Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୨୬ ଅଭିଯୁକ୍ତ ଗିରଫ, ୩ ଫେରାର
ଅପରାଧ

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୨୬ ଅଭିଯୁକ୍ତ ଗିରଫ, ୩ ଫେରାର

September 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଡୋମ୍ବିଭଲି ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୫ ବର୍ଷର ନାବାଳିକାକୁ ୨୯ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ରର ରାଜନୀତି ତୀବ୍ର ହେବାରେ ଲାଗିଛି ଏବଂ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠିଛି।

ଏହି ପରିପ୍ରେକ୍ଷୀରେ ଡୋମ୍ବିଭାଲିର ମାନପାଡା ପୋଲିସ ଷ୍ଟେସନରେ ୨୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏପର୍ଯ୍ୟନ୍ତ ଦୁଇ ନାବାଳିକାଙ୍କ ସମେତ ୨୬ ଜଣଙ୍କୁ ଗିରଫ କରାଯାଇଛି। ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ, କିଛି ଅଭିଯୁକ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସମ୍ପର୍କୀୟ। ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟରେ ହାଜର କରିଛି, ସେଠାରୁ ସେମାନଙ୍କୁ ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି। ନାବାଳକ ଅଭିଯୁକ୍ତମାନଙ୍କୁ ରିମାଣ୍ଡ ରୁମକୁ ପଠାଯାଇଛି।

ପୀଡ଼ିତା ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ଆଠ ମାସ ଧରି ତାଙ୍କୁ ଯୌନ ଶୋଷଣ କରିଥିଲେ। ପ୍ରେମିକ ତାଙ୍କୁ ଦୁଷ୍କର୍ମ କରିବାର ଭିଡିଓ ପ୍ରସ୍ତୁତ କରି ବ୍ଲାକ ମେଲ କରିଥିଲେ। ପ୍ରେମିକଜଣଙ୍କ ନିଜ ସାଙ୍ଗମାନଙ୍କୁ ଏହି ଭିଡିଓ ଦେଖାଇଥିଲେ। ଏହି ଭିଡିଓ ଦେଖାଇବା ପରେ ବାକି ବନ୍ଧୁମାନେ ତାଙ୍କୁ ବଦଲାପୁର, ରାବାଲେ, ମୁର୍ବାଦ୍ ଏବଂ ଡୋମ୍ବିଭଲିର ବିଭିନ୍ନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ।

ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୬ (ଦୁଷ୍କର୍ମ) ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପୀଡିତାଙ୍କୁ ବିଶ୍ୱାସରେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ମନପାଡା ପୋଲିସ ଏପର୍ଯ୍ୟନ୍ତ ୨୬ ଜଣଙ୍କୁ ଗିରଫ କରିଛି, ସେଥିମଧ୍ୟରୁ ଦୁଇଜଣ ନାବାଳକ। ନାବାଳିକାଙ୍କୁ ଚିକିତ୍ସା ପାଇଁ ଥାନେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ସମ୍ବେଦନଶୀଳ ଘଟଣା ପରେ ରାଜ୍ୟର ରାଜନୀତିରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି। ଏନସିପି ନେତା ବିଦ୍ୟା ଚହ୍ଵାନ ଥାନେ ଜିଲ୍ଲାର ମନପାଡା ପୋଲିସ ଷ୍ଟେସନରେ ପହଞ୍ଚି ଏହି ଗ୍ୟାଙ୍ଗର ଅଭିଯୁକ୍ତମାନଙ୍କୁ ଦଣ୍ଡିତ କରିବା ବିଷୟରେ କହିଥିଲେ। ସେହିଭଳି ବିଜେପି ନେତା ଚିତ୍ରା ୱାଘ ଶିବସେନା ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ, ଡୋମ୍ବିଭଲି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଆଉ କେତେ ଦୁଷ୍କର୍ମ ପରେ ମହାରାଷ୍ଟ୍ର ସରକାର ନିଦରୁ ଉଠିବ।

gang rape minor girl rape thane ଅଭିଯୁକ୍ତ ଗିରଫ ଆଇନ ଶୃଙ୍ଖଳା ଦୁଷ୍କର୍ମ ମହାରାଷ୍ଟ୍ର ଲଜ୍ଜାଜନକ ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଶେଷ ହେବ କି ସଂସଦର ଅଚଳାବସ୍ଥା?: ବିରୋଧୀଙ୍କୁ ଏହା କରିବା ପାଇଁ ନିବେଦନ କଲେ କିରେନ ରିଜିଜୁ

August 10, 2026

୫ ଦଫା ଦାବିକୁ ନେଇ ନଳକୂପ ମିସ୍ତ୍ରୀ ଓ ପମ୍ପ ଚାଳକମାନଙ୍କର ବିଧାନସଭା ସମ୍ମୁଖରେ ଗଣଧାରଣା

August 10, 2026

ଆଜିଠାରୁ ୧୬ ତାରିଖ ମଧ୍ୟରେ ସବୁଠାରୁ ଶସ୍ତା ବିମାନ ଟିକେଟ୍ କ’ଣ?: ଜାଣନ୍ତୁ ତାଲିକା

August 10, 2026

ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀରେ ନାମ ଲେଖା ପାଇଁ ଆଜି ଶେଷ ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ

August 10, 2026
Latest News

ଦୁଇ ବରିଷ୍ଠ ଆଇପିଏସଙ୍କୁ ଡିଜି ପ୍ୟାହାକୁ ପଦନ୍ନୋତି, ଖୁବ ଶିଘ୍ର ନୂଆ ଡିଜିଙ୍କ ନାମ ଘୋଷଣା

August 10, 2026

ଶେଷ ହେବ କି ସଂସଦର ଅଚଳାବସ୍ଥା?: ବିରୋଧୀଙ୍କୁ ଏହା କରିବା ପାଇଁ ନିବେଦନ କଲେ କିରେନ ରିଜିଜୁ

August 10, 2026

୫ ଦଫା ଦାବିକୁ ନେଇ ନଳକୂପ ମିସ୍ତ୍ରୀ ଓ ପମ୍ପ ଚାଳକମାନଙ୍କର ବିଧାନସଭା ସମ୍ମୁଖରେ ଗଣଧାରଣା

August 10, 2026

ଆଜିଠାରୁ ୧୬ ତାରିଖ ମଧ୍ୟରେ ସବୁଠାରୁ ଶସ୍ତା ବିମାନ ଟିକେଟ୍ କ’ଣ?: ଜାଣନ୍ତୁ ତାଲିକା

August 10, 2026

ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀରେ ନାମ ଲେଖା ପାଇଁ ଆଜି ଶେଷ ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.