
ସୀତାରାମ ଅଗ୍ରୱାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିନୂଆଗାଁ କେନାଲରେ ଆଜି ସକାଳେ ଏକ ନବଜାତ ଶିଶୁର ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଛି।
ସୂଚନା ମୁତାବକ ଆଜି ସକାଳୁ ଗ୍ରାମବାସୀମାନେ କେନାଲକୁ ଶୌଚ ହେବା ନିମନ୍ତେ ଯାଇଥିବା ବେଳେ ଏକ ନବଜାତ ଶିଶୁ ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ। ହେଲେ ଶିଶୁଟି ମୃତ ବୋଲି ଜଣାପଡିଛି। ତେବେ କିଏ ଏବଂ କଣ ପାଇଁ ଶିଶୁକୁ କେନାଲରେ ଭସେଇଲା ତାହା ଏଯାଏଁ ଜଣାପଡ଼ିନାହିଁ।