ବାଣପୁର: ପୋଲିସ ଓ ଅବକାରୀର ମିଳିତ ଚଢ଼ାଉ, ଜଣେ ମହିଳାଙ୍କ ସମେତ ଦୁଇ ଗିରଫ

Published: Jun 30, 2021, 8:43 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦୁଲ୍ଲଣୀ ଶାସନ ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ଗିରଫ କରିଛି। ଉଭୟ ବିଭାଗ ସେମାନଙ୍କ ନିକଟରୁ ୧୭୩ ଲିଟର ଦେଶୀ ମଦ ଜବତ କରିଛି। ଚଢ଼ାଉ ସମୟରେ ଅଭିଯୁକ୍ତ ଦ୍ୱୟ ପୃଥକ ପୃଥକ ଭାବେ ଦୁଲ୍ଲଣୀ ଗ୍ରାମରେ ଦେଶୀ ମଦ ବିକୁଥିବାର ଉଭୟ ବିଭାଗ ଜାଣିବାକୁ ପାଇଥିଲା।

ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପିଆର ନମ୍ବର ୨୯ ଏବଂ ବାଣପୁର ପୋଲିସ କେସ ନମ୍ବର ୨୪୨/୨୧ ରେ ଦୁଇ ଗୋଟି ପୃଥକ ପୃଥକ ମାମଲା ୠଜୁକରି ଉଭୟଙ୍କୁ ଗିରଫ କରିଛି। ଉକ୍ତ ଚଢ଼ାଉରେ ଟାଙ୍ଗୀ ଅବକାରୀ ନିରୀକ୍ଷକ ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଉପ ନିରୀକ୍ଷକ ମନୋଜ ବାରିକ, ବାଣପୁର ଥାନା ଏଏସଆଇ ଶ୍ରୀନିବାସ ପ୍ରଧାନ ଏବଂ ଏଏସଆଇ ପ୍ରତାପ ପାହାଡ଼ସିଂ ଆଦି ସାମିଲ ଥିଲେ।

Related posts