ଏକାଧିକ ସ୍ଥାନରେ ବାଲୁଗାଁ ଅବକାରୀ ବିଭାଗର ଚଢ଼ାଉ: ଦେଶୀ ମଦ ଜବତ, ଦୁଇ ଗିରଫ

Published: Oct 26, 2021, 2:00 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନସ୍ଥ ଏକାଧିକ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ଅବକାରୀ ବିଭାଗ ବଡ଼କୁଳ ଏବଂ ଚନ୍ଦ୍ରାପୁଟ ଗ୍ରାମରେ ଚଢ଼ାଉ କରି ଦୁଇ ଜଣ ଦେଶୀ ମଦ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦୮ ଲିଟର ଦେଶୀ ମଦ ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଧରମା ଜାଲି ଓ କିଶୋର ସାହୁ।

ଏ ସଂକ୍ରାନ୍ତରେ ପି.ଆର ନମ୍ବର ୭୨/୨୧-୨୨ ଓ ୭୩/୨୧-୨୨ ରେ ଦୁଇ ଗୋଟି ମାମଲା ରୁଜୁକରି ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ମନୋଜ କୁମାର ବାରିକ, ଟାଙ୍ଗି ଅବକାରୀ ଅଧିକାରିଣୀ ସୁନିତା ଦଳାଇ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Related posts