Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଖୋର୍ଦ୍ଧା: ସିରିଜ ଲୁଟରେ ସାମିଲ ଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ, ୬୦ ଲକ୍ଷରୁ ଉର୍ଦ୍ଧ୍ଵ ଚୋରୀ ସାମଗ୍ରୀ ଜବତ, ୫ ଗିରଫ
ଅପରାଧ

ଖୋର୍ଦ୍ଧା: ସିରିଜ ଲୁଟରେ ସାମିଲ ଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ, ୬୦ ଲକ୍ଷରୁ ଉର୍ଦ୍ଧ୍ଵ ଚୋରୀ ସାମଗ୍ରୀ ଜବତ, ୫ ଗିରଫ

April 5, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଏକାଧିକ ଥାନା ଅଞ୍ଚଳରେ ସିରିଜ ଲୁଟରେ ସାମିଲ ଥିବା ଗ୍ୟାଙ୍ଗର ପୋଲିସ ପର୍ଦ୍ଦାଫାସ କରିଛି। ଏ ନେଇ ଆଜି ଅପରାହ୍ନରେ ସଦର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏସପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଗତ ମାସ ୧୭ ତାରିଖ ରାତିରେ ପିପିଲି ଥାନା ଅଞ୍ଚଳର ଛବି ପ୍ରଧାନ ଏକ ପିକଅପ ଗାଡ଼ିରେ ଫୋଟୋ ଏବଂ ଗିଫ୍ଟ ଜିନିଷ ନେଇ ପୁରିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ନିରାକାରପୁର ଥାନା ଅନ୍ତର୍ଗତ ରଟାମାଟି ଛକରେ ହଠାତ ୭ ଜଣ ଦୁର୍ବୁତ୍ତ ଛବିଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରାଇଥିଲେ। ଏବଂ ତାଙ୍କଠାରୁ ମୋବଇଲ ଓ ପିକଅପ ଭ୍ୟାନ ଲୁଟିନେଇଥିଲେ। ଏ ସଂକ୍ରାନ୍ତରେ ନିରାକାରପୁର ଥାନାରେ କେଶ ନମ୍ବର ୫୩/୨୨ ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା।

ସେହିପରି ଭାବେ ଗତ ମାସ ୨୩ ତାରିଖ ରାତିରେ ଚାନ୍ଦପୁର ଥାନା ଅଞ୍ଚଳର ରାଇପଡ଼ା ଛକରୁ ସଂଯୁକ୍ତା ମାଝୀଙ୍କ କ୍ରସର ପରିସରରୁ ଏକ ନାଲି ରଙ୍ଗର ବୋଲେରୋ ଗାଡ଼ିକୁ ୬ ଜଣ ଦୁର୍ବୁତ୍ତ ଚୋରି କରି ନେଇଥିବାର ଅଭିଯୋଗ ହୋଇଥିଲା। ପୋଲିସ କେଶ ନମ୍ବର ୩୭/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ସେହିପରି ଭାବେ ଗତମାସ ୨୫ ଏବଂ ୨୬ ତାରିଖ ରାତିରେ ବେଗୁନିଆ ଥାନା ଅଞ୍ଚଳର ତିନି ଜଣ ଅଭିଯୋଗକାରୀଙ୍କ ଘରୁ ୬ ଜଣ ଦୁର୍ବୁତ୍ତ ୧୪ ଗୋଟି ଛେଳି, ୧୦ ଗୋଟି ମେଣ୍ଢା ଓ ଗୋଟେ ମୋବାଇଲ ଫୋନ ଲୁଟ କରିଥିଲେ। ଏ ସଂକ୍ରାନ୍ତରେ ବେଗୁନିଆ ଥାନାରେ କେଶ ନମ୍ବର ୭୭, ୭୮ ଓ ୭୯ ରେ ତିନି ଗୋଟି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିଲା।

ଗତମାସ ୨୯ ତାରିଖ ମଧ୍ୟରାତ୍ରିରେ ଆନ୍ଧ୍ରପ୍ରଦେଶର ଏମ ସତ୍ୟନାରାୟଣ ନାମକ ଜଣେ ଅଭିଯୋଗକାରି ଏକ ପିକ ଅପ ଭ୍ୟାନରେ ୩ ଟନ ଉଚ୍ଚ କ୍ଷମତା ସମ୍ପନ୍ନ ତାର ନେଇ ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବେଳେ ସଦର ଥାନା ଅନ୍ତର୍ଗତ ଓସିସି ଛକରେ ନାଲି ରଙ୍ଗ ବୋଲେରୋ ଗାଡ଼ିରେ ୭ ଜଣ ଦୁର୍ବୁତ୍ତ ସତ୍ୟଙ୍କୁ ଅଟକାଇ ଖଣ୍ଡା ଦେଖାଇ ତାଙ୍କ ତାର ବୋଝେଇ ପିକଅପ ଭ୍ୟାନ ଓ ମୋବାଇଲ ଫୋନ ଲୁଟି ନେଇଥିଲେ। ଏ ସଂକ୍ରାନ୍ତରେ ସଦର ଥାନାରେ କେଶ ନମ୍ବର ୫୦/୨୨ ରେ ମାମଲା ରୁଜୁ କରାଯାଇଥିଲା।

