
କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସକାଳେ ରେଢାଖୋଲ ଏନ୍ଏସି ର କେଳାକଟା ଗ୍ରାମରେ ଘରୋଇ କଳହକୁ ନେଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ପ୍ରକାଶ ଯେ, ରେଢାଖୋଲ ଥାନା କେଳାକଟା ଗ୍ରାମର ପ୍ରତିମା ବୈଠାରୁ ପାରିବାରିକ କଳହକୁ କେନ୍ଦ୍ରକରି ସକାଳେ ବେକରେ ରଶି ଦେଇ ଫଙ୍ଖାରେ ଝୁଲି ଆତ୍ମ ହତ୍ୟା କରିଥିଲେ। ଖବର ପାଇ ରେଢାଖୋଲ ପୋଲିସ୍ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବତ କରିବା ସହ ଏକ ମାମଲା ରୁଜୁ କରିଛି। ରେଢାଖୋଲ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଦେଇଛି।