Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଖୋର୍ଦ୍ଧା: ତିନି ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ମହିଳା ଗିରଫ
ଅପରାଧ

ଖୋର୍ଦ୍ଧା: ତିନି ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ମହିଳା ଗିରଫ

October 19, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ତିନି ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ଜଣେ ମହିଳା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।

ସୂଚନା ମୁତାବକ ଆଜି ସକାଳେ ଟାଉନ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଅଞ୍ଚଳର ସ୍ଵପ୍ନେଶ୍ଵର ସାହିରେ ବ୍ରାଉନ ସୁଗାର କାରବାର ଚାଲିଥିବାର କୌଣସି ଏକ ବିଶେଷ ସୂତ୍ରରୁ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଖବର ପାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ଏବଂ ଟାଉନ ଥାନା ଆଇଆଇସିଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ତୁରନ୍ତ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୋଲିସ ସଂନ୍ଦିଗ୍ଧ ଅବସ୍ଥାରେ ଜଣେ ମହିଳା ଉକ୍ତ ସ୍ଥାନରେ ବୁଲୁଥିବାର ଦେଖିବାକୁ ପାଇଥିଲା।

କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଏବଂ ପ୍ରତ୍ୟକ୍ଷ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ସମ୍ପୃକ୍ତ ମହିଳାଙ୍କ ତଲାସୀ ନେଇଥିଲା। ଉକ୍ତ ସମୟରେ ୩୦.୦୮ ଗ୍ରାମ ବ୍ରାଉନ ସୁଗାର ସହିତ ନକଦ ୫୨ ହଜାର ଟଙ୍କା ପୋଲିସ ଉକ୍ତ ମହିଳାଙ୍କ ନିକଟରୁ ଜବତ କରିଛି। ଜବତ ବ୍ରାଉନସୁଗରର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ମହିଳା ଜଣକ ହେଲେ ଟାଉନ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଅଞ୍ଚଳ ସ୍ଵପ୍ନେଶ୍ଵର ସାହିର ସରୋଜିନୀ ଧଳ (୩୬)। ଖୋର୍ଦ୍ଧା ଟାଉନ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୪୧୭/୨୧ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ଟାଉନ ଥାନା ଆଇଆଇସି ସଞ୍ଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉରେ ଏସ ଆଇ ଅନୁଭା ଦାସ, ବିଜୟ କେତନ ବେହେରା,ପଦ୍ମଲୋଚନ ବେହରା, ଦିଗବିଜୟ ବିଶ୍ୱାଳ, ଏଏସଆଇ ଅକ୍ଷୟ କୁମାର ସେଠି ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।

ଖୋର୍ଦ୍ଧା ଟାଉନ ଥାନା ବ୍ରାଉନ ସୁଗାର ମହିଳା ଗିରଫ
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆ ପାଇଁ ବଡ଼ ଝଟକା!: ଆୟରଲ୍ୟାଣ୍ଡ ଗସ୍ତରୁ ବାଦ ପଡିଲେ ଏହି ଖେଳାଳି

June 23, 2026

ବିଦ୍ରୋହୀ ଗୋଷ୍ଠୀକୁ ଚ୍ୟାଲେଞ୍ଜ: ନୂଆ କମିଟି ଗଠନ କଲେ ମମତା ବାନାର୍ଜୀ

June 23, 2026

ଭିଜିଲାନ୍ସ ଜାଲରେ CADA ବିଭାଗର ଯନ୍ତ୍ରୀ

June 23, 2026

ତାମିଲନାଡୁ ଗ୍ୟାସ୍ ଲିକ୍ ଟ୍ରାଜେଡିରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

June 23, 2026
Latest News

ଟିମ୍ ଇଣ୍ଡିଆ ପାଇଁ ବଡ଼ ଝଟକା!: ଆୟରଲ୍ୟାଣ୍ଡ ଗସ୍ତରୁ ବାଦ ପଡିଲେ ଏହି ଖେଳାଳି

June 23, 2026

ବିଦ୍ରୋହୀ ଗୋଷ୍ଠୀକୁ ଚ୍ୟାଲେଞ୍ଜ: ନୂଆ କମିଟି ଗଠନ କଲେ ମମତା ବାନାର୍ଜୀ

June 23, 2026

ମୋଦି ମନ୍ତ୍ରୀମଣ୍ଡଳରେ ପୁନର୍ଗଠନ ହେବ କି?: ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଏନ୍

June 23, 2026

ଭିଜିଲାନ୍ସ ଜାଲରେ CADA ବିଭାଗର ଯନ୍ତ୍ରୀ

June 23, 2026

ତାମିଲନାଡୁ ଗ୍ୟାସ୍ ଲିକ୍ ଟ୍ରାଜେଡିରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.