ତେବେ ମାତ୍ର ୧୨ ଦିନ ବ୍ୟବଧାନରେ ସମାନ ଧରଣର ଏକାଧିକ ଲୁଟ ଖୋର୍ଦ୍ଧା ଜିଲ୍ଲା ପୋଲିସର ନିଦ ହଜାଇଦେଇଥିଲା। ସଙ୍ଗେ ସଙ୍ଗେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ସ୍କ୍ୱାର୍ଡ ସମେତ ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଏବଂ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଦୁଇ ଗୋଟି ଟିମ ଗଠିତ ହୋଇଥିଲା। ଉକ୍ତ ଟିମ ଜିଲ୍ଲାର ଏକାଧିକ ଅଞ୍ଚଳରେ ଚଢ଼ାଉ ଜାରିରଖିଥିବା ବେଳେ ଆଜି ସମସ୍ତ ଲୁଟ ଘଟଣାରେ ଜଡ଼ିତ ଥିବା ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ତେବେ ଜିଲ୍ଲା ପୋଲିସ ଉକ୍ତ ଲୁଟରେ ସମୁଦାୟ ୫ ଜଣ ଆନ୍ତଃ ରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ବେଣାପଞ୍ଜୁରୀ ଅଞ୍ଚଳର ଅମଜାଦ ଖାନ, ଶେଖ ଜୁମା, ମୋହମଦ ଅଖତାର, ବେଗୁନିଆ ଥାନା ଗଡ଼ମାଣିତ୍ରି ଅଞ୍ଚଳର ପୁରୁଷୋତ୍ତମ ବାରିକ ଏବଂ ଜଣେ ନାବାଳକ। ତେବେ ଗିରଫ ଅମଜାଦ ଖାନଙ୍କ ବିରୋଧରେ ଏକାଧିକ ଥାନାରେ ପୂର୍ବରୁ ୧୫ ଗୋଟି ମାମଲା ଥିବା ବେଳେ ଶେଖ ଜୁମାଙ୍କ ବିରୋଧରେ ୭ ଗୋଟି ମାମଲା ରହିଥିବାର ପୋଲିସ କହିଛି।

ଉକ୍ତ ଚଢ଼ାଉରେ ପୋଲିସ ପାଖାପାଖି ୬୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଚୋରି ହୋଇଥିବା ଜିନିଷ ଜବତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଉକ୍ତ ଚଢ଼ାଉରେ ଜଙ୍କିଆ ଆଇଆଇସି ଦିଗବିଜୟ ବିଶ୍ୱାଳ, ସଦର ଆଇଆଇସି ଅନିତା ସାହୁ, ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ, ବେଗୁନିଆ ଆଇଆଇସି ଲକ୍ଷ୍ମୀନାରାୟଣ ଶତପଥୀ, ଏସଆଇ ରଶ୍ମିରଞ୍ଜନ ଦାସ, ଏସଆଇ ପିଏମ ପ୍ରଧାନ, ଏଏସଆଇ ତପନ ପ୍ରଧାନ, ଏଏସଆଇ ରାମ ଚନ୍ଦ୍ର ମିଶ୍ର, ସ୍ପେଶାଲ ସ୍କ୍ୱାର୍ଡ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।

ଖୋର୍ଦ୍ଧା ସିରିଜ ଲୁଟ
Share. Facebook Twitter LinkedIn Email WhatsApp Copy Link

Related Posts

ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

August 14, 2026

କଟକ ଦୁଷ୍କର୍ମ ମାମଲା: ୫ ଗିରଫ, ଅନ୍ୟ ଜଣେ ଫେରାର

August 14, 2026

ଅଗଷ୍ଟ ୧୪ ତାରିଖ ଶୁକ୍ରବାରରେ ସାତଟି ରାଶିର ଭାଗ୍ୟରେ ଦେଖାଦେବ ବଡ ପରିବର୍ତ୍ତନ

August 14, 2026

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026
Latest News

ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

August 14, 2026

ବାଣପୁର: ବ୍ଲକ ସ୍ତରୀୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିଲା ନୀଳମାଷ୍ଟ୍ରାଣୀ ନାଟକ

August 14, 2026

କଟକ ଦୁଷ୍କର୍ମ ମାମଲା: ୫ ଗିରଫ, ଅନ୍ୟ ଜଣେ ଫେରାର

August 14, 2026

ଅଗଷ୍ଟ ୧୪ ତାରିଖ ଶୁକ୍ରବାରରେ ସାତଟି ରାଶିର ଭାଗ୍ୟରେ ଦେଖାଦେବ ବଡ ପରିବର୍ତ୍ତନ

August 14, 2026

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.