Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଘରୋଇ କଳିକୁ କେନ୍ଦ୍ର କରି ସରପଞ୍ଚ ସ୍ବାମୀଙ୍କ ଆତ୍ମହତ୍ୟା ଅଭିଯୋଗ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ
ଆସିକା: ଘରୋଇ କଳିକୁ କେନ୍ଦ୍ର କରି ସରପଞ୍ଚ ସ୍ଵାମୀଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି। ସୂଚନା ମୁତାବକ ଗତକାଲି ରାତି ୯ ସମୟରେ ଆସିକା ବ୍ଳକ ହରିଡ଼ାପଦର ସରପଞ୍ଚ ଜୟନ୍ତୀ ବେହେରାଙ୍କ ସ୍ଵାମୀ ରମେଶ ବେହେରା ଗାଁ ଭଡା ଘରେ ଚେତାଶୂନ୍ୟ ଅବସ୍ଥାରେ ପଡିରହିଥିଲେ। ଗ୍ରାମର କିଛି ଯୁବକ ୧୦୮ ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ରମେଶ କୀଟନାଶକ ଔଷଧ ଖାଇଥିବା ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଯାହାପରେ ତାଙ୍କୁ ବ୍ରହ୍ମପୁର ପଠାଯାଇଥିଲା। ବ୍ରହ୍ମପୁର ବଡମେଡିକାଲରେ ରାତ୍ର ୧.୨୦ ମିନଟ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ।

ପ୍ରକାଶ ଥାଉକି ମୃତ ରମେଶଙ୍କ ଶବ ନିକଟରେ ସ୍ତ୍ରୀ ଜୟନ୍ତୀ ବେହେରା ଓ ତାଙ୍କ ପରିବାର ଲୋକଙ୍କ ସମେତ ତାଙ୍କ ଭାଇ ବିଦେଶୀ ବେହେରା ଓ ଗ୍ରାମବାସୀ ପହଞ୍ଚି ଥିଲେ। ରମେଶଙ୍କ ଆତ୍ମହତ୍ୟାକୁ କେନ୍ଦ୍ରକରି ବହୁସମୟ ସରପଞ୍ଚ ଓ ତାଙ୍କ ଦିଅର ମଧ୍ୟରେ କଥା କଟାକଟି ହୋଇଥଲା। ଶେଷରେ ସରପଞ୍ଚଙ୍କ ଦିଅର ଘରୋଇକଳୀଙ୍କୁ କେନ୍ଦ୍ରକରି ମୋ ଭାଇ ଘରଭଡାରେ ରହି ଆତ୍ମହତ୍ୟା କରିଥିବା କାରଣ ଦର୍ଶାଇ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଲିଖତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ଥାନା ପକ୍ଷରୁ ଅପମୃତ୍ୟୁ ମାମଲା ୪୯୩/୨୩ ରୁଜୁ କରି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ପ୍ରକାଶ ଥାଉକି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ରହିଆସିଥିଲା। ସ୍ଵାମୀ ସ୍ତ୍ରୀଙ୍କ ମନମାଳିନ୍ୟରେ ସ୍ଵାମୀ ଜଣକ ଦୀର୍ଘ ବର୍ଷ ହେଲା ଭଡାଘରେ ରହି ଆସୁଥିଲେ। ଶେଷରେ ଏହି ପାରିବାରିକ କଳହ ଉଗ୍ରରୂପ ନେଇଥିଲା। ପରିଣାମ ସ୍ୱରୂପ ସ୍ଵାମୀ ଆତ୍ମହତ୍ୟା କରିଥିଲେ।

ଅନ୍ୟପଟେ ଏହି ଆତ୍ମହତ୍ୟା ପରକୀୟାପ୍ରୀତିକୁ ନେଇ ଘଟିଥିବା ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଘରୋଇ କଳି ହେଲା କାଳ, ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଘରୋଇ କଳି ହେଲା କାଳ। ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ୨୩ ବର୍ଷୀୟ ଯୁବକ। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା, ନାଭାଲ ଫାଣ୍ଡି ଅନ୍ତର୍ଗତ ନୂଆଗଡ଼ ଗ୍ରାମରେ।

ଫାଣ୍ଡି ଅଧିକାରୀଙ୍କ ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଗୌତମ ନାୟକଙ୍କ ପୁତ୍ର ଶିବଦତ୍ତ ନାୟକ (୨୩) ନିଜ ଘରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ନେଇ ନାଭାଲ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ଶିବଦତ୍ତ ଭୁବନେଶ୍ୱରସ୍ଥିତ ଏକ ଘରୋଇ କମ୍ପାନୀରେ ସୁପରଭାଇଜର ରୂପେ କାମ କରୁଥିବା ବେଳେ ରଜ ନିମନ୍ତେ ନିଜ ଗ୍ରାମକୁ ଛୁଟି ନେଇ ଫେରିଥିଲେ।

ତେବେ ତାଙ୍କ ବାପା ଗୌତମ ଓ ଶିବଙ୍କ ମଧ୍ୟରେ କାଲି କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏବଂ ଶିବ ରାତିରେ ଆତ୍ମହତ୍ୟା କରିଥିଲେ। ଏ ନେଇ ନାଭାଲ ଫାଣ୍ଡି ପୋଲିସ ଶବ ଜବତ କରି କେଶ ନମ୍ବର ୧୭ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଘରୋଇ କଳି ହେଲା କାଳ: ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ମହିଳା

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସକାଳେ ରେଢାଖୋଲ ଏନ୍‌ଏସି ର କେଳାକଟା ଗ୍ରାମରେ ଘରୋଇ କଳହକୁ ନେଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ପ୍ରକାଶ ଯେ, ରେଢାଖୋଲ ଥାନା କେଳାକଟା ଗ୍ରାମର ପ୍ରତିମା ବୈଠାରୁ ପାରିବାରିକ କଳହକୁ କେନ୍ଦ୍ରକରି ସକାଳେ ବେକରେ ରଶି ଦେଇ ଫଙ୍ଖାରେ ଝୁଲି ଆତ୍ମ ହତ୍ୟା କରିଥିଲେ। ଖବର ପାଇ ରେଢାଖୋଲ ପୋଲିସ୍ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବତ କରିବା ସହ ଏକ ମାମଲା ରୁଜୁ କରିଛି। ରେଢାଖୋଲ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଦେଇଛି।