Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଲୁଗାଁ: ଲକ୍ଷାଧିକ ଟଙ୍କାର ପାନ ମସଲା ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୩ ଗିରଫ
ଅପରାଧ

ବାଲୁଗାଁ: ଲକ୍ଷାଧିକ ଟଙ୍କାର ପାନ ମସଲା ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୩ ଗିରଫ

December 4, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁରେ ଲକ୍ଷାଧିକ ଟଙ୍କାର ପାନମସଲା ଚୋରି ହୋଇଥିଲା। ଏହି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଉକ୍ତ ଚୋରି ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରି ଆଜି କୋର୍ଟଚାଲାଣ କରିଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି। ଗିରଫ ତିନି ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ବିଡ଼ାନାସି ଅଞ୍ଚଳର ୱାଇ. ନରେଶ, ନିବେଶ ବେହେରା ଏବଂ ସୁଶାନ୍ତ ସାହୁ।  ତତସହିତ ଚୋରି ହୋଇଥିବା ପାନ ମସଲାର ବିକ୍ରି ମୂଲ୍ୟ ତିନି ଲକ୍ଷ ଟଙ୍କା ସମେତ ଚୋରି ପାଇଁ ବ୍ୟବହାର ହୋଇଥିବା ପିକ ଅପ ଭ୍ୟାନକୁ ମଧ୍ୟ ଜବତ କରିଛି ପୋଲିସ।

ସୂଚନା ଥାଉକି ଗତମାସ ୧୮ ତାରିଖ ମଧ୍ୟ ରାତ୍ରିରେ ବାଲୁଗାଁ ପାଟଣା ସାହିସ୍ଥିତ ସୁଶୀଲ ସୁବୁଦ୍ଧିଙ୍କ ଗୋଦାମରୁ ପାଖାପାଖି ତିନି ଲକ୍ଷ ଟଙ୍କାର ପାନ ମସଲା ଚୋରୀ ହୋଇଯାଇଥିଲା। ଖୋର୍ଦ୍ଧା ଏସପି ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକଙ୍କ ଦ୍ଵାରା ସ୍ପେଶାଲ ସ୍କ୍ୱାର୍ଡ ସହଯୋଗରେ ତିନି ଗୋଟି ଟିମ ଗଠନ କରଯାଇଥିଲା। ଏବଂ ଏହି ଟିମ ଦ୍ଵାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ତେବେ ତଦନ୍ତ ବେଳେ ଅଭିଯୁକ୍ତମାନେ ଉକ୍ତ ପାନ ମସଲାକୁ ଝାରସୁଗୁଡା ଅଞ୍ଚଳରେ ବିକ୍ରି କରିଥିବାର ସ୍ୱୀକାର କରିଥିଲେ।

ପୋଲିସ ସୁଦୂର ଝାରସୁଗୁଡା ଅଞ୍ଚଳ ଯାଇ ଏକାଧିକ ଦୋକାନୀଙ୍କ ଠାରୁ ବିକ୍ରି ହୋଇଥିବା ସମସ୍ତ ଚୋରା ପାନ ମସଲାର ମୂଲ୍ୟ ତିନି ଲକ୍ଷ ଟଙ୍କା ଜବତ କରିଥିଲା। ଏ ସଂକ୍ରାନ୍ତରେ ବାଲୁଗାଁ ପୋଲିସ କେସ ନମ୍ବର ୨୧୩/୨୧ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା। ତେବେ ଉକ୍ତ ଚୋରିରେ ଅନ୍ୟ କିଏ କିଏ ସାମିଲ ଅଛନ୍ତି ତାହାର ତଦନ୍ତ ଅବ୍ୟାହତ ରହିଥିବାର ଏସଡ଼ିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

ବାଲୁଗାଁ ଲକ୍ଷାଧିକ ଟଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ରାଏଲ୍‌-ଲେବାନନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା

April 16, 2026

କବି ଶରତ ଚନ୍ଦ୍ର ପରିଡ଼ାଙ୍କ ମହାକାବ୍ୟ ନାରକାସୁର ବଧକୁ ଲୋକାର୍ପିତ କଲେ ବାଚସ୍ପତି

April 16, 2026

ମାଆ-ପୁଅ ଗିରଫ

April 16, 2026

ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ

April 16, 2026
Latest News

ଇସ୍ରାଏଲ୍‌-ଲେବାନନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା

April 16, 2026

କବି ଶରତ ଚନ୍ଦ୍ର ପରିଡ଼ାଙ୍କ ମହାକାବ୍ୟ ନାରକାସୁର ବଧକୁ ଲୋକାର୍ପିତ କଲେ ବାଚସ୍ପତି

April 16, 2026

ମାଆ-ପୁଅ ଗିରଫ

April 16, 2026

ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ

April 16, 2026

ଓଡ଼ିଶା-ଝାରଖଣ୍ଡ ସୀମାରେ ହାଇ ଆଲର୍ଟ

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.