଯାଇ ଏକ ଗଛରେ ଘନଶ୍ୟାମର ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇ ସଙ୍ଗେ ସଙ୍ଗେ ଚାରମାଳ ପୋଲିସ୍ କୁ ଖବର ଦେଇଥିଲେ।

ପୋଲିସ ଯାଇ ମୃତ ବ୍ୟକ୍ତିର ଶବକୁ ଜବତ କରି ରେଢାଖୋଲ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଚାରମାଳ ପୋଲିସ୍ ଏକ ମାମଲା ରୁଜୁ କରି ଏହା ହତ୍ୟା ନା ଆତ୍ମ ହତ୍ୟା ଏହାର ତଦନ୍ତ କରୁଥିବା ସୂଚନା ମିଳିଛି।

Related posts